ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମେଗା ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ୍ ବିଛାଇବା କାର୍ଯ୍ୟକୁ ଠିକାରେ ନେଇଥିବା କମ୍ପାନୀ ମନଇଚ୍ଛା ବିନା ଅନୁମତିରେ ପିଚୁ ଓ କଂକ୍ରିଟ ରାସ୍ତା ଖୋଳି ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ପୂର୍ତ୍ତ ବିଭାଗ ସୁଆମ ହନୁମାନ ଛକ ଠାରୁ ପିପିଳିଆକୁ ସଂଯୋଗ କରୁଥିବା ହନୁମାନ ଛକ, ସ୍ବାମ ରାସ୍ତା, ପାଟଣା କେନ୍ଦେପୋଷି ରାସ୍ତାର ପୁଟୁଳିଆ, ଟାଙ୍ଗରପଡ଼ା ଓ ପାଟଣା ତହସିଲ ପାଖରେ ବିରାଟ ଖାଲ କରିପକାଇଛି। ଏଥିସହ ସାମ ପିପିଳିଆ ରାସ୍ତାର ସାମ ରାସ୍ତାପାଶର୍ବ ଖୋଳି ପକାଇବା ସହ ୫ଦିନ ହେବ ବିପଦ ପୂର୍ଣ୍ଣ ଭାବେ ପିଚୁ ରାସ୍ତା ଉପରେ ମୋରମ ପକାଇ ରଖିଛି। ଫଳରେ ପିଚୁ ରାସ୍ତା ଉପରେ ମୋରମ ପଡ଼ି ରହିଥିବାରୁ ରାସ୍ତା ନଷ୍ଟ ହେବା ସହ ଗାଡ଼ି ସ୍ଲିପ୍ କରି ଦୁର୍ଘଟଣା ଘଟୁଛି। ଏନେଇ ପୂର୍ତ୍ତବିଭାଗ ଯନ୍ତ୍ରୀ ମହେଶ୍ୱର ପାଶାଙ୍କୁ ପଚାରିବାରୁ ଆମ ବିଭାଗର କୌଣସି ଅନୁମତି ନ ନେଇ ଏଲ୍ ଆଣ୍ଡଟି କମ୍ପାନୀ ରାସ୍ତା କାଟି ପକାଇଛି ତା’ ନାଁରେ ଥାନାରେ କେସ୍ କରାଇବାକୁ ବିଭାଗ ବିଚାର ବିମର୍ଷ କରୁଛି।