Posted inଜାତୀୟ

ତେଜୁଛି ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ,୧୯।୪: ଦେଶର ବିଭିନ୍ନ ରାଜ୍ୟରେ ଗତ କିଛି ଦିନ ହେଲା ସାମ୍ପ୍ରଦାୟିକ ହିଂସା ବଢ଼ିବାରେ ଲାଗିଛି। ରାମନବମୀ ଶୋଭଯାତ୍ରା ଏବଂ ହନୁମାନ ଜୟନ୍ତୀ ସମୟରେ ବିଭିନ୍ନ ସ୍ଥାନରେ ଦୁଇ ସମ୍ପ୍ରଦାୟର ଲୋକେ ପରସ୍ପର ମୁହଁାମୁହଁି ହୋଇଥିଲେ। ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ଗତ ଶନିବାର ସାମ୍ପ୍ରଦାୟିକ ସଂଘର୍ଷ ସୃଷ୍ଟି ହୋଇ ପୋଲିସ ସମେତ କେତେଜଣ ଆହତ ହୋଇଥିଲେ। ସୋମବାର ସେଠାରେ ପୁଣିଥରେ ଢେଲାମାଡ଼ ହେବାରୁ ଦିଲ୍ଲୀ ପୋଲିସର ଜଣେ ଇନ୍ସପେକ୍ଟର ଆହତ ହୋଇଛନ୍ତି।
ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ସଂଘର୍ଷ ଘଟଣାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ସୋମବାର ଏତଲା ଦାଏର କରିଛି। ସେମାନେ ଅନୁମତି ନ ନେଇ ଶୋଭାଯାତ୍ରା ବାହାର କରିଥିବାରୁ ଆଇପିସିର ଧାରା ୧୮୮ରେ ଏତଲା ଦାଏର ହୋଇଥିବା ଉତ୍ତରପଶ୍ଚିମାଞ୍ଚଳ ଡିସିପି ଉଷା ରଙ୍ଗ୍‌ନାନି କହିଛନ୍ତି। ଶନିବାର ସକାଳେ ଓ ସନ୍ଧ୍ୟାରେ ଆୟୋଜିତ ଶୋଭାଯାତ୍ରାକୁ ଅନୁମତି ମିଳିଥିଲା। ରାତିରେ ବିନା ଅନୁମତିରେ ବାହାରିଥିବା ଶୋଭାଯାତ୍ରା ବେଳେ ସଂଘର୍ଷ ହୋଇଥିଲା।
ସି-ବ୍ଲକ୍‌ରୁ ଟେକାମାଡ଼ ହୋଇଥିବାବେଳେ ପୋଲିସ ଟିମ୍‌ ଏବଂ ରାପିଡ୍‌ ଆକ୍ସନ ଫୋର୍ସ ସେଠାରେ ପହଞ୍ଚତ୍ଛନ୍ତି। ସି-ବ୍ଲକ୍‌ର ସମସ୍ତ ଗେଟ୍‌କୁ ବନ୍ଦ କରିଦିଆଯିବା ସହ କାହାକୁ ବାହାରକୁ ଯିବାକୁ ଦିଆଯାଉ ନାହିଁ। କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ପୂର୍ବ ସଂଘର୍ଷର ତଦନ୍ତ ପାଇଁ ଉକ୍ତ ଲେନ୍‌ରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଟେକାମାଡ଼ ହୋଇଥିଲା।
ଜାହାଙ୍ଗୀରପୁରୀ ସାମ୍ପ୍ରଦାୟିକ ସଂଘର୍ଷର ତଦନ୍ତ ଦାୟିତ୍ୱ ସୋମବାର କ୍ରାଇମ୍‌ ବ୍ରାଞ୍ଚ୍‌କୁ ହସ୍ତାନ୍ତର କରାଯିବା ସହ ଏହା ପଛରେ ବାଂଲାଦେଶୀ/ରୋହିଙ୍ଗ୍ୟା ପ୍ରସଙ୍ଗ ଜଡ଼ିତ କି ନୁହେଁ, ତଦନ୍ତ କରିବା ପାଇଁ କୁହାଯାଇଛି। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ଏପର୍ଯ୍ୟନ୍ତ ଉଭୟ ସମ୍ପ୍ରଦାୟରୁ ୨୩ ଜଣଙ୍କୁ ଗିରଫ କରାଗଲାଣି। ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଯେଉଁମାନେ ହିଂସାରେ ସମ୍ପୃକ୍ତ ଥାଆନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ପୋଲିସ ଗିରଫଦାରିରେ ପାତର ଅନ୍ତର କରୁଛି ବୋଲି ସୋସିଆଲ ମିଡିଆରେ ଅଭିଯୋଗ ହେବା ପରେ ଅସ୍ଥାନା ଏଭଳି ମନ୍ତବ୍ୟ ଦେଇଛନ୍ତି। ଶୋଭାଯାତ୍ରାରେ ବାହାରିଥିବା କେତେଜଣ ସି-ବ୍ଲକ୍‌ ମସ୍‌ଜିଦରେ ପତାକା ଲଗାଇବାକୁ ଉଦ୍ୟମ କରିଥିଲେ ବୋଲି ବିଭିନ୍ନ ରାଜନେତା ଓ ସୋସିଆଲ ମିଡିଆ ବ୍ୟବହାରକାରୀ ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗକୁ ପୋଲିସ କମିଶନର ଖଣ୍ଡନ କରିଛନ୍ତି। ସେଦିନ ଶୋଭାଯାତ୍ରାକୁ ନେଇ ବଚସାରୁ ସଂଘର୍ଷ ହୋଇଥିଲା ଏବଂ ଉଭୟ ଗୋଷ୍ଠୀ ପରସ୍ପରକୁ ଢେଲାମାଡ଼ କରିଥିଲେ। ଏଥିରେ ୯ ଜଣ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ କେତେଜଣ ଆହତ ହୋଇଥିଲେ। ଏହାର ତଦନ୍ତ ପାଇଁ ୧୪ଟି ଟିମ୍‌ ଗଠନ କରାଯାଇଛି। ତଥ୍ୟ ପ୍ରମାଣ ସଂଗ୍ରହ ଲାଗି ୪ଟି ଫୋରେନ୍‌ସିକ୍‌ ଟିମ୍‌ ଉକ୍ତ ଅଞ୍ଚଳକୁ ଯାଇଥିବା ଅସ୍ଥାନା ଗଣମାଧ୍ୟମକୁ କହିଛନ୍ତି।
ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ ରଖିବା ଲାଗି କେତେଜଣ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାକୁ ଉଦ୍ୟମ କରୁଛନ୍ତି। ସେଥିରେ ବିଶ୍ୱାସ ନ କରିବାକୁ ପୋଲିସ କମିଶନର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ପରିବେଶକୁ ବିଶୃଙ୍ଖଳିତ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri