ଦାୟିତ୍ୱ ନିର୍ବାହର ଦାୟବଦ୍ଧତା

ଆମମାନଙ୍କର ବ୍ୟକ୍ତିଗତ, ପାରିବାରିକ ଜୀବନ ହେଉ କି ସାମାଜିକ ଜୀବନ ହେଉ ଆମର କିଛି ନା କିଛି ଦାୟିତ୍ୱ ନିଶ୍ଚିତ ରହିଛି। ସେହିସବୁ ଦାୟିତ୍ୱଗୁଡିକୁ ଠିକ୍‌ ଭାବେ ନିର୍ବାହ କରିବା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ତେବେ ଆମେ ଯେତେବେଳେ ଏହା ନିର୍ବାହ କରିବାରେ ବିଫଳ ହୁଅନ୍ତି ସେତେବେଳେ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ କ୍ଷେତ୍ର ପ୍ରଭାବିତ ହେବା ସହିତ ନାନାଦି ବିଭ୍ରାଟ ସୃଷ୍ଟି ହେବା ସ୍ବାଭାବିକ କଥା। ବ୍ୟକ୍ତିଗତ ଜୀବନରେ ଆମେ ଆମ ପରିବେଶକୁ ସଫାସୁତରା ରଖିବା, ରାସ୍ତାର ନିୟମକୁ ମାନି ଚଳିବା, ରୋଗବ୍ୟାଧି, ମହାମାରୀ ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସରକାରୀ ନିର୍ଦ୍ଦେଶକୁ ପାଳନ କରିବା ସର୍ବୋପରି ସମାଜରେ ଅକ୍ଷମ, ଅସମର୍ଥ ଓ ଅବହେଳିତଙ୍କ ପ୍ରତି ସହଯୋଗର ହାତ ବଢ଼ାଇବା ଆଦି ନେଇ ରହିଥିବା ଆମ ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହ ନିର୍ବାହ କରିବାର ଆବଶ୍ୟକତା ରହିଛି। ପାରିବାରିକ ଜୀବନରେ ଆମେ ମାତାପିତା ଓ ଅଭିଭାବକ ଭାବରେ ଆମ ପିଲାମାନଙ୍କର ଲାଳନପାଳନ କରିବା ସହିତ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ପ୍ରଦାନ କରି ସ୍ବାବଲମ୍ବୀ ଓ ସମାଜ ଉପଯୋଗୀ କରି ଗଢ଼ିବାର ଦାୟିତ୍ୱ ଆମ ଉପରେ।
ଆଗାମୀ ଭବିଷ୍ୟତରେ ପିଲାମାନେ ଯେପରି ଏକ ନୀତିନିଷ୍ଠ ଓ ମୂଲ୍ୟବୋଧଭିତ୍ତିକ ପାରିବାରିକ ଓ ସାମାଜିକ ଜୀବନ ନିର୍ବାହ କରିବେ ସେଥିପ୍ରତି ମଧ୍ୟ ଆମେ ପୂର୍ଣ୍ଣ ସଚେତନ ରହିବା ଆବଶ୍ୟକ। ପରିବାର ଭିତରେ ସମସ୍ତେ ଯେପରି ସମ୍ମାନ ଓ ସ୍ବାଭିମାନର ସହିତ ବଞ୍ଚିପାରିବେ ସର୍ବୋପରି ସୁସ୍ଥ ଓ ଶୃଙ୍ଖଳିତ ଜୀବନଯାପନ କରିବେ ସେଥିପ୍ରତି ଆମେ ସମସ୍ତେ ସଚେତନ ଓ ଯତ୍ନବାନ୍‌ ହେବା ଉଚିତ। ଆମେ ଯେତେବେଳେ ଆମ ଦାୟିତ୍ୱ ପାଳନ କରିବାରେ ତ୍ରୁଟି କରିବା ସେତେବେଳେ ପାରିବାରିକ ଜୀବନରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହେବା ନିଶ୍ଚିତ। ଆଜି ଅନେକ ମାତାପିତା ଓ ଅଭିଭାବକ ସେମାନଙ୍କ ଦାୟିତ୍ୱ ପାଳନରେ ଅବହେଳା କରିବା କାରଣରୁ ସେମାନଙ୍କ ପିଲାମାନେ ମଣିଷରୁ ଅମଣିଷ ପାଲଟି ଯାଉଛନ୍ତିି। ସେମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ନିଜ ପ୍ରତି ଓ ପରିବାର ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ନିନ୍ଦା ଓ ଅପବାଦ ବି ଅର୍ଜନ କରୁଛନ୍ତି। ସେହିପରି ପରିବାରର ମାତାପିତା, ବରିଷ୍ଠ ଓ ଗୁରୁଜନଙ୍କ ଦାୟିତ୍ୱ ବହନ କରିବାକୁ ଆଜି ଅଧିକାଂଶ ପିଲା ଆଗ୍ରହ ପ୍ରକାଶ କରୁ ନ ଥିବାରୁ ସେମାନେ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି ଅଥବା କେଉଁ ବୃଦ୍ଧାଶ୍ରମରେ ଯାଇ ଅବଶିଷ୍ଟ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି।
ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ସାମାଜିକ ଜୀବନରେ ଆମେ ଯିଏ ଯେଉଁଠି ଓ ଯେଉଁ କ୍ଷେତ୍ରରେ ନିୟୋଜିତ ଅଛନ୍ତି ସେ ଦାୟିତ୍ୱକୁ ଆମେମାନେ ଠିକ୍‌ ଭାବେ ନିର୍ବାହ କରୁଛନ୍ତି କି ନାହିଁ ସେ ପ୍ରଶ୍ନ ପ୍ରଥମେ ନିଜେ ନିଜକୁ ପଚାରିବାର ଆବଶ୍ୟକତା ରହିଛି। ଶିକ୍ଷାଦାନରେ ନିୟୋଜିତ ଶିକ୍ଷକଟିଏ ହୁଅନ୍ତୁ ଅଥବା ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀଟିଏ ହୁଅନ୍ତୁ ସେମାନଙ୍କ ଉପରେ ଯେଉଁ ଗୁରୁଦାୟିତ୍ୱ ରହିଛି ତାହାକୁ ସେମାନେ ଅତ୍ୟନ୍ତ ନିଷ୍ଠା ଓ ଦକ୍ଷତାର ସହ ଅନୁପାଳନ କରିବା ଉଚିତ। ଉତ୍ତମ ଶିକ୍ଷାଦାନ କରି ଉନ୍ନତ ମାନବ ସମ୍ବଳ ସୃଷ୍ଟି କରିବା ଯେମିତି ଜଣେ ଶିକ୍ଷକଙ୍କ ଦାୟିତ୍ୱ ଠିକ୍‌ ସେମିତି ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଉତ୍ତମ ସେବା ପ୍ରଦାନ କରିବା ହେଉଛି ଜଣେ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ ।
ସମାଜରେ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରହିବା ଅତ୍ୟନ୍ତ ଜରୁରୀ ବିଷୟ । ସେହି କାରଣରୁ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିବା ଡାକ୍ତର, ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୋଲିସ ବାବୁମାନେ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ଅନୁପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାକୁ ଏବଂ ସରକାରୀ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଇବାକୁ ନିୟୋଜିତ ଅଧିକାରୀ/କର୍ମଚାରୀମାନେ ସେମାନଙ୍କ ଦାୟିତ୍ୱକୁ ଠିକ୍‌ ଭାବେ ପାଳନ କରୁ ନ ଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ । ଦୁର୍ଘଟଣା ହ୍ରାସ ଓ ବୃକ୍ଷରୋପଣ ଆଦି ନେଇ ଲୋକଙ୍କୁ ସଚେତନ କରାଇବା ଦିଗରେ ସରକାରୀବାବୁମାନେ ଯେଭଳି ତପତ୍ର ଓ ଦାୟିତ୍ୱବାନ୍‌ ହେବା କଥା ତାହା ହୋଇ ନ ଥାନ୍ତି । ସାଧାରଣ ଲୋକେ ଏହାର କୁପରିଣାମ ହିଁ ଭୋଗ କରିଥାନ୍ତି। ଏକଥା ସତ ଯେ, ଦାୟିତ୍ୱ ନିର୍ବାହର ଦାୟବଦ୍ଧତା ଆମ ଭିତରେ ରହିପାରିଲେ ପଛକୁ ଆମକୁ ଦୋଷ ଦେବାକୁ କେହି ନ ଥିବେ।

ଯଦୁମଣି ପାଣିଗ୍ରାହୀ
ଶଂଖିଡା, ତିହିଡ଼ି, ଭଦ୍ରକ,
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ସାଜିଲେ ସଇତାନ, ସାଙ୍ଗରେ ମିଶି ପାର୍ଟି କରିବାବେଳେ ମଦ ପାଉଚ ଭାଗ ବଣ୍ଟାକୁ ନେଇ…

ବଲାଙ୍ଗୀର, ୧୪।୩ (ସୁନିଲ କୁମାର ମହାନ୍ତି): ଏକା ସାଙ୍ଗରେ ମିଶି ପାର୍ଟି କରିବା ସାଙ୍ଗକୁ କାଳ ହେଲା। ବଲାଙ୍ଗୀର ସଦର ବ୍ଲକ ରିନ୍ବବଚନ ଗାଁରେ ଜଣେ ଯୁବକଙ୍କୁ…

ରାଜ୍ୟ ସଭା ନିର୍ବାଚନ ନେଇ ଆଜି ନବୀନ ନିବାସରେ ଏକାଠି ହେବେ…

ଭୁବନେଶ୍ୱର,୧୪ା୩: ରାଜ୍ୟ ସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ ଚାଲିଛି।  ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କର ଏକ ବଡ଼ଧରଣର ବୈଠକ ରହିଛି।…

‘ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ହାରିବା ପରେ ଏବେ ସାଲିସ କରିବାକୁ ଚାହୁଁଛି ଇରାନ’: ଟ୍ରମ୍ପ

ଓ୍ବାଶିଂଟନ,୧୪।୩: ଶନିବାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ୧୪ତମ ଦିନ। ଆମେରିକା ତେହେରାନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଏହି ମଧ୍ୟରେ,…

ଆମେରିକାକୁ ଖୋଲା ଧମକ: ଖାର୍ଗ ଉପରେ ଆକ୍ରମଣ ପରେ ତାତିଲା ଇରାନ

ତେହରାନ,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ସେନା ଇରାନର ଖାର୍ଗ ଦ୍ୱୀପରେ ପ୍ରବଳ ବୋମା…

‘୧୪ ଦିନରେ ଆମେରିକାକୁ ଭିକ ମଗାଇ ଦେଲୁ’, ଖାର୍ଗ ଦ୍ୱୀପ ଧ୍ୱଂସ ହେବାକୁ ନେଇ କାହିଁକି ଏତେ କନଫିଡେଣ୍ଟରେ ରହିଛି ଇରାନ, ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ମଧ୍ୟରେ, ଏହା ସହିତ ବୟାନବାଜି ମଧ୍ୟ ଯଥେଷ୍ଟ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନର ଖାର୍ଗ…

ଯୁଦ୍ଧ ଭିତରେ କିମ୍‌ଙ୍କ ଏଣ୍ଟ୍ରି! ଭୟଙ୍କର ମିସାଇଲା ଆଟାକ୍‌, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୧୪।୩: ଗୋଟିଏ ପଟେ, ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ବିବାଦ ଏକ ଭୟଙ୍କର ମୋଡ଼ ନେଇଛି। ଏହି ସମୟରେ, ଏସିଆର ଅନ୍ୟ ଏକ…

ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କ୍ଷେତ୍ର ପରିଦର୍ଶନ ଅଧିକାରୀ, ନିମ୍ନମାନର କାର୍ଯ୍ୟ ନେଇ…

ମହାକାଳପଡ଼ା,୧୪ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତ ବଗଗହଣ- ମିଲନମୋଡ଼-ତରପଦା ଗୋବରୀ ନଦୀପାର୍ଶ୍ୱ ଘେରିବନ୍ଧ ନିର୍ମାଣ କାମ ନିମ୍ନମାନର…

ଦ୍ରୁତଗତିରେ ଆସି ବ୍ୟକ୍ତିଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଘଟଣାସ୍ଥଳରେ…

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡ଼ି୦୨ଏଡି-୮୯୫୭)ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri