Categories: ଫୁରସତ

ମାଟି ମା‘ର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ

ମାଟି ମା‘ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ପଦାତିକ ବାହିନୀଙ୍କ ବଳିଦାନ ଅତୁଳନୀୟ। ପଦାତିକ ବାହିନୀର କର୍ମଚାରୀଙ୍କ କଲ୍ୟାଣ ପାଇଁ ଡିସେମ୍ବର ୭ରେ ଜାତୀୟ ପଦାତିକ ବାହିନୀ ପତାକା ଦିବସ ( ନ୍ୟାଶନାଲ ଆର୍ମଡ୍‌ ଫୋର୍ସ ଫ୍ଲାଗ୍‌ ଡ଼େ) ପାଳନ କରାଯାଇଥାଏ। ଦେଶର ଜନସାଧାରଣଙ୍କଠାରୁ ଏନେଇ ପାଣ୍ଠି ସଂଗ୍ରହ କରିବା ଲାଗି ଏହି ଦିବସରେ ସଚେତନତା ସୃଷ୍ଟି କରାଯାଇଥାଏ।
୧୯୪୯ ଡିସେମ୍ବର ୭ ଠାରୁ ଏହା ପାଳିତ ହୋଇ ଆସୁଛି। ଭାରତ ସ୍ବାଧିନତା ହାସଲ କରିବା ପରେ ପ୍ରତିରକ୍ଷା କର୍ମଚାରୀଙ୍କ କଲ୍ୟାଣ ପାଇଁ ସରକାର ଚିନ୍ତା କରିଥିଲେ। ୧୯୪୯ ଅଗଷ୍ଟ ୨୮ରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧୀନରେ ଏକ କମିଟି ଗଠନ କରାଯାଇ ପ୍ରତିବର୍ଷ ଡିସେମ୍ବର ୭ ରେ ପତାକା ଦିବସ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ଦିନ ସାଧାରଣ ଜନତାଙ୍କୁ ଛୋଟ ପତାକା ବଣ୍ଟନ କରିବା ଏବଂ ପ୍ରତିବଦଳରେ ଦାନ ସଂଗ୍ରହ କରିବା କାର୍ଯ୍ୟ କରିବା ମୁଖ୍ୟ ଲକ୍ଷ୍ୟ ଥିଲା। ପତାକା ଦିବସର ମହତ୍ତ୍ୱ ହେଉଛି ଯେ, ଦେଶ ସୁରକ୍ଷା ପାଇଁ ଜୀବନ ଉତ୍ସର୍ଗ କରୁଥିବା ସଶସ୍ତ୍ର ବାହିନୀର କର୍ମଚାରୀଙ୍କ ପରିବାର ଏବଂ ନିଭରଶୀଳଙ୍କ ଯତ୍ନ ନେବା ଭାରତର ସାଧାରଣ ନାଗରିକଙ୍କ ଦାୟିତ୍ୱ। ଏହି ଦିବସ ପାଳନ ଅବସରରେ ଦେଶର ଜନସାଧାରଣଙ୍କ ମଧ୍ୟରେ ଭାରତୀୟ ସେନାର ପଦାତିକ ବାହିନୀଙ୍କ ବଳିଦାନକୁ ସ୍ମରଣ କରାଯିବା ସହିତ ଶହୀଦ୍‌ଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ।

Share