ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଲଗାତାର ବଦଳା ଯାଇଛି କମ୍ପାନୀର ଆଇପି ଆଡ୍ରେସ୍‌!

ମୁମ୍ବାଇ, ୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଜୁନ୍‌ ୨୩ଠାରୁ ଅଗଷ୍ଟ ୭ ମଧ୍ୟରେ ତାଙ୍କ କମ୍ପାନୀର ଆଇପି ଆଡ୍ରେସ୍‌ ୩ ଥର ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଲଗାତାର ୧୭ ଥର ଏହାକୁ ବଦଳା ଯାଇଛି। ଏହା ପଛରେ କେଉଁ କାରଣ ରହିଛି ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏହି କମ୍ପାନୀର ନିର୍ଦ୍ଦେଶକ ଭାବେ ସୁଶାନ୍ତ ଏବଂ ରିଆ ଚକ୍ରବର୍ତ୍ତୀ କାର୍ଯ୍ୟ କରୁଥିଲେ। ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଟାଇବା ଲାଗି ଏଭଳି କରାଯାଇଥିବା ସନ୍ଦେହ କରାଯାଉଛି। ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତ୍ୟୁର ୧୦ ଦିନ ପରେ କାହିଁକି ଆଇପି ଆଡ୍ରେସ୍‌ ବଦଳା ଯାଇଥିଲା। କାହା ଦ୍ୱାରା ଏହା କରାଯାଇଥିଲା ସେ ନେଇ ତଦନ୍ତ ଜାରି ରହିଛି।

Share