ଓଡ଼ିଶା ଆକାଶରେ ଧୂମକେତୁ: ୬,୮୦୦ ବର୍ଷ ପରେ ପୁଣିଥରେ ଆସିବ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଜୁଲାଇ ୧୬ରୁ ୧୮ ତାରିଖ ମଧ୍ୟରେ ରାଜ୍ୟର ମେଘମୁକ୍ତ ଥିବା କେତେକ ସ୍ଥାନରେ ସନ୍ଧ୍ୟାରେ ଅଳ୍ପସମୟ ପାଇଁ ‘ସି/୨୦୨୦ ଏଫ୍‌-୩’ ଧୂମକେତୁ ଦେଖିବାକୁ ମିଳିଛି। ସାଧାରଣ ଦୂରବୀକ୍ଷଣ ଏବଂ ବାଇନାକୁଲାରରେ ଏହା ଦେଖାଯାଇଥିଲା। ଭୁବନେଶ୍ୱରରୁ ଏହି ଧୂମକେତୁକୁ ପ୍ଲାନେଟାରିୟମ୍‌ର କିଛି କର୍ମଚାରୀ ଦେଖିବାକୁ ପାଇଥିଲେ। ସେହିଭଳି ରାଜ୍ୟର ଅନ୍ୟକେତେକ ସ୍ଥାନରେ ମଧ୍ୟ ଏହି ଧୂମକେତୁ ଦେଖାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଆକଳନ କରାଯାଇଥିବା ଧୂମକେତୁର ଉଜ୍ଜ୍ୱଳତା ବର୍ତ୍ତମାନ ଦେଖାଯାଇଥିବା ଧୂମକେତୁ ଠାରୁ ଅଳ୍ପ ଅଧିକ ରହିଥିବା କିଛି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି। ତେଣୁ ଏହା ଅଧିକ ଦିନ ପର୍ଯ୍ୟନ୍ତ ଦେଖାଯାଇପାରେ ବୋଲି ଅନୁମାନ କରାଯାଉଛି। ଜୁଲାଇ ୨୨ତାରିଖରେ ୧୦.୩ କୋଟି କିଲୋମିଟର ଦୂରତାରେ ଏହା ପୁଣିଥରେ ପୃଥିବୀର ନିକଟତମ ଅବସ୍ଥାକୁ ଆସିବ। ୨୦ରୁ ୨୪ତାରିଖ ମଧ୍ୟରେ ଏହି ଧୂମକେତୁ ସ୍ପଷ୍ଟଭାବେ ଏପରି କି ଖାଲି ଆଖିରେ ମଧ୍ୟ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
୨୦ ତାରିଖ ସନ୍ଧ୍ୟା ୭ଟା ୩୦ରେ ଉତ୍ତର-ପଶ୍ଚିମ ଦିଗ୍‌ବଳୟର ପ୍ରାୟ ୧୪ ଡିଗ୍ରୀ ଉପରେ ଏହା ସପ୍ତର୍ଷିମଣ୍ଡଳର ତଳକୁ ଦେଖାଯିବ। ପରେ ଧୀରେ ଧୀରେ ତଳଆଡ଼କୁ ଗତିକରି ପ୍ରାୟ ୩୦ମିନିଟ ପରେ ଅସ୍ତ ହୋଇଯିବ। ପରବର୍ତ୍ତୀ ଦିନଗୁଡ଼ିକରେ ଏହା ଏକା ସମୟ ଅର୍ଥାତ୍‌ ସନ୍ଧ୍ୟା ୭ଟା ୩୦ରେ ପୂର୍ବଦିନଠାରୁ ୩ ଡିଗ୍ରୀ ଉପରେ ଦେଖାଯିବ ଓ ଅସ୍ତହେବାକୁ ୧୦ରୁ ୧୨ମିନିଟ ଅଧିକ ସମୟ ନେବ। ଧୀରେ ଧୀରେ ଉପରକୁ ଉପରକୁ ଦେଖାଯାଇ ୨୩ତାରିଖରେ ୨୪ଡିଗ୍ରୀ ଓ ମାସ ଶେଷବେଳକୁ ଦିଗ୍‌ବଳୟର ପ୍ରାୟ ୪୦ଡିଗ୍ରୀ ଉପରେ ପହଞ୍ଚତ୍ବ। ତେବେ ଉଜ୍ଜ୍ୱଳତା କମିଯିବା ଫଳରେ ଜୁଲାଇ ୩୦ପରେ ଏହା ଖାଲି ଆଖିକୁ ଦେଖାଯିବନାହିଁ। ‘ସି/୨୦୨୦ ଏଫ୍‌-୩’ ଧୂମକେତୁ ପୁଣିଥରେ ୬,୮୦୦ ବର୍ଷ ପରେ ଆମ ପାଖକୁ ଆସିବ ବୋଲି ପଟ୍ଟନାୟକ କହିଛନ୍ତି। ଉତ୍ତର-ପଶ୍ଚିମ ଦିଗ୍‌ବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁଟି ଜୁଲାଇ ୨୦ରୁ ୨୩ ତାରିଖ ଭିତରେ ଖାଲି ଆଖିରେ ଦେଖିବାର ସବୁଠାରୁ ଭଲ ସମୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜୁଲାଇ ୨୦ରୁ ୨୫ତାରିଖ ସୂର୍ଯ୍ୟୋଦୟର ପ୍ରାୟ ୫୦ମିନିଟ୍‌ ପୂର୍ବରୁ ଆକାଶରେ ଚନ୍ଦ୍ର ଏବଂ ୫ଟି ଗ୍ରହ ଦେଖାଯିବ। ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଗ୍ରହକୁ ଏହି ସମୟରେ ଖାଲି ଆଖିରେ ଦେଖିହେବ। ସୂର୍ଯ୍ୟୋଦୟର ଏକଘଣ୍ଟା ପୂର୍ବରୁ ବୁଧ ଗ୍ରହ ଆକାଶରେ ଶୁକ୍ର ଗ୍ରହ ପାଖରେ ଦେଖାଯିବ। ଜୁଲାଇ ମାସରେ ଗୋଟିଏ ରାତିରେ ୫ଟି ଯାକ ଗ୍ରହ ଖାଲିଆଖିରେ ଦେଖିହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri