ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର ଆଉ ମୁଁ ତୁମର ଶତ୍ରୁ। ଖୁସିରେ ରୁହ। କିଛି ଏଭଳି କ୍ୟାପଶନ ସହ ଫଟୋ ପୋଷ୍ଟ କରିଛନ୍ତି ଗୁଲୁଆ। ଫଟୋଟି ଉଭୟ ବର୍ଷା ଏବଂ ତାଙ୍କୁ ଏକ ରୋମାଣ୍ଟିକ ଖୁସିର ମୂହୁର୍ତ୍ତ ରହିଛି। ପୋଷ୍ଟରେ ଉଭୟଙ୍କ ପ୍ରଶଂସକ ପ୍ରତିକ୍ରିୟା ରଖୁଛନ୍ତି।

ପ୍ରାୟ ୮ବର୍ଷର ପ୍ରେମ ସମ୍ପର୍କ ପରେ ୨୦୨୩ ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବର୍ଷା ଓ ଗୁଲୁଆ। ତେବେ ବିବାହ ପରେ ମଧ୍ୟଗୁଲୁଆଙ୍କ ଅନେକ ଝିଅଙ୍କ ସହ ସମ୍ପର୍କ ଥିଲା ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି। ପରକୀୟା ପ୍ରୀତି ଯୋଗୁ ହସଖୁସିରେ ଥିବା ପରିବାର ଏବେ ଭାଙ୍ଗିବାକୁ ଯାଉଥିବା ଅଭିଯୋଗ କରିଛନ୍ତି ବର୍ଷା। ସେପଟେ ଗୁଲୁଆଙ୍କ ଅଭିଯୋଗ ୫୦ଲକ୍ଷଟଙ୍କା ପାଇଁ ତାଙ୍କୁ ମାରିଦେବାକୁ ଧମକ ମିଳୁଛି।

ନିକଟରେ ଗୁଲୁଆ ଏକ ଭିଡିଓ ପୋଷ୍ଟ କରି  ସୋସିଆଲ ମିଡିଆରେ କାହିଁକି ବଦନାମ କରୁଛ, କୋର୍ଟ ଯାଅ। ସୋସିଆଲ ମିଡିଆରେ ବଦନାମ କରି ମୋ ଭାତହାଣ୍ଡି ବନ୍ଦ କରିବାକୁ ଚାହୁଁଛ। ମୋତେ ଯେତେ ବଦନାମ କଲଣି ମୋତେ ଆଉ ଝିଅ ମିଳିବେ ତ। ତମେ ସିନା ମୋଠାରୁ ଟଙ୍କା ନେଇ ନନ-ଓଡ଼ିଆ ଟୋକା ସହିତ ଫରେନରେ ସେଟେଲ ହେବ। ମୋ ଅବସ୍ଥା କ’ଣ ହେବ। ସେଟେଲ୍‌ ଯଦି ଟଙ୍କା ଦରକାର ଆଲୋଚନା ପାଇଁ ଆସ, ମିଡିଆରେ ସମାଧାନ ହେବନି। କୋର୍ଟରେ ଫଇସଲା ହେବ, ଯଦି ମୁଁ ଦୋଷୀ ମୋତେ ଦଣ୍ଡ ମିଳିବ। ଯଦି ତୁମେ ମୋ ସହ ରହିବାକୁ ଚାହୁଁଛ, ମୁଁ ସ୍ବାଗତ କରିବି। ପୂର୍ବ କଥା ସବୁ ଭୁଲି ମୁଁ ତୁମକୁ ଗ୍ରହଣ କରିବି। ଯଦି ଡିଭୋର୍ସ ନେବାକୁ ଚାହୁଁଛ ଭଲରେ ଅଲଗା ହୋଇଯିବା। ମୁଁ ଏବେ ଡିପ୍ରେସନରେ ଅଛି। ମୋ ବୋଉ ଦେହ ଖରାପ ହୋଇଗଲାଣି। ମୁଁ ଖାଇପାରୁନି। ପ୍ଲିଜ୍‌ ଚାଲ କୋର୍ଟରେ କଥା ହେବା। ସମାଧାନ ବାହାର କରିବା ବୋଲି କହିଥିଲେ।

ପରେ ଏହାର ଜବାବ ଦେଇଥିଲେ ବର୍ଷା। ଗୁଲୁଆଙ୍କ ସମସ୍ତ ଦାବିକୁ ମିଛ ବୋଲି ଅନେକ ସିସିଟିଭି ଫୁଟେଜ ଏବଂ ଫଟୋ ଦେଖାଇଥିଲେ। ଏବେ ଏହାର କିଛି ଦିନ ପରେ ଗୁଲୁଆଙ୍କ ପୋଷ୍ଟ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri