Categories: ଜାତୀୟ

ସାମ୍ପ୍ରଦାୟିକ ଦଙ୍ଗା ଷଡ଼ଯନ୍ତ୍ର: ମରିସସ୍‌ରୁ ଆସିଥିଲା ୫୦ କୋଟି

ନୂଆଦିଲ୍ଲୀ, ୭।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ସାମ୍ପ୍ରଦାୟିକ ଦଙ୍ଗା ଷଡ଼ଯନ୍ତ୍ର ପାଇଁ ମରିସସ୍‌ରୁ ୫୦ କୋଟି ଟଙ୍କା ଆସିଥିଲା। ଏସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଶହେ କୋଟିରୁ ଅଧିକ ଟଙ୍କା ସଂଗ୍ରହ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିରେ ବିଚ୍ଛିନ୍ନତାବାଦୀ ସଂଗଠନ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ) ର ହାତ ରହିଛି ବୋଲି ଇଡ଼ି ପକ୍ଷରୁ ସୂଚନା ଦିଆ ଯାଇଛି। ପିଏଫ୍‌ଆଇର ଅଧ୍ୟକ୍ଷ ଏମ୍‌. ଅବଦୁଲ୍‌ ସଲାମ୍‌ କେରଳର ବିଦ୍ୟୁତ୍‌ ବିଭାଗର ଜଣେ କର୍ମଚାରୀ। ସେ ବରିଷ୍ଠ ସହାୟକ ତଥା କ୍ୟାସିଅର ଭାବେ କାର୍ଯ୍ୟ କରୁଥିବା କୁହାଯାଉଛି। ସେ ୨୦୦୦ରୁ ଏଠାରେ କାର୍ଯ୍ୟ କରୁଛନ୍ତି। ସେ ମଲ୍ଲାପୁରମ୍‌ ଜିଲାର ବାସିନ୍ଦା। ବିନା ଅନୁମତିରେ ସେ ବିଦେଶ ଯାତ୍ରା କରିଥିବାର ଅଭିଯୋଗ ମଧ୍ୟ ହୋଇଛି।

Share