Posted inଜାତୀୟ

ପୁଣି ଫେରିଆସ, ରାଜ୍ୟ ସଭା ସଦସ୍ୟଙ୍କ ବିଦାୟୀ ଭାଷଣରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାର ୭୨ ଜଣ ଏମ୍‌ପିଙ୍କୁ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମଧ୍ୟରେ କପିଲ ସିବଲ, ପି ଚିଦାମ୍ବରମ, ଜୟରାମ ରମେଶ ଏବଂ ଏ.କେ ଆଣ୍ଟୋନିଙ୍କ ପରି ଅନେକ ଭେଟେରାନ ନେତା ଅଛନ୍ତି। ଏହା ବ୍ୟତୀତ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ କହିଛନ୍ତି ଯେ ମୁଁ ଚାହୁଁଛି ଆପଣ ସମସ୍ତେ ଗୃହକୁ ପୁଣି ଫେରି ଆସନ୍ତୁ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମର ରାଜ୍ୟ ସଭା ସଦସ୍ୟମାନଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ବେଳେବେଳେ ଏକାଡେମିକ ଜ୍ଞାନ ଅପେକ୍ଷା ଅଭିଜ୍ଞତା ଅଧିକ ଗୁରୁତ୍ୱପୂର୍ଣ୍ଣ। ମୁଁ ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ପୁଣି ଗୃହକୁ ଫେରି ଆସିବାର କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ସଂସଦରେ ଦୀର୍ଘ ସମୟ ବିତାଇଛେ । ଏହି ସଦନ ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛି। ସେ କହିଛନ୍ତି ଯେ ଗୃହର ସଦସ୍ୟ ଭାବରେ ସାଂସଦମାନେ ସମଗ୍ର ଦେଶର ଅଭିଜ୍ଞତା ହାସଲ କରିଥାନ୍ତି। ଏହି ଅବସରରେ ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି ଯେ ମୁଁ ଏବଂ କଂଗ୍ରେସ ଦଳ ବହୁତ କିଛି ହରାଉଛି। ସେ କହିଥିଲେ ଯେ ମୁଁ ସର୍ବଦା ଗୃହରେ ଆନନ୍ଦ ଶର୍ମାଙ୍କ ଠାରୁ ବହିର୍ବ୍ୟାପାର ସମ୍ପର୍କରେ ବହୁ ଶିକ୍ଷା କରିଛି। ଖାଡଗେ କହିଛନ୍ତି ଯେ ଏ.କେ ଆଣ୍ଟୋନି ଅଧିକ କାମ କରିଛନ୍ତି। କିନ୍ତୁ କେବେ ମଧ୍ୟ ଏଥିପାଇଁ ନିଜର ଶ୍ରେୟ ଉପସ୍ଥାପନା କରି ନାହାଁନ୍ତି। ତାଙ୍କର ପରାମର୍ଶ ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଆସିଛି।

ପି ଚିଦାମ୍ବରମଙ୍କ ଅବସର ନେଇ କଂଗ୍ରେସ ନେତା ଖାଡଗେ କହିଛନ୍ତି ଯେ ସେ ଅର୍ଥନୈତିକ ପ୍ରସଙ୍ଗ ଏବଂ ଆଇନଗତ ବିଷୟଗୁଡ଼ିକ ବିଷୟରେ ବହୁତ ଭଲ ଜାଣିଛନ୍ତି। ସେ ସର୍ବଦା ରାଜ୍ୟ ସଭାରେ ଅତ୍ୟନ୍ତ ଗମ୍ଭୀରତାର ସହ ସେ ସବୁବେଳେ ନିଜର କଥା ରଖିଥାନ୍ତି। ଖାଡଗେ ଗୀତ ଶୈଳୀରେ କହିଛନ୍ତି ବିଦାୟର ପରମ୍ପରା ପୁରୁଣା, କିନ୍ତୁ ଏପରି ଭାବନା ଛାଡିଯାଅ ଯେ ସମସ୍ତେ ତୁମର କଥା ହିଁ ମନେ ପକାଇବେ। ସେ କହିଛନ୍ତି ଜଣେ ରାଜନୈତିକ ବ୍ୟକ୍ତି ଅବସର ନିଅନ୍ତି ନାହିଁ। ଦୃଢ଼ ଭାବେ ରୁହ, ଆମେ ସବୁବେଳେ ତୁମ ସହିତ ରହିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri