Categories: ଜାତୀୟ

ପୁଣି ୨୫୦ ଟଙ୍କା ବଢିଲା ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୪: ପୁଣି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ଦର ଅନୁସାରେ ଏବେ ଦିଲ୍ଲୀରେ ୧୯ କିଲୋଗ୍ରାମର ଏଲ୍‌ପିଜି ସିଲିଣ୍ଡର ୨୨୫୩ ଟଙ୍କାରେ ମିଳିବ। ଅନ୍ୟପଟେ ଅଣ-ସବସିଡି ୧୪.୨ କେଜି ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୯୪୯.୫୦ ଟଙ୍କା ରହିଛି। ତେବେ ମୁମ୍ବାଇରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ରହିଛି ୨,୨୦୫ ହଜାର ଟଙ୍କା। ସେହିପରି କୋଲକାତାରେ ୨୩୫୧ ଏବଂ ଚେନ୍ନାଇରେ ୨୪୦୬ ଟଙ୍କା ରହିଛି।
ଏହାକୁ ମିଶାଇ ଗତ ଦୁଇ ମାସ ମଧ୍ୟରେ କମର୍ସିଆଲ୍‌ ଗ୍ୟାସ ଦର ୩୪୬ ଟଙ୍କା ବୃଦ୍ଧି ପାଇଛି। ୧୦ ଦିନ ତଳେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା।

Share