Posted inUncategorized

୨ବର୍ଷ ପରେ ଝୁମିବ ରାଜଧାନୀ ରାତି: ରଙ୍ଗିନ ହେବ ଜିରୋ ନାଇଟ୍‌

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇଗଲାଣି ରାଜଧାନୀ ଭୁବନେଶ୍ୱର। ବିଶେଷକରି ଜିରୋ ନାଇଟ୍‌ ପାଇଁ ସବୁଠି ଉତ୍କଣ୍ଠା ଓ ଉତ୍ସାହ ବାରିହୋଇପଡିଲାଣି। ୨ବର୍ଷ ପରେ ନାଚ, ଗୀତରେ ଝୁମିବ ସହର। ରଙ୍ଗିନ ହେବ ବିଦାୟ ଓ ସ୍ବାଗତ ସମୟର ରାତି। ୨୦୨୨କୁ ବିଦାୟ ଦେଇ ୨୦୨୩କୁ ସ୍ବାଗତ କରିବେ ରାଜଧାନୀବାସୀ। ଏଥିପାଇଁ ବିଭିନ୍ନ ହୋଟେଲ, ବାର୍‌, କନ୍‌ଭେନ୍‌ଶନ ସେଣ୍ଟର ଓ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ବେଲି ଡ୍ୟାନ୍ସର, ଓଲିଉଡ କଣ୍ଠଶିଳ୍ପୀ, ବଲିଉଡ କଣ୍ଠଶିଳ୍ପୀ, ବଲିଉଡ୍‌ କଳାକାର, ଡିଜେ ଷ୍ଟାର୍‌ ଏଥର ମନୋରଞ୍ଜନର ଖୋରାକ ଯୋଗାଇବେ। ସେହିଭଳି ସ୍ବତନ୍ତ୍ର ଖାଦ୍ୟପେୟର ଆୟୋଜନ କରାଯାଇଛି। କେତେକ ସ୍ଥାନରେ ଗୁରୁବାରଠାରୁ ମଧ୍ୟ ସେଲିବ୍ରେଶନ ଆରମ୍ଭ ହୋଇଥିଲେ ମଧ୍ୟ ଶନିବାର ରାତିରେ ରାଜଧାନୀ ଝୁମି ଉଠିବ।

ଏମ୍ବାସି କ୍ଲବ୍‌ରେ ଦ ବିଗ୍‌ ନାୟ

୨ଟି ଷ୍ଟେଜ୍‌ରେ ୫ରୁ ଅଧିକ କଳାକାରଙ୍କୁ ନେଇ ଏମ୍ବାସି କ୍ଲବ୍‌ ଆଣ୍ଡ୍‌ ସ୍କାଏ ଲଙ୍ଗ୍‌ରେ ୨୦୨୩କୁ ସ୍ବାଗତ କରାଯିବ। ମଧ୍ୟ ରାତ୍ରିରେ କ୍ରାକର ସହ ଅନ୍‌ଲିମିଟେଡ ଖାଦ୍ୟ ଓ ପାନୀୟ ପରଷାଯିବ। ନ୍ୟୁ ଲେଜର ଏସ୍‌ଏଫ୍‌ଏକ୍ସ ଆଣ୍ଡ୍‌ ଲାଇଟ୍‌ରେ ରଙ୍ଗିନ ହେବ ରାତି। ହାଇ ଭଲ୍ୟୁମ୍‌ର ଡିଜେରେ ଝୁମିବେ ଦର୍ଶକ। କପଲଙ୍କ ପାଇଁ ୭ହଜାର, ମହିଳାଙ୍କ ପାଇଁ ୨୫୦୦ ଓ ପୁରୁଷଙ୍କ ପାଇଁ ୫ହଜାର ଟଙ୍କା ରଖାଯାଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ବୋଲି କ୍ଲବ୍‌ ମ୍ୟାନେଜର ସାଇ ପ୍ରତୀକ କହିଛନ୍ତି।
ସେହିପରି ହୋଟେଲ ପ୍ରେସିଡେନ୍ସି ପକ୍ଷରୁ କଣ୍ଠଶିଳ୍ପୀ ସାଗ୍‌ନିକ ନିଜର ଯାଦୁକରି କଣ୍ଠରେ ଦର୍ଶକଙ୍କୁ ମତୁଆଲା କରିବେ। ପଟିଆସ୍ଥିତ ଲ’ଲନ ହୋଟେଲରେ ‘ମ୍ୟାଡ୍‌ ମିଡ୍‌ନାଇଟ୍‌’ ଓ ସହରର ଅନ୍ୟାନ୍ୟ ହୋଟେଲରେ ଏଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଏନ୍‌ୱାଇଲ୍‌ କାଉଣ୍ଟ୍‌ ଡାଉନ୍‌ ୨୦୨୩

କଳ୍ପନାସ୍ଥିତ ହୋଟେଲ ପୁଷ୍ପକରେ ଚଳିତବର୍ଷ ନୂଆବର୍ଷ ପାଇଁ ହାଇ ଭୋଲ୍‌ଟେଜ୍‌ ଡିଜେ ସହ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଓ ଭାଗ୍ୟଶ୍ରୀଙ୍କ ସଙ୍ଗୀତରେ ମତୁଆଲା ହେବେ ଦର୍ଶକ। ଅନ୍‌ଲିମିଟେଡ ମକ୍‌ଟେଲ୍ସ, ଫ୍ୟାଶନ ଶୋ, ଡିଜେ ନାଇଟ୍‌, ପ୍ଲେ ଜୋନ୍‌ ଆଦି ବ୍ୟବସ୍ଥା କରାଯାଇଛି। ଦର୍ଶକଙ୍କ ପାଇଁ ଏଥର ‘ଏନ୍‌ୱାଇଲ୍‌ କାଉଣ୍ଟ ଡାଉନ୍‌ ୨୦୨୩’ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ପିଲାଙ୍କ ପାଇଁ ଫ୍ରି ଟାଟୁ ସହ ସେଲ୍‌ଫି କର୍ଣ୍ଣର ବ୍ୟବସ୍ଥା ହୋଇଛି। ଗାଲା ବଫେଟ୍‌ରେ ୩୦ ପ୍ରକାର ସୁସ୍ବାଦୁ ଭୋଜନ ପରଷା ଯିବ। ଅଧିକ କ୍ରେଜ ପାଇଁ ମଝିରେ ମଝିରେ ସର୍‌ପ୍ରାଇଜ ଗିଫ୍ଟ ପ୍ରଦାନ କରାଯିବ। କପଲ ଏଣ୍ଟ୍ରି ୪୯୯୦ଟଙ୍କା ରହିଛି। କପଲ ସହ ଜଣେ ଆସିଲେ ଅଧିକ ୨୭୫୦ ରହିଛି ବୋଲି ହୋଟେଲର ସିନିୟର ସେଲସ୍‌ କୋଅର୍ଡିନେଟର ପଙ୍କଜ ପାଣ୍ଡେ କହିଛନ୍ତି।

ସ୍ବସ୍ତି ପ୍ରିମିୟମ୍‌ରେ ସେଲିବ୍ରେଶନ ଆରମ୍ଭ

ସ୍ବସ୍ତି ପ୍ରିମିୟମ୍‌ରେ ଲେଟ୍‌ ଅସ୍‌ ଗୋ…ଅନ୍‌ଲିମିଟେଡ୍‌, ମସ୍ତି, ମଜା, ନାଚ, ଗୀତ ସହ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ସହ ଜମିବ ନୂଆବର୍ଷ ସେଲିବ୍ରେଶନ। ଗୁରୁବାର ରାତିରୁ ସେଲିବ୍ରେଶନ ଆରମ୍ଭ ହୋଇଥିବାବେଳେ ଜିରୋ ନାଇଟ୍‌ ବା ମଧ୍ୟ ରାତ୍ରିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫାୟାର କ୍ରାକର ଜଳାଯିବ। କପଲ୍‌ଙ୍କ ଲାଗି ୮ହଜାର ଟଙ୍କା ରହିଥିବାବେଳେ ସିଙ୍ଗଲ୍‌ ପାଇଁ ୬ହଜାର ଓ ୬ରୁ ୧୨ବର୍ଷ ପିଲାଙ୍କ ପାଇଁ ୪ହଜାର ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?