Categories: ଫୁରସତ

ଆରାମଦାୟକ ‘ଡଗ୍‌ ବେଡ୍‌’

କିଛି କଥା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ଶତ ପ୍ରତିଶତ ସତ ହୋଇଥାଏ। ଏବେ ମଣିଷମାନଙ୍କ ପାଇଁ ଏକ ବେଡ୍‌ ତିଆରି ହୋଇଛି। ଯାହାର ନାମ୍‌ ଡଗ୍‌ ବେଡ୍‌। ଏହା କୁକୁର ପରି ତିଆରି ହୋଇଛି।
ଏହା ଉପରେ କୁକୁରମାନଙ୍କ ବ୍ୟତୀତ ମାଲିକମାନେ ମଧ୍ୟ ଶୋଇପାରିବେ। ବ୍ରିଟିଶ କଲମ୍ବିଆ ବିଶ୍ୱବିଦ୍ୟାଳୟର ଛାତ୍ର ନେହା ସିଲଭରମ୍ୟାନ ଏବଂ ୟୁକି କିନୋଶିତାଙ୍କ ଦ୍ୱାରା ଏହି ବେଡ୍‌ ପ୍ରସ୍ତୁତ କରାଯାଇଛି।

ଲୋକଙ୍କ ନିଦ୍ରା ଅଭ୍ୟାସ ବିଷୟରେ ନିଶ୍ଚିତ ବହୁତ କିଛି ଶୁଣିଥିବେ। କେହି କେହି ତଳେ ଶୋଇବାକୁ ଭଲ ପାଉଥିବା ବେଳେ ଆଉ କେହି ଆରାମଦାୟକ ଗଦିରେ ଶୋଇବାକୁ ପସନ୍ଦ କରିଥାନ୍ତି। ତେବେ ଏହି ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଡଗ୍‌ ବେଡ୍‌ ତିଆରି କରିଛନ୍ତି। ଏହା ଭଲ ନିଦ ହେବା ପାଇଁ ଡିଜାଇନ କରାଯାଇଛି। ଏହି ବେଡ୍‌ରେ ଶୋଇବା ସମୟରେ ଆପଣ କେବଳ ଆରାମ ପାଇବେ ନାହିଁ, ଶୋଇଥିବା ବ୍ୟକ୍ତି ସୁରକ୍ଷା, ଆରାମ ପାଇବା ସହିତ ଚାପ ଏବଂ ଚିନ୍ତାରୁ ମୁକ୍ତି ପାଇବେ। କୌତୂହଳର ବିଷୟ ହେଉଛି ଏହି ବେଡ୍‌କୁ ଲୋକମାନେ ପସନ୍ଦ କରିଛନ୍ତି।

ଏହି ବେଡ୍‌ରେ ତକିଆ ବି ରହିଛି। ଏହି ବିଳାସପୂର୍ଣ୍ଣ ବେଡ୍‌ ବଜାରକୁ ଆସିବା ପାଇଁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଏହାର ଦାମ୍‌ ବି ବହୁତ ମହଙ୍ଗା ରହିବ ବୋଲି ତିଆରି କରିଥିବା ଛାତ୍ର ଦ୍ୱୟ କହିଛନ୍ତି।

Share