ରାଜ୍ୟରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ: ମୁଖ୍ୟମନ୍ତ୍ରୀ

ପଣଜୀ,୨୭।୬: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଗୋଆରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କହିଛନ୍ତି। ରାଜ୍ୟର କେତେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଦେଖାଯାଇଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ତତ୍ପରତା ଦେଖାଇଛନ୍ତି। ରାଜ୍ୟ ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ କରୋନା ଯାଞ୍ଚ କରାଯାଇ ୧୪ଦିନ ଯାଏଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସାଓ୍ବନ୍ତ କହିଛନ୍ତି। ସୂଚନାଯୋଗ୍ୟ, ଗୋଆରେ ଗୋଟିଏ ଦିନରେ ୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩୯ରେ ପହଞ୍ଚିଛି। ସେଥିମଧ୍ୟରୁ ୬୬୭ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୭୦ଜଣ ସୁସ୍ଥ ଓ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।

 

Share