Categories: ବାଣିଜ୍ୟ

‘ପାୱାରିଂ ଡିଜିଟାଲ ଇଣ୍ଡିଆ ପ୍ରତି ପ୍ରତିଶ୍ରୁତିବଦ୍ଧ’

ଭୁବନେଶ୍ୱର,୨୭।୩: ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି)ର ଭୁବନେଶ୍ୱର କେନ୍ଦ୍ରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦିଗଦର୍ଶନ ଓ ତାଲିମ ପ୍ରଦାନ କରାଯାଇଥିବା ଛାତ୍ରୀଛାତ୍ରଙ୍କୁ ନିକଟରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ବିଶେଷ କରି ସାମ୍‌ସଙ୍ଗ ଇଣ୍ଡିଆର ଫ୍ଲାଗଶିପ ସିଏସଆର ପ୍ରୋଗ୍ରାମ ‘ସାମ୍‌ସଙ୍ଗ ଇନୋଭେଶନ କ୍ୟାମ୍ପସ’ର ୮୮ ଛାତ୍ରୀଛାତ୍ରଙ୍କର ପ୍ରଥମ ବ୍ୟାଚ୍‌ ପାଇଁ କୋଡିଂ ଓ ପ୍ରୋଗ୍ରାମିଂ, ଏଆଇ ଏବଂ ଆଇଓଟି କୋର୍ସ ନିକଟରେ ଶେଷ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସିଟିଟିସି ଭୁବନେଶ୍ୱର କେନ୍ଦ୍ରଠାରେ ଏକ ସ୍ବତନ୍ତ୍ର ସମାରୋହ ଉତ୍ସବର ଆୟୋଜନ କରାଯାଇଥିଲା।

ଉକ୍ତ ଉତ୍ସବରେ ଉଭୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ୮୮ ଛାତ୍ରୀଛାତ୍ରଙ୍କୁ ସ୍ନାତକୋତ୍ତର ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
ଏ ସମ୍ପର୍କରେ ସାମସଙ୍ଗ ସାଉଥ ୱେଷ୍ଟ ଏସିଆର ସିଏସଆର ଏବଂ କମ୍ୟୁନିକେଶନ ମୁଖ୍ୟ ପାର୍ଥ ଘୋଷ କହିଛନ୍ତି, ଆମର ଗ୍ଲୋବାଲ ସିଟିଜେନଶିପ ପଦକ୍ଷେପ ଜରିଆରେ ସାମସଙ୍ଗ ଇନୋଭେଶନ କ୍ୟାମ୍ପସ ଭାରତର ବିକାଶ ଏଜେଣ୍ଡା ସହ ସମନ୍ବୟ ସ୍ଥାପନ କରି କାର୍ଯ୍ୟ କରୁଛି। ଏହି ପଦକ୍ଷେପ ମାଧ୍ୟମରେ ଆମେ ଆମର ଯୁବକମାନଙ୍କୁ ସଶକ୍ତ କରିବାକୁ ଚାହୁଁଛୁ ଓ ସେମାନଙ୍କ ପାଇଁ ଭବିଷ୍ୟତ ଟେକ ଡୋମେନରେ ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ। ଏହା ସହିତ ଭାରତର ବିକାଶ ଧାରାକୁ ଆହୁରି ଆଗକୁ ନେବା ସହିତ ପାୱାରିଂ ଡିଜିଟାଲ ଇଣ୍ଡିଆ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛୁ।

 

Share