କମିଶନର-କର୍ପୋରେଟର ବିବାଦ ସମାଧାନ ହେବ

କଟକ ଅଫିସ,୩୦ା୧୨: କଟକର ଏକ ଘରୋଇ ହୋଟେଲରେ ସିଏମ୍‌ସିର ବିଜେଡି କର୍ପୋରେଟରମାନଙ୍କୁ ନେଇ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁୟାରୀ ୧୧ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଆଲୋଚନା ହୋଇଥିଲା। ଅପରପକ୍ଷରେ କିଛିଦିନ ହେବ ସିଏମ୍‌ସି କମିଶନର ଓ କର୍ପୋରେଟରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ କାଉନ୍‌ସିଲ ବୈଠକ ହୋଇପାରୁ ନ ଥିଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା ଏହି ବିବାଦର ସମାଧାନ ପାଇଁ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଉକ୍ତ ବୈଠକ ଡାକିଥିଲେ। କାଉନ୍‌ସିଲ ବୈଠକ କର୍ପୋରେଟରମାନେ ସହଯୋଗ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବିଜେଡି ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଯୋଗଦେଇ କହିଥିଲେ, କମିଶନର ଓ କର୍ପୋରେଟରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରାଯିବ। ପ୍ରଣବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଜୁବାବୁଙ୍କ ଜନ୍ମମାଟିରେ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୈଠକ ମେୟର ସୁବାସ ସିଂ,ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାରଣା ଅଭିଯୋଗ, ଜେଲ ଗଲେ ଫାଣ୍ଡି ଅଧିକାରୀ

ଖଲ୍ଲିକୋଟ,୮ା୭(ଡି.ଏନ୍‌.ଏ.)- ପୁଣି ଖାକିରେ କଳଙ୍କ। ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଦିନକୁ ଦିନ ସେମାନଙ୍କ ଉପରେ ପୋଲିସର ଅତ୍ୟାଚାର ବଢୁଛି। ବିବାହ ପ୍ରତିଶ୍ରୁତି ଦେଇ ଜଣେ...

ପୁରୀ ସେବାୟତଙ୍କ ୩ୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୧୧।୭: ଶେଷ ହୋଇଛି ରଥଯାତ୍ରା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ରଥଯାତ୍ରା କିଭଳି ଭାବେ ସମ୍ପର୍ଣ୍ଣ ହୋଇଛି ସେ ନେଇ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ...

ରବିବାର ବାରବାଟୀରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ ଅନ୍ତିମ ଦିନିକିଆ, ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ପୋଲିସ ଡିଜି

କଟକ ଅଫିସ,୨୦।୧୨: ରବିବାର କଟକର ବାରବାଟୀରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ୩ୟ ମ୍ୟାଚ୍‌। ଏହା ପୂର୍ବରୁ ଶୁକ୍ରବାର ପୋଲିସ ଡିଜି ଅଭୟ ଷ୍ଟାଡିୟମର...

କୋଭିଡ୍‌ ହସ୍ପିଟାଲ ହେଉ ଟ୍ରମା କେୟାର ସେଣ୍ଟର

ନିଶ୍ଚିନ୍ତକୋଇଲି, ୧୩ା୧୦(ସ୍ବ.ପ୍ର): ଦୁଇ ବର୍ଷରୁ ଊର୍ଦ୍ଧ୍ୱ କରୋନା ମହାମାରୀ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଥିବା ବେଳେ ଗତ ୯ରୁ୧୦ ମାସ ହେବ ଏହାର ପ୍ରକୋପ...

ଆତ୍ମହତ୍ୟା କଲେ ଯୁବକ

ଆରଡି, ୫।୧୨, (ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ଖଟୁଆ ପାଟଣା ଗାଁର ଚିନ୍ତାମଣି ମୁଦୁଲି (୨୩) ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି। ଘରଠାରୁ...

ଶିଶୁକନ୍ୟାର ମୃତଦେହରୁ ଆଖି ଗାଏବ ଘଟଣା: ଖୋଳତାଡ଼ ଆରମ୍ଭ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଚାଲିଛି ଆଲୋଚନା

ଅନୁଗୋଳ ଅଫିସ,୨୦।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଜଣେ ୪ ବର୍ଷର ଶିଶୁକନ୍ୟା ପ୍ରୀତି ଗୋଚ୍ଛାୟତଙ୍କ ମୃତଦେହରୁ ଦୁଇ ଆଖି ଗାଏବ...

ମମିତାଙ୍କ ମା’ ଗୁରୁତର

ବଲାଙ୍ଗୀର,୩୦।୧୦(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହରଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଚର୍ଚ୍ଚା ହେଉଥିବା ବେଳେ ଝିଅକୁ ହରାଇବାର ଦୁଃଖରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି...

ନାମ ପଞ୍ଜୀକରଣ ପରେ ବି ମିଳୁନି ଟିକା

କଟକ ଅଫିସ, ୨୦।୫: କଟକ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା କବଳରୁ ରକ୍ଷା ପାଇବା ପାଇଁ ଟିକା ନେବାକୁ ଲୋକଙ୍କ...

Advertisement
Archives

Model This Week