ଜାକଲିନଙ୍କ ଫଟୋରେ କମେଣ୍ଟ ଦେବା ମିକାଙ୍କୁ ପଡ଼ିଲା ମହଙ୍ଗା: ସୁକେଶ ପଠାଇଲେ ଆଇନଗତ ନୋଟିସ

ଅଭିନେତ୍ରୀ ଜାକଲିନ ଫର୍ନାଣ୍ଡିଜଙ୍କ ପ୍ରେମରେ ଏକପ୍ରକାର ଦିଓ୍ବାନା ହୋଇଯାଇଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର। ଜେଲରୁ ଅନେକ ଥର ତାଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିଗୁଡ଼ିକରେ ଜ୍ୟାକଲିନଙ୍କ ପ୍ରତି ତାଙ୍କର ପ୍ରେମ ସ୍ପଷ୍ଟ ଦେଖାଯାଏ। ବର୍ତ୍ତମାନ ସୁକେଶ ଏପରି କିଛି କରିଛନ୍ତି, ଯାହା ସହଜେ ବିଶ୍ୱାସ କରି ହେବନି। କାରଣ ଜ୍ୟାକଲିନଙ୍କ ଇନଷ୍ଟାଗ୍ରାମ ଫଟୋରେ କମେଣ୍ଟ ଦେବାରୁ ପ୍ରସିଦ୍ଧ ଗାୟକ-ସଂଗୀତଜ୍ଞ ମିକା ସିଂଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି ସୁକେଶ।
ନିକଟରେ ଜାକଲିନ ହଲିଉଡ ଅଭିନେତା ଜିନ କ୍ଲାଉଡ ୱାନ ଡାମଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ମିକା ସିଂ କମେଣ୍ଟ ଦେଇ ଲେଖିଛନ୍ତି, ତୁମେ ବହୁତ ସୁନ୍ଦର ଦେଖାଯାଉଛ …, ସେ ସୁକେଶଙ୍କ ଅପେକ୍ଷା ବହୁତ ଭଲ …। ଏହି ବିବାଦୀୟ ମନ୍ତବ୍ୟର କିଛି ସମୟ ପରେ ମିକା ସିଂ ତାଙ୍କ କମେଣ୍ଟକୁ ଡିଲିଟ କରିଦେଲେ। ତେବେ ସେତେବେଳକୁ ମିକା ସିଂଙ୍କ ଏହି ପୋଷ୍ଟ ଭାଇରାଲ ହୋଇଯାଇଥିଲା।
ମିକା ସିଂଙ୍କୁ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଚେତାବନୀ ଦେଇଛନ୍ତି ଏବଂ ଏକ ଆଇନଗତ ନୋଟିସ ମଧ୍ୟ ପଠାଇଛନ୍ତି। ସୁକେଶଙ୍କ ଓକିଲ ଅନନ୍ତ ମଲିକ ଏହି ନୋଟିସରେ କହିଛନ୍ତି, ଆପଣଙ୍କ ବିବୃତ୍ତି ସୁକେଶଙ୍କ ଚରିତ୍ର ଏବଂ ବ୍ୟକ୍ତିତ୍ୱକୁ ନେଇ ଜନ ଆଲୋଚନାର କାରଣ ହୋଇଛି, ଯେଉଁଥିପାଇଁ ତାଙ୍କୁ ଗଣମାଧ୍ୟମର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିବ। ଏହା କେବଳ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇ ନାହିଁ ବରଂ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଛି। ସୁକେଶଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri