ପୁଣି ଥରେ ପିତା ହେଲେ କମେଡି କିଙ୍ଗ୍‌, ଟୁଇଟ୍‌ କରି ଦେଲେ ସୂଚନା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଫ୍ୟାନ୍‌ମାନଙ୍କୁ ଖୁସି ଖବର ଦେଇଛନ୍ତି। ଏହି ଖୁସିଟି ହେଲା କପିଲ ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଗିନି ଚତରଥ ସୋମବାର ସକାଳେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଛନ୍ତି। ଏ ବିଷୟରେ କପିଲ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।
ସେ ଏହି ଟୁଇଟ୍‌ରେ ଲେଖିଛନ୍ତି, ନମସ୍କାର ଆଜି ସକାଳେ ଆମ ଘରେ ଏକ ପୁତ୍ର ଜନ୍ମ ହୋଇଛି। ଭଗବାନଙ୍କ କୃପାରୁ ମା’ ଏବଂ ପୁଅ ଉଭୟ ସୁସ୍ଥ ଅଛନ୍ତି। ଆପଣ ସମସ୍ତଙ୍କ ଭଲପାଇବା ପାଇଁ ବହୁତ ବହୁତ ଧନ୍ୟବାଦ। ସେ ତାଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଆଇ ଲଭ୍‌ ୟୁ ଗିନି ଏବଂ କପିଲ।

କିଛିଦିନ ପୂର୍ବରୁ ଗିନି ପୁଣି ଥରେ ମା ହେବାକୁ ଯାଉଛନ୍ତି ବୋଲି ଟୁଇଟ୍‌ କରି କପିଲ ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ। ଏହି ଟୁଇଟ୍‌ରେ ଜଣେ ପ୍ରଶଂସକ ପଚାରିଥିଲେ କାହିଁକି ଶୋ’ ବନ୍ଦ କରୁଛନ୍ତି। ଏହାର ଉତ୍ତରରେ କପିଲ କହିଥିଲେ କାରଣ ମୋ’ର ଦ୍ୱିତୀୟ ସନ୍ତାନର ଆଗମନ ହେବ। ତେଣୁ ମୋତେ ଗିନିଙ୍କ ପାଖରେ ରହିବାକୁ ପଡ଼ିବ।

କହିରଖୁଛୁ, ୨୦୧୮ରେ କପିଲ ଗିନିଙ୍କୁ ବିବାହ କରିଥିଲେ। ବର୍ଷକ ତଳେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତା’ର ନାମ ଅନାୟାରା। ସୋସିଆଲ ମିଡିଆରେ ଝିଅର ଫଟୋ କପିଲ ଅଧିକାଂଶ ସମୟ ଶେୟାର କରିଥାନ୍ତି।

Share