Categories: ଜାତୀୟ

ଭିକ୍ଟୋରିଆ ପାର୍କ ଅଗ୍ନିକାଣ୍ଡ ମୃତକଙ୍କୁ କ୍ଷତି ପୂରଣ, ଏଡିଜି ପାହ୍ୟା ଅଧିକାରୀ ନିଯୁକ୍ତି ହେବେ…

ନୂଆଦିଲ୍ଲୀ, ୧୨।୪ : ମିରଟର ଭିକ୍ଟୋରିଆ ପାର୍କ ଅଗ୍ନିକାଣ୍ଡ ମୃତକଙ୍କୁ କ୍ଷତି ପୂରଣ ନେଇ ୧୬ ବର୍ଷ ପରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ବଡ଼ ରାୟ ପ୍ରଦାନ କରାଯାଇଛି। କ୍ଷତିପୂରଣ ପରିମାଣ ନିଶ୍ଚିିତ କରିବା ଲାଗି ଜଣେ ଏଡିଜି ପାହ୍ୟା ଅଧିକାରୀ ନିଯୁକ୍ତି ଦେବାକୁ ଶୀର୍ଷକୋର୍ଟ ନିର୍ଦ୍ଦେଶ ଦେଇଛନ୍ତିି।

୨୦୦୬ ଏପ୍ରିଲ୍‌ ୧୦ରେ ଘଟିଥିବା ଅଗ୍ନିକାଣ୍ଡରେ ୬୫ ଜଣ ଲୋକ ଜୀବନ୍ତ ଦଗ୍ଧ ହେବା ସହିତ ବହୁ ଲୋକ ଆହତ ହୋଇଥିଲେ। ଅଗ୍ନିକାଣ୍ଡ ସମୟରେ ସେଠାରେ ପ୍ରାୟ ୩ ହଜାର ଲୋକ ଉପସ୍ଥିତ ଥିଲେ। ଲୋକମାନେ ପ୍ରଶାସନ ବିରୋଧରେ ମୃତକଙ୍କ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଆବେଦନ ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିଲେ। ଏହାର ବିଚାର କରି ସୁପ୍ରିମ୍‌କୋର୍ଟ ଏଭଳି ରାୟ ପ୍ରଦାନ କରିଛନ୍ତି।

Share