୪ ମାସର ପୁଅକୁ ବିକି ଆତ୍ମହତ୍ୟା

ମାଲକାନଗିରି,୯ା୧ (ସ୍ବ.ପ୍ର./ଡି.ଏନ୍‌.ଏ.): ମୂଲମଜୁରି ମିଳୁ ନ ଥିଲା। ତେଣୁ ୫ ସନ୍ତାନ ସହ ପରିବାରର ୭ଜଣଙ୍କ ପେଟ ପାଇଁ ଦାନା ଯୋଗାଡ଼ କଷ୍ଟକର ହେଉଥିଲା। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବାବେଳେ ପିଲାଙ୍କ ପ୍ରତିପୋଷଣ ଚିନ୍ତା ଅଥୟ କରିଦେଉଥିଲା। ଶେଷରେ ଅର୍ଥାଭାବର ଶିକାର ବାପା ନିଜ ୪ ମାସର ପୁଅକୁ ଟଙ୍କା କେଇଟାରେ ଅନ୍ୟ ହାତକୁ ଟେକିଦେବାର କଠୋର ନିଷ୍ପତ୍ତି ନେଇଥିଲେ। ହେଲେ ନା ଦାରିଦ୍ର୍ୟ ଦୂର ହେଲା ନା ପୁଅକୁ ବିକିବାର ଦୁଃଖ ସମ୍ଭାଳି ହେଲା। ଏଭଳି ସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଲେ ବାପା।
ଦାରିଦ୍ର୍ୟର ଦାରୁଣତାରୁ ଗୁରୁବାର ଏପରି ଘଟଣା ଘଟିଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ପଞ୍ଚାୟତର ସପ୍ତଧାରା ଗ୍ରାମରେ। ଏହି ଗ୍ରାମର ସୋମନାଥ ଖିଲ ମୂଲମଜୁରି କରନ୍ତି। ସ୍ତ୍ରୀ କୁନି ଏବଂ ୫ ସନ୍ତାନଙ୍କୁ ନେଇ ତାଙ୍କ ସଂସାର। କିନ୍ତୁ ପୂର୍ବପରି କାମ ମିଳୁ ନ ଥିବାରୁ ପରିବାର ଚଳାଇବା ସୋମନାଥଙ୍କ ପକ୍ଷେ ଆଉ ସମ୍ଭବ ହେଉ ନ ଥିଲା। ଅନେକ ସମୟରେ ପିଲାମାନେ ଭୋକ ଉପସାରେ ରହିବା ତାଙ୍କୁ ବେଶ୍‌ ବାଧୁଥିଲା। ଶେଷରେ ପରିବାର ଲାଗି କିଛି ଅର୍ଥ ଯୋଗାଡ଼ ଉଦ୍ଦେଶ୍ୟରେ ସେ ୪ ମାସର ଶିଶୁପୁତ୍ର ରାଜାକୁ ବିକ୍ରି କରିଦେଲେ। ମାତ୍ର ଏପରି କର୍ମ ତାଙ୍କୁ ଶାନ୍ତିରେ ରଖାଇଦେଲା ନାହିଁ। ନିଜ ପିତୃତ୍ୱ ଆହ୍ବାନର ସମ୍ମୁଖୀନ ହୋଇ ନ ପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୋମନାଥ। ଖବରପାଇ ଗୋବିନ୍ଦପାଲି ଫାଣ୍ଡି ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଏଣେ ସୋମନାଥଙ୍କ ମୃତ୍ୟୁ ପରେ ସ୍ତ୍ରୀ କୁନି ୪ ପିଲାଙ୍କୁ ଧରି ବେସାହାରା ହୋଇପଡ଼ିଛନ୍ତି। କେମିତି ଘର ଚଳିବ ସେଇ ଚିନ୍ତାରେ ତାଙ୍କ ଆଖିରୁ ଲୁହ ଶୁଖୁନି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri