ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇ ସଂଘର୍ଷର ରୂପ ନେଇଥିଲା।
ଏପରିକି ଉଭୟଙ୍କ ମଧ୍ୟରେ ଢେଲାପଥର ମାଡ଼ ସହ ପରସ୍ପରକୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲ। ଏନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ସହଦେବଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।