ଗୋଷ୍ଠୀଭିତ୍ତିକ ବିହନ ସଂରକ୍ଷଣ

ସାଧାରଣତଃ ମାଣ୍ଡିଆ ଏକ କ୍ଷୁଦ୍ର ଦାନାଯୁକ୍ତ, ଗରମ ଦିନିଆ ଫସଲ। ଏଥିରେ ଅଧିକ ପରିମାଣରେ ପ୍ରୋଟିନ୍‌, ଫାଇବର, ନିଆସିନ୍‌, ଥାଏମିନ୍‌, ରାଇବୋଫ୍ଲାବିନ୍‌, ମିଥିଓନାଇନ, ଲେସିଥିନ୍‌ ଓ ଭିଟାମିନ -ଇ ଥାଏ। ଏହା ବିଭିନ୍ନ ପ୍ରକାର ଖଣିଜ ଲବଣ ଯଥା ଆଇରନ୍‌, ମାଗ୍ନେସିୟମ, କ୍ୟାଲସିୟମ ଓ ପଟାସିୟମରେ ଭରପୂର ଥାଏ। ସମୟ ଥିଲା ଲୋକମାନେ ନିଜ ଫୁଡ୍‌ ମେନୁ ଅବା ଖାଦ୍ୟଥାଳିରେ ମାଣ୍ଡିଆକୁ ଗ୍ରହଣ କରୁ ନ ଥିଲେ। ବୋଧହୁଏ ଏ ଦିଗରେ ସେତେଟା ପ୍ରଚାର ପ୍ରସାର ହୋଇ ନ ଥିବାରୁ ଏହା ଲୋକମାନଙ୍କଠାରୁ ଦୂରରେ ଥିଲା। କିନ୍ତୁ ସମୟ ବଦଳିଛି। ଲୋକଙ୍କ ଖାଦ୍ୟଥାଳିରେ ମାଣ୍ଡିଆ ପରଷା ଯାଉଛି। ଏହା ହିଁ ତ ପରିବର୍ତ୍ତନ। ଆମ ରାଜ୍ୟ ଓଡ଼ିଶା ବି ଏବେ ମାଣ୍ଡିଆ ଉପତ୍ାଦନରେ ବେଶ୍‌ ଆଗରେ ଅଛି। ସୁଦୂର ସୁନ୍ଦରଗଡ଼ଠୁ ଆରମ୍ଭ କରି ସୀମାନ୍ତ ମୟୂରଭଞ୍ଜ ଯାଏ ସବୁଠି ଏବେ ମାଣ୍ଡିଆର ମହକରେ ମହକିତ ହେଉଛି।
ଦେଶୀମାଣ୍ଡିଆ କଥା କହିଲେ ଆମେ ସବୁବେଳେ କୋରାପୁଟର କଥା ପ୍ରଥମେ ଭାବିଥାଉ। ଦେଶୀ ବିହନ, ଦେଶୀଚାଷ ଏସବୁର ସଂଜ୍ଞା ଏବେ ବୁଝାଇବାର ଆବଶ୍ୟକତା ନାହିଁ। କିନ୍ତୁ ଯେଉଁ ଦେଶୀମାଣ୍ଡିଆ ପାଇଁ ଓଡ଼ିଶା ତା’ର ପରିଚୟ ବହନ କରିଥିଲା ଆମର ଉତ୍ତରଦାୟିତ୍ୱ ଦେଶୀମାଣ୍ଡିଆର ଉପଯୁକ୍ତ ସଂରକ୍ଷଣ। ତେବେ ଏ ଦିଗରେ କମ୍ୟୁନିଟି ବିହନ ବ୍ୟାଙ୍କଗୁଡ଼ିକର ଗଠନ ଅପରିହାର୍ଯ୍ୟ। ଯାହାସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଆବଶ୍ୟକତାକୁ ମେଣ୍ଟାଇବାରେ ସାହାଯ୍ୟ କରିପାରିବ। ଓଡ଼ିଶାରେ କାଳିଆ ମାଣ୍ଡିଆ, ବଡ଼ତାରା ମାଣ୍ଡିଆ, ଜାମମାଣ୍ଡିଆ ପରି ବିହନକୁ ନିଜେ ସଂରକ୍ଷଣ କରିବା ସହ ଚାଷୀମାନେ ଆଖପାଖର ଗାଁଲୋକମାନଙ୍କୁ ଚାଷକରିବାକୁ ଦେଇଥାନ୍ତି। ପ୍ରତିବଦଳରେ ଚାଷ ପରେ ସେହି ବିହନକୁ ପୁଣି ସେମାନେ ଦେଇଥିବା ଚାଷୀଙ୍କୁ ଫେରାଇଥାନ୍ତି। ସତରେ କେଡ଼େ ନିଆରା ପ୍ରୟାସ। ବାସ୍ତବରେ ଆମ ଦେଶୀବିହନ ଆଜି ବିଳାପ କରୁଛି। ଅନ୍ତଜାର୍ତୀୟ କୃଷିବିଜ୍ଞାନୀ ରୋନିଭେରୋନ କହିଥିଲେ, ଉତ୍ତମ ଗୁଣ ଥିବା ଦେଶୀବିହନଗୁଡ଼ିକ ଆମ ପରବର୍ତ୍ତୀ ପିଢ଼ିପାଇଁ ଏକ ଶୁଭସଙ୍କେତ। ଏ ଦିଗରେ କମ୍ୟୁନିଟି ବିହନ ବ୍ୟାଙ୍କଗୁଡ଼ିକ ଅଗ୍ରାଧିକାର ସ୍ବରୂପ ଗଠନ ହେବା ଜରୁରୀ। କାରଣ ଏଥିରେ ଅନ୍ତର୍ଭୁକ୍ତ ଚାଷୀମାନେ ବିହନର ବିପଣନ, ଅମଳ, ସଂରକ୍ଷଣ ତଥା ଏହାର ଗୁଣାତ୍ମକ ଉପତ୍ାଦନ ଉପରେ ଗୁରୁତ୍ୱ ଦେଇଥାନ୍ତି। ବିଶେଷକରି ଜଳବାୟୁର ଏହି ଅନିୟମିତତା ସମୟରେ ଏହି କମ୍ୟୁନିଟି ବିହନ ବ୍ୟାଙ୍କଗୁଡ଼ିକର ଏକ ବଡ଼ ଭୂମିକା ରହିଥାଏ। ଏହା ମାଧ୍ୟମରେ ଚାଷୀମାନେ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତକରି ଏହାର ଉପତ୍ାଦନ ତଥା ବିକ୍ରୟ ଉପରେ ଗୁରୁତ୍ୱ ଦେଇଥାନ୍ତି। ଏହା ବ୍ୟତୀତ ଜାତୀୟସ୍ତରରେ ‘ସିଡ୍‌ ଫର ନିଡ୍‌’ ଉପରେ ଅନେକ ଗୁରୁତ୍ୱ ଦିଆଯାଇଛି। ଯାହା କୃଷିକ୍ଷେତ୍ରରେ ବିବିଧତାକୁ ରକ୍ଷାକରିବା ଦିଗରେ ମୁଖ୍ୟ ଭୂମିକା ନେଇଛି। ମୁଖ୍ୟତଃ ଏହି ପ୍ରୟାସଗୁଡ଼ିକ ଚାଷୀମାନଙ୍କୁ ଏକତ୍ରକରି ଏକ ମଧୁମୟ ଭବିଷ୍ୟତ ଗଠନ ସହ ଖାଦ୍ୟ ନିରାପତ୍ତାକୁ କିପରି ମୁକାବିଲା କରାଯାଇ ପାରିବ, ସେ ଦିଗରେ ପ୍ରବର୍ତ୍ତାଇଥାଏ। ଯାହା ସ୍ଥାନୀୟ ସ୍ତରରେ ଚାଷୀମାନଙ୍କ ମଧ୍ୟରେ ଏହି ଦେଶୀ ବିହନକୁ ନେଇ ସଚେତନତା ବୃଦ୍ଧିକରିଥାଏ। ଏହି କମ୍ୟୁନିଟି ବିହନ ବ୍ୟାଙ୍କଗୁଡ଼ିକ ବିଗତ ୨୦ ବର୍ଷ ମଧ୍ୟରେ ଚାଷୀମାନଙ୍କ ଅଧିକାର ଉପରେ କାମକରୁଛି। ଏହି ଗୋଷ୍ଠୀଭିତ୍ତିକ ବିହନ ସଂରକ୍ଷଣ ମାଧ୍ୟମରେ ଆମେ ଶ୍ରୀଅନ୍ନର ଅଧିକ ପ୍ରସାର କରିପାରିବା।
କେବଳ ପୁଷ୍ଟି ଶସ୍ୟରେ ସୀମିତ ନ ରହି ମାଣ୍ଡିଆ ଆଜି ଏକ ବିପ୍ଳବ ସୃଷ୍ଟିକରିଛି। ତେବେ କମ୍ୟୁନିଟି ସିଡ୍‌ ବ୍ୟାଙ୍କ ମାଧ୍ୟମରେ ଆମେ ଶ୍ରୀଅନ୍ନର ବିହନ ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେଇପାରିବା। ଅନେକ ଚାଷୀ ଏବେ ମାଣ୍ଡିଆର ବିଭିନ୍ନ କିସମକୁ ସଂରକ୍ଷଣ କରିବା ଦିଗରେ ମଧ୍ୟ ଧ୍ୟାନ ଦେଉଛନ୍ତି। ଏପରିକି ଓଡ଼ିଶା ମାଣ୍ଡିଆର ଚାରୋଟି ଭୂପ୍ରଜାତିି ଯଥା -କୁନ୍ଦା୍ରବାଟି, ମାଲ୍ୟବନ୍ତ ମାମି, ଗୁପ୍ତେଶ୍ୱର ଭାରତୀ ଓ ଲକ୍ଷ୍ମୀପୁର କାଳିଆ ଜାର କରିବାରେ ପ୍ରଥମ ରାଜ୍ୟ। କୃଷିଭିତ୍ତିକ ରାଜ୍ୟ ଓଡ଼ିଶାରେ ଏହି ବିହନ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ରହିଛି। ଅନେକ ବେସରକାରୀ ସଂସ୍ଥା ଏ ଦିଗରେ ନିଜର ସ୍ବତନ୍ତ୍ର କାର୍ଯ୍ୟକ୍ରମ କରୁଛନ୍ତି। କେବଳ ଜୈବକୃଷି ନାରା ଦେଇ ଆମେ ଚୁପ୍‌ରହିଲେ ହେବ ନାହିଁ ବରଂ ଏହାର ବାସ୍ତବତାକୁ ଉପଲବ୍ଧି କରିବା ସହ ଆମେ ବିଲୁ୍‌ପ୍ତହେବାକୁ ଯାଉଥିବା ଏହି ଦେଶୀ ବିହନଗୁଡ଼ିକର ସଂରକ୍ଷଣ ଦିଗରେ ଅଣ୍ଟାଭିଡ଼ିବା।

ଡି. ଶୁଭମ୍‌
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର ମୋ:୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

ବଢ଼ିବ ବାବୁଙ୍କ ଆର୍ଥିକ କ୍ଷମତା: ସରକାରୀ ଯୋଜନା ରକେଟ ବେଗରେ…

ଭୁବନେଶ୍ୱର,୨୮।୧(ରବିନାରାୟଣ ଜେନା):ରାଜ୍ୟ ସରକାରକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୫ ମେ’ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବାବେଳେ ଏବେ…

ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ

ଭୁବନେଶ୍ୱର,୨୮।୧(ତ୍ରିନାଥ ମହାନ୍ତି): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନ୍ୟୁ ଆଜାଦ ନଗରରେ ଏକ ୩ତାଲା ବିଶିଷ୍ଟ ଛାତ ଉପରେ ମଙ୍ଗଳବାର ବୋମା ଭିଡ଼ିବା ସମୟରେ ବିସ୍ଫୋରଣ ଘଟି…

୨୨ ଚୌକା, ୧୧ ଛକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ବିଶ୍ୱକପ୍‌ରେ…

ବୁଲାୱାୟୋ,୨୮।୧: ୧୯ ବର୍ଷରୁ କମ ବିଶ୍ୱକପର ସୁପର ସିକ୍ସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୨ ରନ କରିଥିଲା। ଏହି ମ୍ୟାଚ ବୁଲାୱାୟୋରେ ଖେଳାଯାଉଛି। ଟିମ…

ବାଲିଟିକ୍ରା ନିକଟରୁ ମିଳିଲା ଶୁଭମଙ୍କ ମୃତଦେହ: ବଢୁଛି ସନ୍ଦେହ

ବରଗଡ଼,୨୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ବାଲିଟିକ୍ରା ପାଖରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ ୱାର୍ଡ ନଂ-୭…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri