ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ ଓ ଜିଲା ବାହାର ଯୁବକଙ୍କୁ କମ୍ପାନୀ ନିଯୁକ୍ତି ଦେଉଥିବା ବେଳେ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରି ଯୁବକଙ୍କୁ ନିଯୁକ୍ତି ଦିଆଯାଉନି । ଏଥିପାଇଁ କମ୍ପାନୀ ବିରୁଦ୍ଧରେ ରବିବାର ସ୍ଥାନୀୟ ଏଲେମା ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଗଞ୍ଜାମ ଏନଏସି ପୂର୍ବତନ ଉପ ନଗରପାଳ ନୀଳାଞ୍ଚଳ ବାରିକି ସଭାପତିତ୍ୱ କରିଥିଲେ। ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଏହି ଏନଏସି ଅନ୍ତର୍ଗତ ଦାମୋଦର ପୁର ଗ୍ରାମର ପ୍ରମୋଦ କୁମାର ବେହେରା ଯୁବ ଗୋଷ୍ଠୀଙ୍କୁ ସହଯୋଗର ହାତ ବଢାଇଛନ୍ତି । ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ନଦେଲେ କମ୍ପାନୀ ବିରୁଦ୍ଧରେ ଶାନ୍ତି ପୁର୍ଣ ଆନ୍ଦୋଳନର ଆବଶ୍ୟକ ରହିଛି ଆଉ ଏଥିପାଇଁ ସମସ୍ତ ଯୁବ ଗୋଷ୍ଠୀ ଏକ ହେବାକୁ ଆହ୍ବାନ ଦେଇଥିଲେ । ଏହି ପ୍ରତିବାଦ ସଭାରେ ଛତ୍ରପୁର ଅଞ୍ଚଳର ଯୁବ ସ୍ବେଚ୍ଛାସେବୀ ରାଜେଶ ମହାରଣା, ଅକ୍ଷୟ ପ୍ରଧାନ, ମନୋଜ ପ୍ରଧାନ,ପ୍ରଭାତ ସାହୁ, ନିରଞ୍ଜନ ପରିଡା, ବିଭୁତି ପଲାଇ, ଉମା ଶଙ୍କର ମାହାନ୍ତି,ମନୋଜ ପ୍ରଧାନ, କାଳିଆ ଗୌଡ଼, ପପି ମହାଙ୍କୁଡ, କେ ଇଲେୟା,ପପୁ ପଣ୍ଡା,ରେଡି,ସୋମୁ ସାହୁ, ସଂଗ୍ରାମ ନାୟକ, ଗୋବିନ୍ଦ ଗୌଡ଼, ପଦିଆ ବେହେରା, ଅନି ସାହୁ, ଶିବରାମ ଜେନା,ଟୋନି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ କମ୍ପାନୀ ମୁଖ୍ୟ ଫାଟକ ସମୁଖରେ ଶାନ୍ତି ପୁର୍ଣ ଧାରଣା ଦିଆଯିବ ବୋଲି ଆଲୋଚନା ହୋଇଥିଲା । ଏଥିପାଇଁ ଧାରଣା ପୂର୍ବରୁ ଜିଲା ଉଚ୍ଚ ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଲିଖିତ ଅବଗତ କରାଯିବ ବୋଲି ଯୁବ ସ୍ବେଚ୍ଛାସେବୀ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।