Posted inଜାତୀୟ

ନୁହରେ ସାମ୍ପ୍ରଦାୟିକ ହିଂସା ସରକାରଙ୍କ ଏକ ଷଡଯନ୍ତ୍ର: ରଣଦୀପ ସୁରଜେୱାଲା

ନୂଆଦିଲ୍ଲୀ,୨।୮: ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସାକୁ ନେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ରାଜ୍ୟର ମନୋହର ଲାଲ ଖଟ୍ଟର ସରକାରଙ୍କୁ ଘେରିଛନ୍ତି। ଏଠାରେ ହିଂସା ଘଟିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଜାଣିଥିଲେ। ଏହା ସରକାରଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି।
ଭାଜପା ଏବଂ ଜେଜେପି ସରକାରଙ୍କୁ ଟାର୍ଗେଟ କରି ସୁରଜେୱାଲା କହିଛନ୍ତି, ଏହି ହିଂସା ରାଜ୍ୟ ସରକାରଙ୍କ ଷଡଯନ୍ତ୍ରର ଏକ ଅଂଶ। ଇଣ୍ଟେଲିଜେନ୍ସ ଇନପୁଟ ଖଟ୍ଟର ସରକାରଙ୍କ ସହ ଥିଲା, ତେଣୁ ସରକାର କାହିଁକି ପଦକ୍ଷେପ ନେଇ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ନୁହଙ୍କ ଏସପିଙ୍କୁ କାହିଁକି ଛୁଟିରେ ପଠାଗଲା ସେ ରାଜ୍ୟ ସରକାରଙ୍କୁ ମଧ୍ୟ ପଚାରିଥିଲେ।
ସୂଚନାଯୋଗ୍ୟ, ହରିୟାଣାର ନୁହ ଜିଲା ନନ୍ଦ ଗାଁ ନିକଟରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା କରାଯାଉଥିବାବେଳେ ଗୁରୁଗ୍ରାମ-ଅଲଓ୍ବାର ଜାତୀୟ ରାଜପଥରେ ଗୋଟିଏ ଗୋଷ୍ଠୀ ଏହାକୁ ଅଟକାଇବା ସହ ଶୋଭାଯାତ୍ରା ଉପରକୁ ଟେକାମାଡ଼ କରିଥିଲା। ଉତ୍ତେଜନା ବଢ଼ିବା ସହ ସରକାରୀ ଓ ଘରୋଇ ଗାଡ଼ିଗୁଡ଼ିକୁ ଟାର୍ଗେଟ କରାଯିବା ସହ କେତେକରେ ନିଆଁ ଲଗାଇଦିଆଯାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କ ଗୁଳିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବାବେଳେ ହିଂସା ରୋକିବା ପାଇଁ ନିୟୋଜିତ ଥିବା ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ହିଂସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?