‘ସାଧାରଣ ଜନତାଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ’

ଢେଙ୍କାନାଳ ଅଫିସ,୧୧।୧: ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ମିନି ଷ୍ଟାଡିୟମ୍‌ ପରିସରରେ ମଙ୍ଗଳବାର ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନ ୧୦ଟାରେ ବାଜିଚୌକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ମିନି ଷ୍ଟାଡିୟମ୍‌ରେ ପହଞ୍ଚତ୍ଥିଲା। କାର୍ଯ୍ୟକ୍ରମକୁ ଉଦଘାଟନ କରି ଜିଲା ପର୍ଯ୍ୟବେକ୍ଷକ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ, ଡିସେମ୍ବର ୨୬ରେ ପୁରୀରେ ଅନୁଷ୍ଠିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀରେ ଏହାକୁ ପାଳନ କରିବା ପାଇଁ କହିଥିଲେ। ୨୦୦୦ରୁ ଓଡ଼ିଶାବାସୀଙ୍କ ପାଇଁ ସମସ୍ତ ପ୍ରକାର ଆବଶ୍ୟକ ସେବା ବିଜେଡି ଦେଇଆସୁଛି। ୫-ଟି ମାଧ୍ୟମରେ ବିଦ୍ୟାଳୟ ରୂପାନ୍ତରୀକରଣ, ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷା, ମହିଳାଙ୍କୁ ଶାସନରେ ୫୦% ଭାଗୀଦାର କରିବା ଏବଂ ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତ କରିବା ଭଳି ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମା’ ମାନେ ସମ୍ମାନର ସହ ବଞ୍ଚତ୍ବା ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ପ୍ରମିଳା କହିଛନ୍ତି। ଭାଜପାକୁ ଟାର୍ଗେଟ କରି ସେ କହିଲେ, ଢେଙ୍କାନାଳ ଜିଲାରେ କେତେଜଣ ନେତା ଅଛନ୍ତି ସବୁବେଳେ କୁହନ୍ତି ଅଛେଦିନ୍‌ ଆୟେଗା। ଗ୍ୟାସ୍‌, ଟେଲିଫୋନ୍‌ ବ୍ୟବସାୟୀ ଯେତେବେଳେ ଲାଭବାନ ହେଲେ ତାହା ଥିଲା ସେମାନଙ୍କ ଅଛେଦିନ୍‌। ଖଟିଖିଆ ଓ ଗରିବ ଲୋକଙ୍କ ପାଇଁ ଅଛେଦିନ୍‌ ଆସିଲାନାହିଁ। ପେଟ୍ରୋଲ, ଗ୍ୟାସ୍‌ ଦରବୃଦ୍ଧି ସାଧାରଣ ଜନତାଙ୍କୁ ହନ୍ତସନ୍ତ କରିଛି। ହେଲେ ସାଧାରଣ ଜନତାଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡି ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଥିଲେ।
ଏମ୍‌ପି ମହେଶ ସାହୁ କହିଲେ, କିଛି ମୁଷ୍ଟିମେୟ ବିଧାୟକଙ୍କ ଦ୍ୱାରା ରାଜ୍ୟ ସଭାକୁ ନିର୍ବାଚିତ ହୋଇ ସେମାନେ ନିଜକୁ ରାଜତନ୍ତ୍ରରେ ରହିଥିବା ଭାବି ଅହଙ୍କାର ପ୍ରଦର୍ଶନ କରୁଛନ୍ତି। ପ୍ରଜାତନ୍ତ୍ରରେ ଅହଙ୍କାରର ସ୍ଥାନ ନାହିଁ। ୨୦୧୭ରେ ଆକାଂକ୍ଷା ଜିଲାରେ ମେଡିକାଲ କଲେଜ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଆକାଂକ୍ଷା ଜିଲା ମାନ୍ୟତାକୁ ୬ବର୍ଷ ବିତିଥିଲେ ମଧ୍ୟ ଢେଙ୍କାନାଳରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲାନାହିଁ। କେନ୍ଦ୍ର ସରକାର ଏମ୍‌ପିଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବନ୍ଦ କରିଦେଲେ। ସିଏସ୍‌ଆର ଫଣ୍ଡକୁ ପିଏମ୍‌ କେୟାର ଫଣ୍ଡ୍‌ ଭାବେ ବ୍ୟବହାର କରାଯାଉଛି ବୋଲି ଏମ୍‌ପି ସାହୁ କହିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଧାୟକ ସୁଧୀର କୁମାର ସାମଲ କହିଲେ, ରାଜ୍ୟ କେନ୍ଦ୍ରକୁ ବାର୍ଷିକ ୨ଲକ୍ଷ କୋଟି ଟଙ୍କା ଟିକସ ଦେଉଛି ା କିନ୍ତୁ କେନ୍ଦ୍ର ଆମର ୫ କେଜି ଲେଖାଏ ଚାଉଳ କାଟି ଦେଇଛି। ଏହି କଥାକୁ ଲୋକଙ୍କୁ ଜଣାଇବୁ ବୋଲି ବିଧାୟକ କହିଥିଲେ।
ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଜିଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, ବରିଷ୍ଠ ନେତା ଲକ୍ଷ୍ମୀଧର ସାହୁ, ଇନ୍ଦ୍ରମଣି ବେହେରା, ହର୍ଷବର୍ଦ୍ଧନ ସିଂଦେଓ, ଦେବୀ ପ୍ରସାଦ ଭୂତିଆ, ପ୍ରକାଶ ଚନ୍ଦ୍ର କୁଅଁର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଦେବାଶିଷ ମିଶ୍ର, ନରୋତ୍ତମ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଗର ନିଗମ ଫଳାଫଳ: ଭାଜପାକୁ ବଡ଼ ଝଟକା, ଆଉ ୪ ୱାର୍ଡରେ ଜିତିଲା କଂଗ୍ରେସ

ଜୟପୁର,୧୭।୯: ରାଜସ୍ଥାନର ଜୟପୁର, କୋଟା ଓ ଯୋଧପୁରର ୯ଟି ଆସନ ମଧ୍ୟରୁ ୮ଟିର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏହି ଆସନଗୁଡ଼ିକରେ ସେପ୍ଟେମ୍ବର ୧୬ ତାରିଖରେ ପୁନଃ…

ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ, ୧୭ା୯ : ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ଏବଂ ଆତ୍ମହତ୍ୟାର ଚିନ୍ତାଧାରା ବୃଦ୍ଧି ପାଉଥିବା ନେଇ ଏକ ନୂତନ…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

PM ମୋଦି କେବେ କେବେ UPIରେ କରିଛନ୍ତି ପେମେଣ୍ଟ? ଜାଣନ୍ତୁ କେତେ ଟଙ୍କା କରିଥିଲେ ଖର୍ଚ୍ଚ

ନୂଆଦିଲ୍ଲୀ, ୧୭/୯:ଆଜି ସେପ୍ଟେମ୍ବର ୧୭। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଏବଂ UPIକୁ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

PM ମୋଦିଙ୍କ ୭୭ତମ ଜନ୍ମଦିନ, ଗୁଜରାଟରେ ଜଳିବ ୮୮ ଲକ୍ଷ ଦୀପ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଶେଷ କରି ଗୁଜରାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?