ଅଗଷ୍ଟରେ କମିଲା ଶିଳ୍ପ ଉତ୍ପାଦନ

ଭୁବନେଶ୍ୱର, ୧୨ା୧୦(ଅନୁରାଧା ମହାରଣା): ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିବର୍ଷ ଅଗଷ୍ଟ ମାସରେ ଦେଶର ଶିଳ୍ପ ଉତ୍ପାଦନ ହ୍ରାସ ପାଇଛି। ଖଣି ଏବଂ ବିଦ୍ୟୁତ୍‌ କ୍ଷେତ୍ରଗୁଡିକ ଖରାପ ପ୍ରଦର୍ଶନ ସହ ଉତ୍ପାଦନ କ୍ଷେତ୍ରରେ ସ୍ଥିରତା କାରଣରୁ ଅଗଷ୍ଟରେ ଶିଳ୍ପ ଉତ୍ପାଦନ  ୦.୧% ହ୍ରାସ ପାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଶୁକ୍ରବାର ୨୦୨୪ ଅଗଷ୍ଟର ଏହି ଶିଳ୍ପ ଉତ୍ପାଦନ ତଥ୍ୟ ପ୍ରକାଶ କରିଛି। ତେବେ ୨୦୨୩ ଅଗଷ୍ଟରେ ଶିଳ୍ପ ଉତ୍ପାଦନ ୧୦.୯% ବୃଦ୍ଧି ପାଇଥିଲା।
ଇଣ୍ଡେକ୍ସ ଅଫ୍‌ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ (ଆଇଆଇପି) ଉପରେ ଆଧାରିତ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ଜୁଲାଇ ପାଇଁ ୪.୭ ପ୍ରତିଶତକୁ ସଂଶୋଧିତ ହୋଇଛି। ପୂର୍ବରୁ ଏହା ୪.୮% ହେବ ବୋଲି ଆକଳନ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସ (ଏପ୍ରିଲ-ଅଗଷ୍ଟ)ରେ ଶିଳ୍ପ ଉତ୍ପାଦନ ୪.୨ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ଶିଳ୍ପ ଉତ୍ପାଦନର ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା। ସରକାରୀ ତଥ୍ୟ ଦର୍ଶାଇଛି ଯେ ଖଣି, ଉତ୍ପାଦନ ଏବଂ ଶକ୍ତି କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁ ଅଗଷ୍ଟରେ ସାମଗ୍ରିକ ଶିଳ୍ପ ଉତ୍ପାଦନ ହ୍ରାସ ପାଇଛି। ଏହି ଅବଧିରେ ଖଣି କ୍ଷେତ୍ରରେ ୪.୩% ଏବଂ ବିଦ୍ୟୁତ୍‌ କ୍ଷେତ୍ରରେ ୩.୭% ହ୍ରାସ ଘଟିଥିବାବେଳେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ମାତ୍ର ୧%  ଥିଲା। ଅଗଷ୍ଟରେ ପ୍ରବଳ ବର୍ଷା ହେତୁ ଖଣି କ୍ଷେତ୍ରରେ ଉତ୍ପାଦନ ପ୍ରଭାବିତ ହୋଇଥାଇପାରେ ବୋଲି ଏନ୍‌ଏସ୍‌ଓ କହିଛି। ଦେଶର ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ୨୦୨୨ ଅକ୍ଟୋବରରେ ଶେଷ ଥର ପାଇଁ ହ୍ରାସ ଘଟିଥିଲା। ସେହି ସମୟରେ ଆଇଆଇପିରେ ୪.୧% ହ୍ରାସ ରେକର୍ଡ କରାଯାଇଥିଲା। ଏନ୍‌ଏସ୍‌ଓ ଦ୍ୱାରା ପ୍ରକାଶିତ ଉପଯୋଗ ଆଧାରିତ ବର୍ଗୀକରଣ ଅନୁଯାୟୀ, ୨୦୨୪ ଅଗଷ୍ଟରେ ପୁଞ୍ଜିଗତ ଉତ୍ପାଦ ବିଭାଗର ଅଭିବୃଦ୍ଧି ହାର ୦.୭ ପ୍ରତିଶତକୁ ହ୍ରାସ ପାଇଛି। ପୂର୍ବବର୍ଷ ସମାନ ଅବଧିରେ ଏହା ୧୩.୧% ରହିଥିଲା। ଅଣ ସ୍ଥାୟୀ ଉପଭୋକ୍ତା ସାମଗ୍ରୀର ଉତ୍ପାଦନ ୪.୫% ହ୍ରାସ ପାଇଥିବାବେଳେ ୨୦୨୩ ଅଗଷ୍ଟରେ ଏହା ୯.୯ ପ୍ରତିଶତ ଅଭିବୃଦ୍ଧି ପଞ୍ଜୀକୃତ ହୋଇଛି। ଉପଭୋକ୍ତା ସ୍ଥାୟୀ ଉତ୍ପାଦନର ଅଭିବୃଦ୍ଧି ମଧ୍ୟ ୫.୨%କୁ ହ୍ରାସ ପାଇଥିବାବେଳେ ୨୦୨୩ ଅଗଷ୍ଟରେ ଏହା ୬% ବୃଦ୍ଧି ପାଇଥିଲା। ତଥ୍ୟ ଅନୁଯାୟୀ, ଭିତ୍ତିଭୂମି / ନିର୍ମାଣ ସାମଗ୍ରୀ ୧.୯% ଅଭିବୃଦ୍ଧି ରେକର୍ଡ କରିଛି, ଯାହା ପୂର୍ବ ବର୍ଷ ୧୫.୭% ବୃଦ୍ଧି ହୋଇଥିଲା। ଗତବର୍ଷ ପ୍ରାଥମିକ ଦ୍ରବ୍ୟର ଉତ୍ପାଦନ ୧୨.୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଚଳିତବର୍ଷ ଅଗଷ୍ଟରେ ଏହାର ଉତ୍ପାଦନ ୨.୬% ହ୍ରାସ ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri