ବିସ୍ଫୋରକ ବ୍ୟବସାୟ ପ୍ରତି ଅନୁକମ୍ପା

ଯାଜପୁର ଅଫିସ,୮।୧୦: ଦୁଇ ଦଶନ୍ଧି ହେଲା ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳ ବାରୁଦ ଗଦାରେ ପରିଣତ ହୋଇଛି। ଦିନରାତି ବିସ୍ଫୋରକ ଡିଟୋନେଟର ବ୍ଲାଷ୍ଟିଂ ଚାଲି ଆସୁଛି। ଏହି ବେଆଇନ କାର୍ଯ୍ୟକଳାପରେ ସ୍ଥାନୀୟ ପଥର ମାଫିଆ, କେତେଜଣ ରାଜନେତା, ତହସିଲ ଓ ପୋଲିସ ପ୍ରଶାସନର ସହଯୋଗ ରହି ଆସୁଥିଲା। ତେବେ ୩ ତାରିଖରୁ ଯାଜପୁର ଏସ୍‌ପି ରାହୁଲ ପିଆରଙ୍କ ନିର୍ଦ୍ଦେଶରେ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ହେଲେ ବିଡମ୍ବନା ଯେ, ଜିଲା ପୋଲିସ ଏଥିରେ ସଂପୃକ୍ତ କାହାରିକୁ ଏଯାଏ ଗିରଫ କରି ପାରିନାହିଁ। ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗାଡ଼ିରେ ନେଇ ପୁଣି ତାଙ୍କୁ ଛାଡି ଦେଇଛି। ଏହାସହ ଏଥିରେ ସଂପୃକ୍ତ ଥିବା କେତେଜଣ ଫେରାର ହୋଇଥିବା କୁହାଯାଉଛି। ଇତିମଧ୍ୟରେ ସଂପୃକ୍ତ ବିସ୍ଫୋରକ ସାମଗ୍ରୀ କାରବାର କରୁଥିବା ଅଭିଯୁକ୍ତ ଏବଂ ପୋଲିସ ମଧ୍ୟରେ ଏକ ବଡଧରଣର ଚୁକ୍ତି ହେଉଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରେ ସର୍ବାଧିକ ପଥରକ୍ବାରୀ ରହିଛି। ଜିଲାରେ ଚାଲିଥିବା କ୍ରସର ୟୁନିଟଗୁଡ଼ିକ ପାଇଁ ଆବଶ୍ୟକ ପଥରଖଣ୍ଡ ଏହି ସବୁ କ୍ବାରୀରୁ ସଂଗ୍ରହ କରାଯାଉଛି। ଏହି କ୍ରସର ମାଲିକମାନଙ୍କ ମଧ୍ୟରୁ ଅନେକଙ୍କ ପଥରକ୍ବାରୀ ରହିଛି। ଏହାଛଡ଼ା ଆହୁରି କେତେଜଣ ବ୍ୟକ୍ତିଙ୍କ କେବଳ ପଥର କ୍ବାରୀ ରହିଛି। ଏହିସବୁ କ୍ବାରୀରୁ ପଥର ସଂଗ୍ରହ କରାଯାଇ ବିଭିନ୍ନ କ୍ରସରକୁ ଯାଉଛି। ଖାଦାନରେ ପଥରଖଣ୍ଡକୁ ବେଆଇନ ଭାବେ ଡ଼ିଟୋନେଟର ଦ୍ୱାରା ଫଟାଯାଉଛି। ଏଠାରେ ମୂଖ୍ୟତଃ ଇଲେକ୍ଟ୍ରୋନିକ ଡ଼ିଟୋନେଟର ଓ ଅର୍ଡ଼ିନାରୀ ଡ଼ିଟୋନେଟର ଦ୍ୱାରା ବ୍ଲାଷ୍ଟିଂ କରାଯାଉଛି। ଏହି ଡ଼ିଟୋନେଟର ବ୍ୟବହାର ପାଇଁ ସରକାର ଲାଇସେନ୍ସ ପ୍ରଦାନର ବିଧି ରହିଛି। ଲାଇସେନ୍ସପ୍ରାପ୍ତ କ୍ବାରୀ ମାଲିକମାନେ ସରକାରଙ୍କଠାରୁ ଲାଇସେନ୍ସ ପାଇଥିବା ସଂସ୍ଥାଙ୍କଠାରୁ ଡ଼ିଟୋନେଟର କିଣି ପାରିବେ। ପୁନଶ୍ଚ ଏହାକୁ ତାଲିମପ୍ରାପ୍ତ ବ୍ଲାଷ୍ଟରଙ୍କ ଦ୍ୱାରା ହିଁ ଫଟାଇବେ। ତେବେ ଏଠାରେ ସବୁକିଛି ବେଆଇନ ଭାବେ ଚାଲୁଥିବାରୁ ପଥର ବ୍ୟବସାୟୀମାନେ କୌଣସି ନିୟମ ମାନୁ ନ ଥିବା ସୂଚନା ମିଳିଛି।
ଲୁଣିବର, ଚଢେଇଧରା, ଆରୁହା, ମୁକୁନ୍ଦପୁର, ବାଲିସାହି, ଜାବରା, ମୁରାରୀପୁର, ଡଙ୍କାରୀ, ବିଛାଖଣ୍ଡି, କବାଟବନ୍ଧ, ବରଡ଼ା ଆଦି ଗ୍ରାମରେ ବେଆଇନ ଡିଟୋନେଟର ବିକ୍ରୀ ହେଉଛି। ବ୍ୟବସାୟୀମାନେ ମୁଖ୍ୟତଃ ରୟାଲଟି ଫାଙ୍କିବା ଓ ଡ଼ିଟୋନେଟର କିଣାରେ ଅଧିକ ଖର୍ଚ୍ଚରୁ ବଞ୍ଚିବା ପାଇଁ ଏହି ଲାଇସେନ୍ସ ନେବାକୁ ପଛାଉଛନ୍ତି। ଲାଇସେନ୍ସ ନେଇଥିବା ବ୍ୟବସାୟୀ ଦୈନିକ କେତେ ପଥର ଫଟାଉଛନ୍ତି ଓ କେତୋଟି ଡ଼ିଟୋନେଟର ଫୁଟାଇଛନ୍ତି ତାହାର ସବିଶେଷ ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବାର ନିୟମ ରହିଛି। ଏଣୁ କେତେ ପଥର ଫାଟୁଛି ତାର ବିବରଣୀ ସରକାରଙ୍କୁ ଦେବାପରେ ସେତିକି ପଥର ଉପରେ ରୟାଲଟି ମଧ୍ୟ ଦେବାକୁ ପଡ଼ିବ। ସେହିପରି ୧୦ଫୁଟ୍‌ରେ ୧୦ଫୁଟ୍‌ ଅର୍ଥାତ୍‌ ୧୦୦ ବର୍ଗଫୁଟ୍‌ର ଗୋଟିଏ ପଥର ଖଣ୍ଡ ଫଟାଇଲେ ଅତିକମ୍‌ରେ ୫ଟା ଡ଼ିଟୋନେଟରର ଆବଶ୍ୟକ ପଡ଼ିଥାଏ। ଡ଼ିଟୋନେଟର ଅଧାରୁ କମ୍‌ ଦାମରେ ଚୋରାରେ ମିଳୁଥିବାରୁ ବିସ୍ଫୋରକ ସାମଗ୍ରୀର ବ୍ୟାପକ ଚୋରା କାରବାର ଚାଲିଛି। ଅତୀତରେ ଜିଲା ପ୍ରଶାସନ କିମ୍ବା ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ଏହି ବେଆଇନ କାର୍ଯ୍ୟ ସୀମା ଲଂଘିଛି। ତେବେ ବିଳମ୍ବରେ ହେଲେ ବି ଜିଲା ପୋଲିସର ଚେତା ପଶିଛି। ଗତ ୪ ତାରିଖରେ ଜେନାପୁର ଥାନା ଅଧୀନ ପୁରୁଣା ବଉଳମାଳ ପଞ୍ଚାୟତ ଅନ୍ତର୍ଗତ ସାତମାଣ ଠାରେ ରହିଥିବା ବେଆଇନ ବିସ୍ଫୋରକ ଗୋଦାମ ଉପରେ ପୋଲିସ ପ୍ରଶାସନର ଚଢାଉ ହୋଇଥିଲା। ଏଥିରେ ୫ କୁଇଣ୍ଟାଲ ୫ କିଲୋ ଆମୋନିଆ ନାଇଟ୍ରେଟ ସହ ୨୫ କେଜି ଓଜନ ବିଶିଷ୍ଟ ୩୦୦ ପେଟି ଜିଲୋଟିନ ଜବତ ହୋଇଥିଲା। ତେବେ ଚଢାଉ ଖବର ପାଇ ଗୋଦାମର ମାଲିକ ରଘୁନାଥ ସାହୁ ଓ ତାଙ୍କ ପୁଅ ଅକ୍ଷୟ ସାହୁ ଫେରାର ହୋଇଯାଇଥିଲେ। ସେହିପରି ଲୁଣିବର ମୌଜାରେ ଥିବା ରଙ୍ଗାଧର ସାହୁଙ୍କ ଏକ ଗୋଦାମରେ ୪୫ ବ୍ୟାଗ ଆମୋନିଆ ନାଇଟ୍ରେଟ ଓ ୧୮୦ ପେଟି ଜିଲୋଟିନ ଜବତ କରାଯାଇଥିଲା। ଏହାପରେ ଗତ ୬ ତାରିଖରୁ ଗଙ୍ଗେଇଡୁବୁରୀ ପଥର ଖାଦାନ ନିକଟସ୍ଥ ମାଟିତଳେ ପୋତା ଯାଇଥିବା ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି। ଏହି ବିପଦପୂର୍ଣ୍ଣ କାରବାରରେ ପ୍ରାୟ ୧୫ ଜଣଙ୍କ ସଂପୃକ୍ତି ରହିଥିବା କୁହାଯାଉଛି। କିନ୍ତୁ କେଉଁ କାରଣରୁ ଏଥିରେ ସଂପୃକ୍ତ ଜଣେ ମାତ୍ର ଅଭିଯୁକଙ୍କୁ ଗିରଫ କରାଯାଇ ନାହିଁ ସେ ନେଇ ପୋଲିସ କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜେନାପୁର ଥାନା ଆଇଆଇସି ଶ୍ରବଣ କୁମାର ମହାରଣା କୁହନ୍ତି, ତଦନ୍ତ ଚାଲିଛି, ଠିକ ସମୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri