ଠିକା କାମକୁ ନେଇ ଦିଗପହଣ୍ଡିରେ ଗୋଷ୍ଠୀ ସଂଘର୍ଷ, ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ, ୫ ଆହତ…

ଦିଗପହଣ୍ଡି,୫ା୧୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକା କାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଏବେ ହିଂସାକାଣ୍ଡରେ ପରିଣତ ହୋଇଛି। ବୁଧବାର ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ସରପଞ୍ଚ ପ୍ରିୟଙ୍କା ନାୟକଙ୍କ ସ୍ବାମୀ ଶ୍ୟାମ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ଅନ୍ୟ ଗୋଷ୍ଠୀର ମଧ୍ୟ ୪ ଜଣ ମନୋଜ ସାହୁ, କାଳୁ ଗୌଡ଼, ରାମକୃଷ୍ଣ ଗୌଡ଼ ଏବଂ ମନୋଜ ଗୌଡ଼ ଆହତ ହୋଇଛନ୍ତି। କେ.ନୂଆଗାଁ ପୋଲିସ ସହଦେବ ଟିକରପଡ଼ା ଗାଁରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି। ଅଧିକ ଗଣ୍ଡଗୋଳ ଆଶଙ୍କାରେ ଥାନା ପକ୍ଷରୁ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ସରପଞ୍ଚଙ୍କ ଏତଲାକ୍ରମେ ପୋଲିସ ୩୮୩/୨୫ରେ ଏକ ମାମଲା ରୁଜୁ କରିଛି।

ଖବରରୁ ଜଣାପଡିଛି ଗତ ପଞ୍ଚାୟତ ନିର୍ବାଚନ ପରେ ଗ୍ରାମାଞ୍ଚଳର ସମସ୍ତ ଉନ୍ନୟନ କାମ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସରପଞ୍ଚ ପ୍ରିୟଙ୍କାଙ୍କ ସମର୍ଥକମାନେ ସେସବୁ କାମ ତଦାରଖ କରୁଥିଲେ। ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ସମର୍ଥକ କୁହାଯାଉଥିବା ମନୋଜ ସାହୁ ଓ ତାଙ୍କ ସହଯୋଗୀମାନେ କାମ ନ ପାଇବାରୁ କ୍ଷୁବ୍ଧ ହୋଇପଡ଼ିଥିଲେ। ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀ ଓ ପୂର୍ବତନ ଅଧ୍ୟକ୍ଷ ପ୍ରଧାନଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା। ୬ ମାସ ତଳେ ମନୋଜଙ୍କ ନେତୃତ୍ୱରେ ବାଲିପାଟ ଗ୍ରାମ ଶୈବପୀଠରେ ଏକ ସଭା ହୋଇ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ଶ୍ୟାମଙ୍କୁ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା। ମନୋଜଙ୍କ ସମର୍ଥକ କାଳୁ ସହଦେବ ଟିକରପଡ଼ା ଗ୍ରାମରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ରାସ୍ତା କାମ କରିବା ପାଇଁ ନାମଫଳକ ନିର୍ମାଣ କରି ମୋରମ ପକାଇଥିଲେ। ପଞ୍ଚାୟତର ବିନା ଅନୁମୋଦନରେ କରାଯାଉଥିବା ରାସ୍ତା କାମକୁ ଶ୍ୟାମ ବିରୋଧକରି ବିଡିିଓ ଅନାମିକା ପାଣ୍ଡେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସରପଞ୍ଚଙ୍କ ସମର୍ଥକମାନେ ଏହି ରାସ୍ତାକାମ କରିଥିଲେ। ସେହିପରି ମନୋଜଙ୍କ ସମର୍ଥକମାନେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କରୁଥିବା ବ୍ୟାଙ୍କ କୋଠା ନିର୍ମାଣରେ ଚଞ୍ଚକତା କରିଥିବା ନେଇ ଶ୍ୟାମ ବିଡ଼ିଓ ପାଣ୍ଡେଙ୍କ ନିକଟରେ ଅଭିଯୋଗ କରିଥିଲେ। ନିମ୍ନମାନର ପାଇଖାନା କରାଯାଇଥିବା ସହ ପୁଟି ନ ମାରି ରଙ୍ଗ କରାଯାଇଥିବା ନେଇ ଅଭିଯୋଗ କରିବା ପରେ ବିଡିଓ ସେମାନଙ୍କ ବିଲ୍‌ ବନ୍ଦ କରିଦେଇଥିଲେ।
ମନୋଜଙ୍କ ସମର୍ଥକ ସହଦେବ ଟିକରପଡ଼ା ଗ୍ରାମର ଗୋକର୍ଣ୍ଣେଶ୍ୱର ମନ୍ଦିରରେ ୨ ଲକ୍ଷ ଟଙ୍କା ବ୍ୟୟରେ କରୁଥିବା ଏକ କାମ ମଙ୍ଗଳବାର ସରିଥିଲା। ଗାଁ ଲୋକେ ଶ୍ରମଦାନ କରି ଏହି କାର୍ଯ୍ୟ କରିଥିଲେ। ବୁଧବାର ସକାଳେ ମନୋଜ ଗାଁକୁ ଯାଇ ଉକ୍ତ କାମର ଫଟୋ ଉଠାଇଥିଲେ। ସରପଞ୍ଚଙ୍କ ସମର୍ଥକମାନେ କାହିଁକି ଫଟୋ ଉଠାଉଛ କହି ତାଙ୍କୁ ଗାଳିଗୁଲଜ କରିଥିଲେ। ମନୋଜ ସେଠାରୁ ଯାଇ କାଳୁଙ୍କ ଦୋକାନ ସମ୍ମୁଖରେ ବସିଥିଲେ। ସରପଞ୍ଚଙ୍କ ସ୍ବାମୀ ଶ୍ୟାମ ସେଠାରେ ପହଞ୍ଚତ୍ ପଚାରିବାରୁ ତାଙ୍କୁ ମନୋଜ ଏବଂ ତାଙ୍କ ସମର୍ଥକମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖବର ପାଇ ସରପଞ୍ଚଙ୍କ ସମର୍ଥକମାନେ ସେଠାରେ ପହଞ୍ଚତ୍ ମନୋଜ ଓ ଅନ୍ୟମାନଙ୍କୁ ପ୍ରତି ଆକ୍ରମଣ କରିବାରୁ ପରସ୍ପର ମଧ୍ୟରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏ ସମ୍ପର୍କରେ ସରପଞ୍ଚ ପ୍ରିୟଙ୍କାଙ୍କୁ ପଚାରିବାରୁ ସେ କହିଲେ, ମୁଁ ଓ ମୋ ସ୍ବାମୀ ସମର୍ଥକଙ୍କ ସହ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ବେଳେ ସେମାନେ ଆସି ଆମକୁ ଆକ୍ରମଣ କରିଥିଲେ। ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିଛି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କେ.ନୂଆଗାଁ ଥାନା ଆଇଆଇସି କିଶୋର ସାମଲ କହିଛନ୍ତି। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୭ରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବିଡିଓ ଦିଗପହଣ୍ଡି ଥାନାକୁ ଜଣାଇବା ପରେ ପୋଲିସ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ଉଭୟ ଗୋଷ୍ଠୀଙ୍କୁ ଘଉଡାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri