ଗୋଷ୍ଠୀଭିତ୍ତିକ ବିହନ ସଂରକ୍ଷଣ

ସାଧାରଣତଃ ମାଣ୍ଡିଆ ଏକ କ୍ଷୁଦ୍ର ଦାନାଯୁକ୍ତ, ଗରମ ଦିନିଆ ଫସଲ। ଏଥିରେ ଅଧିକ ପରିମାଣରେ ପ୍ରୋଟିନ୍‌, ଫାଇବର, ନିଆସିନ୍‌, ଥାଏମିନ୍‌, ରାଇବୋଫ୍ଲାବିନ୍‌, ମିଥିଓନାଇନ, ଲେସିଥିନ୍‌ ଓ ଭିଟାମିନ -ଇ ଥାଏ। ଏହା ବିଭିନ୍ନ ପ୍ରକାର ଖଣିଜ ଲବଣ ଯଥା ଆଇରନ୍‌, ମାଗ୍ନେସିୟମ, କ୍ୟାଲସିୟମ ଓ ପଟାସିୟମରେ ଭରପୂର ଥାଏ। ସମୟ ଥିଲା ଲୋକମାନେ ନିଜ ଫୁଡ୍‌ ମେନୁ ଅବା ଖାଦ୍ୟଥାଳିରେ ମାଣ୍ଡିଆକୁ ଗ୍ରହଣ କରୁ ନ ଥିଲେ। ବୋଧହୁଏ ଏ ଦିଗରେ ସେତେଟା ପ୍ରଚାର ପ୍ରସାର ହୋଇ ନ ଥିବାରୁ ଏହା ଲୋକମାନଙ୍କଠାରୁ ଦୂରରେ ଥିଲା। କିନ୍ତୁ ସମୟ ବଦଳିଛି। ଲୋକଙ୍କ ଖାଦ୍ୟଥାଳିରେ ମାଣ୍ଡିଆ ପରଷା ଯାଉଛି। ଏହା ହିଁ ତ ପରିବର୍ତ୍ତନ। ଆମ ରାଜ୍ୟ ଓଡ଼ିଶା ବି ଏବେ ମାଣ୍ଡିଆ ଉପତ୍ାଦନରେ ବେଶ୍‌ ଆଗରେ ଅଛି। ସୁଦୂର ସୁନ୍ଦରଗଡ଼ଠୁ ଆରମ୍ଭ କରି ସୀମାନ୍ତ ମୟୂରଭଞ୍ଜ ଯାଏ ସବୁଠି ଏବେ ମାଣ୍ଡିଆର ମହକରେ ମହକିତ ହେଉଛି।
ଦେଶୀମାଣ୍ଡିଆ କଥା କହିଲେ ଆମେ ସବୁବେଳେ କୋରାପୁଟର କଥା ପ୍ରଥମେ ଭାବିଥାଉ। ଦେଶୀ ବିହନ, ଦେଶୀଚାଷ ଏସବୁର ସଂଜ୍ଞା ଏବେ ବୁଝାଇବାର ଆବଶ୍ୟକତା ନାହିଁ। କିନ୍ତୁ ଯେଉଁ ଦେଶୀମାଣ୍ଡିଆ ପାଇଁ ଓଡ଼ିଶା ତା’ର ପରିଚୟ ବହନ କରିଥିଲା ଆମର ଉତ୍ତରଦାୟିତ୍ୱ ଦେଶୀମାଣ୍ଡିଆର ଉପଯୁକ୍ତ ସଂରକ୍ଷଣ। ତେବେ ଏ ଦିଗରେ କମ୍ୟୁନିଟି ବିହନ ବ୍ୟାଙ୍କଗୁଡ଼ିକର ଗଠନ ଅପରିହାର୍ଯ୍ୟ। ଯାହାସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଆବଶ୍ୟକତାକୁ ମେଣ୍ଟାଇବାରେ ସାହାଯ୍ୟ କରିପାରିବ। ଓଡ଼ିଶାରେ କାଳିଆ ମାଣ୍ଡିଆ, ବଡ଼ତାରା ମାଣ୍ଡିଆ, ଜାମମାଣ୍ଡିଆ ପରି ବିହନକୁ ନିଜେ ସଂରକ୍ଷଣ କରିବା ସହ ଚାଷୀମାନେ ଆଖପାଖର ଗାଁଲୋକମାନଙ୍କୁ ଚାଷକରିବାକୁ ଦେଇଥାନ୍ତି। ପ୍ରତିବଦଳରେ ଚାଷ ପରେ ସେହି ବିହନକୁ ପୁଣି ସେମାନେ ଦେଇଥିବା ଚାଷୀଙ୍କୁ ଫେରାଇଥାନ୍ତି। ସତରେ କେଡ଼େ ନିଆରା ପ୍ରୟାସ। ବାସ୍ତବରେ ଆମ ଦେଶୀବିହନ ଆଜି ବିଳାପ କରୁଛି। ଅନ୍ତଜାର୍ତୀୟ କୃଷିବିଜ୍ଞାନୀ ରୋନିଭେରୋନ କହିଥିଲେ, ଉତ୍ତମ ଗୁଣ ଥିବା ଦେଶୀବିହନଗୁଡ଼ିକ ଆମ ପରବର୍ତ୍ତୀ ପିଢ଼ିପାଇଁ ଏକ ଶୁଭସଙ୍କେତ। ଏ ଦିଗରେ କମ୍ୟୁନିଟି ବିହନ ବ୍ୟାଙ୍କଗୁଡ଼ିକ ଅଗ୍ରାଧିକାର ସ୍ବରୂପ ଗଠନ ହେବା ଜରୁରୀ। କାରଣ ଏଥିରେ ଅନ୍ତର୍ଭୁକ୍ତ ଚାଷୀମାନେ ବିହନର ବିପଣନ, ଅମଳ, ସଂରକ୍ଷଣ ତଥା ଏହାର ଗୁଣାତ୍ମକ ଉପତ୍ାଦନ ଉପରେ ଗୁରୁତ୍ୱ ଦେଇଥାନ୍ତି। ବିଶେଷକରି ଜଳବାୟୁର ଏହି ଅନିୟମିତତା ସମୟରେ ଏହି କମ୍ୟୁନିଟି ବିହନ ବ୍ୟାଙ୍କଗୁଡ଼ିକର ଏକ ବଡ଼ ଭୂମିକା ରହିଥାଏ। ଏହା ମାଧ୍ୟମରେ ଚାଷୀମାନେ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତକରି ଏହାର ଉପତ୍ାଦନ ତଥା ବିକ୍ରୟ ଉପରେ ଗୁରୁତ୍ୱ ଦେଇଥାନ୍ତି। ଏହା ବ୍ୟତୀତ ଜାତୀୟସ୍ତରରେ ‘ସିଡ୍‌ ଫର ନିଡ୍‌’ ଉପରେ ଅନେକ ଗୁରୁତ୍ୱ ଦିଆଯାଇଛି। ଯାହା କୃଷିକ୍ଷେତ୍ରରେ ବିବିଧତାକୁ ରକ୍ଷାକରିବା ଦିଗରେ ମୁଖ୍ୟ ଭୂମିକା ନେଇଛି। ମୁଖ୍ୟତଃ ଏହି ପ୍ରୟାସଗୁଡ଼ିକ ଚାଷୀମାନଙ୍କୁ ଏକତ୍ରକରି ଏକ ମଧୁମୟ ଭବିଷ୍ୟତ ଗଠନ ସହ ଖାଦ୍ୟ ନିରାପତ୍ତାକୁ କିପରି ମୁକାବିଲା କରାଯାଇ ପାରିବ, ସେ ଦିଗରେ ପ୍ରବର୍ତ୍ତାଇଥାଏ। ଯାହା ସ୍ଥାନୀୟ ସ୍ତରରେ ଚାଷୀମାନଙ୍କ ମଧ୍ୟରେ ଏହି ଦେଶୀ ବିହନକୁ ନେଇ ସଚେତନତା ବୃଦ୍ଧିକରିଥାଏ। ଏହି କମ୍ୟୁନିଟି ବିହନ ବ୍ୟାଙ୍କଗୁଡ଼ିକ ବିଗତ ୨୦ ବର୍ଷ ମଧ୍ୟରେ ଚାଷୀମାନଙ୍କ ଅଧିକାର ଉପରେ କାମକରୁଛି। ଏହି ଗୋଷ୍ଠୀଭିତ୍ତିକ ବିହନ ସଂରକ୍ଷଣ ମାଧ୍ୟମରେ ଆମେ ଶ୍ରୀଅନ୍ନର ଅଧିକ ପ୍ରସାର କରିପାରିବା।
କେବଳ ପୁଷ୍ଟି ଶସ୍ୟରେ ସୀମିତ ନ ରହି ମାଣ୍ଡିଆ ଆଜି ଏକ ବିପ୍ଳବ ସୃଷ୍ଟିକରିଛି। ତେବେ କମ୍ୟୁନିଟି ସିଡ୍‌ ବ୍ୟାଙ୍କ ମାଧ୍ୟମରେ ଆମେ ଶ୍ରୀଅନ୍ନର ବିହନ ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେଇପାରିବା। ଅନେକ ଚାଷୀ ଏବେ ମାଣ୍ଡିଆର ବିଭିନ୍ନ କିସମକୁ ସଂରକ୍ଷଣ କରିବା ଦିଗରେ ମଧ୍ୟ ଧ୍ୟାନ ଦେଉଛନ୍ତି। ଏପରିକି ଓଡ଼ିଶା ମାଣ୍ଡିଆର ଚାରୋଟି ଭୂପ୍ରଜାତିି ଯଥା -କୁନ୍ଦା୍ରବାଟି, ମାଲ୍ୟବନ୍ତ ମାମି, ଗୁପ୍ତେଶ୍ୱର ଭାରତୀ ଓ ଲକ୍ଷ୍ମୀପୁର କାଳିଆ ଜାର କରିବାରେ ପ୍ରଥମ ରାଜ୍ୟ। କୃଷିଭିତ୍ତିକ ରାଜ୍ୟ ଓଡ଼ିଶାରେ ଏହି ବିହନ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ରହିଛି। ଅନେକ ବେସରକାରୀ ସଂସ୍ଥା ଏ ଦିଗରେ ନିଜର ସ୍ବତନ୍ତ୍ର କାର୍ଯ୍ୟକ୍ରମ କରୁଛନ୍ତି। କେବଳ ଜୈବକୃଷି ନାରା ଦେଇ ଆମେ ଚୁପ୍‌ରହିଲେ ହେବ ନାହିଁ ବରଂ ଏହାର ବାସ୍ତବତାକୁ ଉପଲବ୍ଧି କରିବା ସହ ଆମେ ବିଲୁ୍‌ପ୍ତହେବାକୁ ଯାଉଥିବା ଏହି ଦେଶୀ ବିହନଗୁଡ଼ିକର ସଂରକ୍ଷଣ ଦିଗରେ ଅଣ୍ଟାଭିଡ଼ିବା।

ଡି. ଶୁଭମ୍‌
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର ମୋ:୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?