କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍‌ଘାତ: ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୧୦।୮: ବେଶ୍‌ ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହଠାତ୍‌ ବୁଧବାର ରାଜୁଙ୍କୁ ହୃଦ୍‌ଘାତ ହେବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଫଳରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ଭାଇ ଏବଂ ପିଆରଓ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ଦିଲ୍ଲୀର ଏକ ଜିମ୍‌ରେ ରାଜୁ ଟ୍ରେଡ ମିଲ୍‌ରେ ଓ୍ବାର୍କ୍‌ଆଉଟ୍‌ କରୁଥିବା ସମୟରେ ହଠାତ୍‌ ଚେତାଶୂନ୍ୟ ହୋଇପଡ଼ିଯାଇଥିଲେ। ଓ୍ବାର୍କ୍‌ଆଉଟ୍‌ ସମୟରେ ତାଙ୍କୁ ହୃଦଘାତ ହୋଇଥିଲା ବୋଲି ରାଜୁଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କର ଚେତା ଆସିଯାଇଥିବା ବେଳେ ଖୁବ୍‌ଶୀଘ୍ର ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ଅପ୍‌ଡେଟ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ଖବର ପ୍ରଚାରିତ ହେବା ପରେ ପ୍ରଶଂସକମାନେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

Share