ଦାୟିତ୍ୱ ନିର୍ବାହର ଦାୟବଦ୍ଧତା

ଆମମାନଙ୍କର ବ୍ୟକ୍ତିଗତ, ପାରିବାରିକ ଜୀବନ ହେଉ କି ସାମାଜିକ ଜୀବନ ହେଉ ଆମର କିଛି ନା କିଛି ଦାୟିତ୍ୱ ନିଶ୍ଚିତ ରହିଛି। ସେହିସବୁ ଦାୟିତ୍ୱଗୁଡିକୁ ଠିକ୍‌ ଭାବେ ନିର୍ବାହ କରିବା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ତେବେ ଆମେ ଯେତେବେଳେ ଏହା ନିର୍ବାହ କରିବାରେ ବିଫଳ ହୁଅନ୍ତି ସେତେବେଳେ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ କ୍ଷେତ୍ର ପ୍ରଭାବିତ ହେବା ସହିତ ନାନାଦି ବିଭ୍ରାଟ ସୃଷ୍ଟି ହେବା ସ୍ବାଭାବିକ କଥା। ବ୍ୟକ୍ତିଗତ ଜୀବନରେ ଆମେ ଆମ ପରିବେଶକୁ ସଫାସୁତରା ରଖିବା, ରାସ୍ତାର ନିୟମକୁ ମାନି ଚଳିବା, ରୋଗବ୍ୟାଧି, ମହାମାରୀ ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସରକାରୀ ନିର୍ଦ୍ଦେଶକୁ ପାଳନ କରିବା ସର୍ବୋପରି ସମାଜରେ ଅକ୍ଷମ, ଅସମର୍ଥ ଓ ଅବହେଳିତଙ୍କ ପ୍ରତି ସହଯୋଗର ହାତ ବଢ଼ାଇବା ଆଦି ନେଇ ରହିଥିବା ଆମ ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହ ନିର୍ବାହ କରିବାର ଆବଶ୍ୟକତା ରହିଛି। ପାରିବାରିକ ଜୀବନରେ ଆମେ ମାତାପିତା ଓ ଅଭିଭାବକ ଭାବରେ ଆମ ପିଲାମାନଙ୍କର ଲାଳନପାଳନ କରିବା ସହିତ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ପ୍ରଦାନ କରି ସ୍ବାବଲମ୍ବୀ ଓ ସମାଜ ଉପଯୋଗୀ କରି ଗଢ଼ିବାର ଦାୟିତ୍ୱ ଆମ ଉପରେ।
ଆଗାମୀ ଭବିଷ୍ୟତରେ ପିଲାମାନେ ଯେପରି ଏକ ନୀତିନିଷ୍ଠ ଓ ମୂଲ୍ୟବୋଧଭିତ୍ତିକ ପାରିବାରିକ ଓ ସାମାଜିକ ଜୀବନ ନିର୍ବାହ କରିବେ ସେଥିପ୍ରତି ମଧ୍ୟ ଆମେ ପୂର୍ଣ୍ଣ ସଚେତନ ରହିବା ଆବଶ୍ୟକ। ପରିବାର ଭିତରେ ସମସ୍ତେ ଯେପରି ସମ୍ମାନ ଓ ସ୍ବାଭିମାନର ସହିତ ବଞ୍ଚିପାରିବେ ସର୍ବୋପରି ସୁସ୍ଥ ଓ ଶୃଙ୍ଖଳିତ ଜୀବନଯାପନ କରିବେ ସେଥିପ୍ରତି ଆମେ ସମସ୍ତେ ସଚେତନ ଓ ଯତ୍ନବାନ୍‌ ହେବା ଉଚିତ। ଆମେ ଯେତେବେଳେ ଆମ ଦାୟିତ୍ୱ ପାଳନ କରିବାରେ ତ୍ରୁଟି କରିବା ସେତେବେଳେ ପାରିବାରିକ ଜୀବନରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହେବା ନିଶ୍ଚିତ। ଆଜି ଅନେକ ମାତାପିତା ଓ ଅଭିଭାବକ ସେମାନଙ୍କ ଦାୟିତ୍ୱ ପାଳନରେ ଅବହେଳା କରିବା କାରଣରୁ ସେମାନଙ୍କ ପିଲାମାନେ ମଣିଷରୁ ଅମଣିଷ ପାଲଟି ଯାଉଛନ୍ତିି। ସେମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ନିଜ ପ୍ରତି ଓ ପରିବାର ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ନିନ୍ଦା ଓ ଅପବାଦ ବି ଅର୍ଜନ କରୁଛନ୍ତି। ସେହିପରି ପରିବାରର ମାତାପିତା, ବରିଷ୍ଠ ଓ ଗୁରୁଜନଙ୍କ ଦାୟିତ୍ୱ ବହନ କରିବାକୁ ଆଜି ଅଧିକାଂଶ ପିଲା ଆଗ୍ରହ ପ୍ରକାଶ କରୁ ନ ଥିବାରୁ ସେମାନେ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି ଅଥବା କେଉଁ ବୃଦ୍ଧାଶ୍ରମରେ ଯାଇ ଅବଶିଷ୍ଟ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି।
ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ସାମାଜିକ ଜୀବନରେ ଆମେ ଯିଏ ଯେଉଁଠି ଓ ଯେଉଁ କ୍ଷେତ୍ରରେ ନିୟୋଜିତ ଅଛନ୍ତି ସେ ଦାୟିତ୍ୱକୁ ଆମେମାନେ ଠିକ୍‌ ଭାବେ ନିର୍ବାହ କରୁଛନ୍ତି କି ନାହିଁ ସେ ପ୍ରଶ୍ନ ପ୍ରଥମେ ନିଜେ ନିଜକୁ ପଚାରିବାର ଆବଶ୍ୟକତା ରହିଛି। ଶିକ୍ଷାଦାନରେ ନିୟୋଜିତ ଶିକ୍ଷକଟିଏ ହୁଅନ୍ତୁ ଅଥବା ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀଟିଏ ହୁଅନ୍ତୁ ସେମାନଙ୍କ ଉପରେ ଯେଉଁ ଗୁରୁଦାୟିତ୍ୱ ରହିଛି ତାହାକୁ ସେମାନେ ଅତ୍ୟନ୍ତ ନିଷ୍ଠା ଓ ଦକ୍ଷତାର ସହ ଅନୁପାଳନ କରିବା ଉଚିତ। ଉତ୍ତମ ଶିକ୍ଷାଦାନ କରି ଉନ୍ନତ ମାନବ ସମ୍ବଳ ସୃଷ୍ଟି କରିବା ଯେମିତି ଜଣେ ଶିକ୍ଷକଙ୍କ ଦାୟିତ୍ୱ ଠିକ୍‌ ସେମିତି ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଉତ୍ତମ ସେବା ପ୍ରଦାନ କରିବା ହେଉଛି ଜଣେ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ ।
ସମାଜରେ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରହିବା ଅତ୍ୟନ୍ତ ଜରୁରୀ ବିଷୟ । ସେହି କାରଣରୁ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିବା ଡାକ୍ତର, ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୋଲିସ ବାବୁମାନେ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ଅନୁପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାକୁ ଏବଂ ସରକାରୀ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଇବାକୁ ନିୟୋଜିତ ଅଧିକାରୀ/କର୍ମଚାରୀମାନେ ସେମାନଙ୍କ ଦାୟିତ୍ୱକୁ ଠିକ୍‌ ଭାବେ ପାଳନ କରୁ ନ ଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ । ଦୁର୍ଘଟଣା ହ୍ରାସ ଓ ବୃକ୍ଷରୋପଣ ଆଦି ନେଇ ଲୋକଙ୍କୁ ସଚେତନ କରାଇବା ଦିଗରେ ସରକାରୀବାବୁମାନେ ଯେଭଳି ତପତ୍ର ଓ ଦାୟିତ୍ୱବାନ୍‌ ହେବା କଥା ତାହା ହୋଇ ନ ଥାନ୍ତି । ସାଧାରଣ ଲୋକେ ଏହାର କୁପରିଣାମ ହିଁ ଭୋଗ କରିଥାନ୍ତି। ଏକଥା ସତ ଯେ, ଦାୟିତ୍ୱ ନିର୍ବାହର ଦାୟବଦ୍ଧତା ଆମ ଭିତରେ ରହିପାରିଲେ ପଛକୁ ଆମକୁ ଦୋଷ ଦେବାକୁ କେହି ନ ଥିବେ।

ଯଦୁମଣି ପାଣିଗ୍ରାହୀ
ଶଂଖିଡା, ତିହିଡ଼ି, ଭଦ୍ରକ,
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ କାହିଁକି ସନ୍ନ୍ୟାସ ନେଲେ ଅରିଜିତ? ଅସଲ କାରଣ ଖୋଲି କହିଦେଲେ ଗାୟକ

ମୁମ୍ବାଇ: ପ୍ରଖ୍ୟାତ ଗାୟକ ଅରିଜିତ ସିଂ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ ଅବସର ଘୋଷଣା କରିବା ପରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। କେହି କଳ୍ପନା କରିନଥିଲେ…

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ: ଜାଣନ୍ତୁ କେତେଟାରୁ…

ପୁରୀ,୨୬ା୧(ଅଜିତ୍‌ କୁମାର ମହାନ୍ତି):ମାଘ ଶୁକ୍ଳପକ୍ଷ ଦଶମୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ, ଭାରତ ହେବ ନୂଆ କିଙ୍ଗ୍‌! ହେବାକୁ ଯାଉଛି ବଡ଼ ଚୁକ୍ତି

ନୂଆଦିଲ୍ଲୀ,୨୮।୧: ବିଶ୍ୱ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜନୀତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାବାଦୀ ନୀତି, ଉଚ୍ଚ ଶୁଳ୍କ ଏବଂ ଅନିଶ୍ଚିତ…

ଗୋଟିଏ ଲାଇଭ ଶୋ ପାଇଁ ନିଅନ୍ତି କୋଟି କୋଟି ଟଙ୍କା, ଅରିଜିତ ସିଂଙ୍କ ସମ୍ପତ୍ତି ମୂଲ୍ୟ ଜାଣିଲେ…

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଗାୟକ ଅରିଜିତ ସିଂ ଅନେକ ଫିଲ୍ମରେ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ଯେକୌଣସି ଗୀତକୁ କିପରି ଜୀବନ୍ତ କରିବେ ତାହା…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଗଣତନ୍ତ୍ରରେ ବ୍ୟକ୍ତିତନ୍ତ୍ର

ଗଣତନ୍ତ୍ରରେ ବ୍ୟକ୍ତିର ନିଜସ୍ବ ମତ ଉପସ୍ଥାପନ କରିବାର ସୁଯୋଗ ଥାଏ କିନ୍ତୁ ସଂଖ୍ୟାଗରିଷ୍ଠ ମତକୁ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡ଼ିଥାଏ। ସ୍ବେଚ୍ଛାଚାରିତାର ସ୍ଥାନ ନାହିଁ କି ବ୍ୟକ୍ତିବାଦିତାକୁ…

ୟୁଜିସି ବିବାଦକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ କ୍ୟାମ୍ପସ୍‌ରେ…

ନୂଆଦିଲ୍ଲୀ,୨୮।୧: ୟୁଜିସି ଗାଇଡ୍‌ଲାଇନ୍‌କୁ ନେଇ ବିବାଦ ସୃଷ୍ଟିହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କ୍ୟାମ୍ପସ୍‌ରେ ଜାତିଗତ ଭେଦଭାବ ଦୂରକରିବା ପାଇଁ ଜାରି ନିୟମର ଦୁରୁପଯୋଗ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri