Posted inଜାତୀୟ

ଅନୁକମ୍ପାମୂଳକ ନିଯୁକ୍ତି ଅଧିକାର ନୁହେଁ…

ନୂଆଦିଲ୍ଲୀ,୬।୧୦: ସରକାରଙ୍କୁ ପକ୍ଷରୁ ପ୍ରଦାନ କରାଯାଉଥିବା ଅନୁକମ୍ପା ମୂଳକ ନିଯୁକ୍ତି ଦୟା ମନୋଭାବ ଯୋଗୁ କରାଯାଇଥାଏ। ହଠାତ୍‌ ସଙ୍କଟ ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ଏଭଳି କରାଯାଇଥାଏ। ମାତ୍ର ଏହା ଅଧିକାର ନୁହେଁ ବୋଲି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଶୀର୍ଷ ଅଦାଲତ କହିଛନ୍ତି ଯେ, ସମ୍ବିଧାନର ଧାରା ୧୪ ଏବଂ ୧୬ ଅନୁଯାୟୀ ସମସ୍ତ ସରକାରୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ପ୍ରଦାନ କରାଯିବା ଉଚିତ, କିନ୍ତୁ ଏହା ମାନଦଣ୍ଡ ଅନୁସାରେ କରାଯିବା ଆବଶ୍ୟକ।

ବିଚାରପତି ଏମ.ଆର୍‌. ଶାହା ଏବଂ ଆର୍‌.ବୋପାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଦୟା ମନୋଭାବ କାରଣରୁ ରୋଜଗାର ଯୋଗାଇବାର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ରୋଜଗାର କରୁଥିବା ବ୍ୟକ୍ତିଙ୍କ ହଠାତ୍‌ ମୃତ୍ୟୁ କ୍ଷେତ୍ରରେ କୌଣସି ପରିବାରକୁ
ତତ୍‌କ୍ଷଣାତ୍‌ ସଙ୍କଟରୁ ସୁରକ୍ଷା ଦେବାକୁ ସକ୍ଷମ କରାଇବା। ଏହାର ଉଦ୍ଦେଶ୍ୟ ନୁହେଁ ଯେ, ପରିବାରକୁ ସହାୟତା ନାମରେ ମୃତକଙ୍କ ପଦବୀଠାରୁ କମ ପଦବୀରେ ନିଯୁକ୍ତି ଦେବା।

ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରି ଉତ୍ତରପ୍ରଦେଶ ସରକାରଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଚତୁର୍ଥ ଶ୍ରେଣୀର ଜଣେ କର୍ମଚାରୀଙ୍କ ବିଧବାଙ୍କୁ ତୃତୀୟ ଶ୍ରେଣୀରେ ନିଯୁକ୍ତ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଶୀର୍ଷ କୋର୍ଟ କହିଛନ୍ତି ଯେ ଅନୁକମ୍ପାମୂଳକ ନିଯୁକ୍ତିରେ ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ ବିଚାର ପରିସରଭୁକ୍ତ କରାଯିବା ଆବଶ୍ୟକ। ମୃତକ ରାଜ୍ୟ ପୋଲିସ ବିଭାଗର ରେଡିଓ ସେକଶନ୍‌ରେ ମେସେଞ୍ଜରଭାବେ କାର୍ଯ୍ୟ କରୁଥିଲେ।

ସୂଚନାଯୋଗ୍ୟ, ନିକଟରେ ଆହ୍ଲାବାଦ ହାଇକୋର୍ଟ ଜଣେ ବିବାହିତ ମହିଳାଙ୍କୁ ପିତାଙ୍କ ପରେ ଅନୁକମ୍ପାମୂଳକ ଚାକିରି ପାଇବାକୁ ଯୋଗ୍ୟ ବୋଲି ବିଚାର କରିବାକୁ ମନା କରିଦେଇଥିଲେ। କୋର୍ଟ କହିଥିଲେ ଯେ ବିବାହ ପରେ ଝିଅ ପରିବାରର ଏକ ଅଂଶ ହୋଇ ନ ଥାଏ। ତେଣୁ ମୃତ ବ୍ୟକ୍ତିଙ୍କ ନିର୍ଭରଶୀଳ କୋଟାରେ ନିଯୁକ୍ତି ପାଇବାକୁ ସେ ହକଦାର ନୁହଁନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିର୍ଦ୍ଧାରିତ ୧୯୯୫ର ନିୟମାବଳୀକୁ ମଧ୍ୟ କୋର୍ଟ ଦର୍ଶାଇଛନ୍ତି। ଏାହା ଅନୁଯାୟୀ ବିବାହିତ ଝିଅ ପରିବାର ସଦସ୍ୟ ନୁହେଁ। ଅଦାଲତ ଏହା ମଧ୍ୟ କହିଥିଲେ ଯେ, ନିର୍ଭରଶୀଳ କୋଟାରେ ନିଯୁକ୍ତି ପାଇଁ ଦାବି ଏହା ଅନ୍ତର୍ଗତ ଠିକ ନୁହେଁ। କୋର୍ଟ କହିଛନ୍ତି ଯେ ଉଭୟ ଆଇନ ଏବଂ ପରମ୍ପରା ଅନୁଯାୟୀ ଜଣେ ବିବାହିତ ଝିଅ ପିତାଙ୍କ ଉପରେ ନୁହେଁ ତାଙ୍କ ସ୍ବାମୀଙ୍କ ଉପରେ ନିର୍ଭରଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri