ଏହି ହାସ୍ୟ ଅଭିନେତାଙ୍କୁ ମିଳିଲା ହତ୍ୟା ଧମକ

ହାସ୍ୟ ଅଭିନେତା ତଥା ବର୍ତ୍ତମାନ ଉତ୍ତରପ୍ରଦେଶ ଫିଲ୍ମ ବୋର୍ଡର ଚେୟାରମ୍ୟାନ୍‌ ଥିବା ରାଜୁ ଶ୍ରୀବାସ୍ତବ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛି ଏକ ଫୋନ୍‌ କଲ୍‌। ଫୋନ୍‌ କଲେ୍‌ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଉଛି। ଏ ନେଇ ରାଜୁ କାନପୁର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ରାଜୁ ଦର୍ଶାଇଛନ୍ତି ଯେ, ତାଙ୍କୁ ଏକ ଅଜଣା ନମ୍ବରକୁ ଓ୍ବାଟ୍‌ସଆପ୍‌ କଲ୍‌ ଆସିଥିଲା। ସେ ଧମକ ଦେବା ସହ ତାଙ୍କ ସହ ତାଙ୍କ ପିଲାମାନଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ କହିଥିବା ରାଜୁ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Share