ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ: କେଏସୟୁବିର ବଡ଼ ସଫଳତା

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ୩ ଶେଷ ବର୍ଷ (ସ୍ନାତକ) କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷାଫଳ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରୀ ସ୍ମୁତି ଲେଖା ନାୟକ ବିଶ୍ୱବିଦ୍ୟାଳୟ ସ୍ତରରେ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ  ମହାବିଦ୍ୟାଳୟର ଛାତ୍ରୀ ରାକ୍ଷୀ ଗୌଡ ଥିବା ବେଳେ ତୃତୀୟ ସ୍ଥାନରେ ରୂପାଲି ଜେନା ଅଛନ୍ତି । ଏଥିସହ ଚତୁର୍ଥ ସ୍ଥାନରେ ନୃସିଂହ ଚରଣ ପ୍ରଧାନ, ପଞ୍ଚମ ସ୍ଥାନରେ ଲକ୍ଷ୍ମୀ ବେହେରା, ଷଷ୍ଠ ରେ ସୁନୀଲ କୁମାର ଗୌଡ, ସପ୍ତମ ସ୍ଥାନରେ ସମୀର କୁମାର ସ୍ୱାଇଁ, ଅଷ୍ଟମ ସ୍ଥାନରେ କିନୁ ପାଳ, ନବମ ସ୍ଥାନରେ ଦୀପକ ସେଠୀ ଓ ଦଶମ ସ୍ଥାନରେ ସଞ୍ଜୟ କୁମାର ପାଣିଗ୍ରାହୀ ଅଛନ୍ତି।

ସେହିଭଳି ଇଲେକ୍ଟ୍ରୋନିକ୍ସରେ ଏହି ମହାବିଦ୍ୟାଳୟର ଆରତୀ ସାହୁ ଟପ୍ପର ହୋଇଛନ୍ତି। ଏଥିସହ ବାଣିଜ୍ୟ ରେ ଅଷ୍ଟମ ସ୍ଥାନରେ ରାଜେଶ ଗୌଡ ଓ ଦଶମ ସ୍ଥାନରେ ଜି ରୋଜା ରେଡ୍ଡୀ ଅଛନ୍ତି। କୃତି ଛାତ୍ରୀ ଛାତ୍ର ମାନେ କଲେଜର ଗୌରବ ବଢାଇଛନ୍ତି। ଅଧକ୍ଷ ଏବଂ ବିଭଗୀୟ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ପ୍ରଚେଷ୍ଟାରେ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଏହି ସୁନାମ ଅଜର୍ନ କରିଛନ୍ତି।

ଚଳିତ ବର୍ଷ ଷଷ୍ଠ ସେମିଷ୍ଟର ପରୀକ୍ଷାରେ କଳାରେ ବିଶ୍ଵବିଦ୍ୟାଳୟ ସ୍ତରରେ ୧୦୫୭୨ ଜଣ ଛାତ୍ରୀ ଛାତ୍ର ଫର୍ମ ପୂରଣ କରିଥିବା ବେଳେ ସେଥିରୁ ୧୦୫୩୬ ପରୀକ୍ଷା ଦେଇଥିଲେ। ୮୦୭୯ ଛାତ୍ରୀ ଛାତ୍ର କଳାରେ ପାସ୍ ହୋଇଛନ୍ତି। ବାଣିଜ୍ୟ ରେ ୭୯୨ ଜଣ ଛାତ୍ରୀ ଛାତ୍ର ଫର୍ମ ପୂରଣ କରିଥିବା ବେଳେ ୭୮୮ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ୫୯୧ ଜଣ ପାସ୍ ହୋଇଛନ୍ତି । ଏଥିସହ ବିଜ୍ଞାନରେ ୩୪୯୭ ଜଣ ଛାତ୍ରୀ ଛାତ୍ର ନାମ ଲେଖାଇଥିବା ବେଳେ ସେଥିରୁ ୩୪୭୩ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୨୩୪୯ ଜଣ ଛାତ୍ରୀ ଛାତ୍ର ପାସ୍ ହୋଇଛନ୍ତି।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଗତ କିଛି ବର୍ଷ ହେବ ନିର୍ଦ୍ଧାରିତ ସମୟ ପୂର୍ବରୁ ମେ ମାସରେ ପରୀକ୍ଷା ଫଳ ପ୍ରକାଶିତ କରୁଛି। ଏହାଦ୍ୱାରା ଛାତ୍ରୀ ଛାତ୍ରମାନେ ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେବାସହ ରାଜ୍ୟ ବାହାରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପଢ଼ିବାରେ ସୁଵିଧା ହେଉଛି।
ଆଗୁଆ ପରୀକ୍ଷା ଫଳ ପ୍ରକାଶିତ କୁ ନେଇ ଛାତ୍ରୀ ଛାତ୍ର ଏବଂ ଅଭିଭାବକ ଖୁସି ବ୍ୟକ୍ତ କରିଛନ୍ତି।

Dharitri – Odisha’s No.1 Odia Daily

Share