Posted inUncategorized

୨ବର୍ଷ ପରେ ଝୁମିବ ରାଜଧାନୀ ରାତି: ରଙ୍ଗିନ ହେବ ଜିରୋ ନାଇଟ୍‌

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇଗଲାଣି ରାଜଧାନୀ ଭୁବନେଶ୍ୱର। ବିଶେଷକରି ଜିରୋ ନାଇଟ୍‌ ପାଇଁ ସବୁଠି ଉତ୍କଣ୍ଠା ଓ ଉତ୍ସାହ ବାରିହୋଇପଡିଲାଣି। ୨ବର୍ଷ ପରେ ନାଚ, ଗୀତରେ ଝୁମିବ ସହର। ରଙ୍ଗିନ ହେବ ବିଦାୟ ଓ ସ୍ବାଗତ ସମୟର ରାତି। ୨୦୨୨କୁ ବିଦାୟ ଦେଇ ୨୦୨୩କୁ ସ୍ବାଗତ କରିବେ ରାଜଧାନୀବାସୀ। ଏଥିପାଇଁ ବିଭିନ୍ନ ହୋଟେଲ, ବାର୍‌, କନ୍‌ଭେନ୍‌ଶନ ସେଣ୍ଟର ଓ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ବେଲି ଡ୍ୟାନ୍ସର, ଓଲିଉଡ କଣ୍ଠଶିଳ୍ପୀ, ବଲିଉଡ କଣ୍ଠଶିଳ୍ପୀ, ବଲିଉଡ୍‌ କଳାକାର, ଡିଜେ ଷ୍ଟାର୍‌ ଏଥର ମନୋରଞ୍ଜନର ଖୋରାକ ଯୋଗାଇବେ। ସେହିଭଳି ସ୍ବତନ୍ତ୍ର ଖାଦ୍ୟପେୟର ଆୟୋଜନ କରାଯାଇଛି। କେତେକ ସ୍ଥାନରେ ଗୁରୁବାରଠାରୁ ମଧ୍ୟ ସେଲିବ୍ରେଶନ ଆରମ୍ଭ ହୋଇଥିଲେ ମଧ୍ୟ ଶନିବାର ରାତିରେ ରାଜଧାନୀ ଝୁମି ଉଠିବ।

ଏମ୍ବାସି କ୍ଲବ୍‌ରେ ଦ ବିଗ୍‌ ନାୟ

୨ଟି ଷ୍ଟେଜ୍‌ରେ ୫ରୁ ଅଧିକ କଳାକାରଙ୍କୁ ନେଇ ଏମ୍ବାସି କ୍ଲବ୍‌ ଆଣ୍ଡ୍‌ ସ୍କାଏ ଲଙ୍ଗ୍‌ରେ ୨୦୨୩କୁ ସ୍ବାଗତ କରାଯିବ। ମଧ୍ୟ ରାତ୍ରିରେ କ୍ରାକର ସହ ଅନ୍‌ଲିମିଟେଡ ଖାଦ୍ୟ ଓ ପାନୀୟ ପରଷାଯିବ। ନ୍ୟୁ ଲେଜର ଏସ୍‌ଏଫ୍‌ଏକ୍ସ ଆଣ୍ଡ୍‌ ଲାଇଟ୍‌ରେ ରଙ୍ଗିନ ହେବ ରାତି। ହାଇ ଭଲ୍ୟୁମ୍‌ର ଡିଜେରେ ଝୁମିବେ ଦର୍ଶକ। କପଲଙ୍କ ପାଇଁ ୭ହଜାର, ମହିଳାଙ୍କ ପାଇଁ ୨୫୦୦ ଓ ପୁରୁଷଙ୍କ ପାଇଁ ୫ହଜାର ଟଙ୍କା ରଖାଯାଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ବୋଲି କ୍ଲବ୍‌ ମ୍ୟାନେଜର ସାଇ ପ୍ରତୀକ କହିଛନ୍ତି।
ସେହିପରି ହୋଟେଲ ପ୍ରେସିଡେନ୍ସି ପକ୍ଷରୁ କଣ୍ଠଶିଳ୍ପୀ ସାଗ୍‌ନିକ ନିଜର ଯାଦୁକରି କଣ୍ଠରେ ଦର୍ଶକଙ୍କୁ ମତୁଆଲା କରିବେ। ପଟିଆସ୍ଥିତ ଲ’ଲନ ହୋଟେଲରେ ‘ମ୍ୟାଡ୍‌ ମିଡ୍‌ନାଇଟ୍‌’ ଓ ସହରର ଅନ୍ୟାନ୍ୟ ହୋଟେଲରେ ଏଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଏନ୍‌ୱାଇଲ୍‌ କାଉଣ୍ଟ୍‌ ଡାଉନ୍‌ ୨୦୨୩

କଳ୍ପନାସ୍ଥିତ ହୋଟେଲ ପୁଷ୍ପକରେ ଚଳିତବର୍ଷ ନୂଆବର୍ଷ ପାଇଁ ହାଇ ଭୋଲ୍‌ଟେଜ୍‌ ଡିଜେ ସହ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଓ ଭାଗ୍ୟଶ୍ରୀଙ୍କ ସଙ୍ଗୀତରେ ମତୁଆଲା ହେବେ ଦର୍ଶକ। ଅନ୍‌ଲିମିଟେଡ ମକ୍‌ଟେଲ୍ସ, ଫ୍ୟାଶନ ଶୋ, ଡିଜେ ନାଇଟ୍‌, ପ୍ଲେ ଜୋନ୍‌ ଆଦି ବ୍ୟବସ୍ଥା କରାଯାଇଛି। ଦର୍ଶକଙ୍କ ପାଇଁ ଏଥର ‘ଏନ୍‌ୱାଇଲ୍‌ କାଉଣ୍ଟ ଡାଉନ୍‌ ୨୦୨୩’ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ପିଲାଙ୍କ ପାଇଁ ଫ୍ରି ଟାଟୁ ସହ ସେଲ୍‌ଫି କର୍ଣ୍ଣର ବ୍ୟବସ୍ଥା ହୋଇଛି। ଗାଲା ବଫେଟ୍‌ରେ ୩୦ ପ୍ରକାର ସୁସ୍ବାଦୁ ଭୋଜନ ପରଷା ଯିବ। ଅଧିକ କ୍ରେଜ ପାଇଁ ମଝିରେ ମଝିରେ ସର୍‌ପ୍ରାଇଜ ଗିଫ୍ଟ ପ୍ରଦାନ କରାଯିବ। କପଲ ଏଣ୍ଟ୍ରି ୪୯୯୦ଟଙ୍କା ରହିଛି। କପଲ ସହ ଜଣେ ଆସିଲେ ଅଧିକ ୨୭୫୦ ରହିଛି ବୋଲି ହୋଟେଲର ସିନିୟର ସେଲସ୍‌ କୋଅର୍ଡିନେଟର ପଙ୍କଜ ପାଣ୍ଡେ କହିଛନ୍ତି।

ସ୍ବସ୍ତି ପ୍ରିମିୟମ୍‌ରେ ସେଲିବ୍ରେଶନ ଆରମ୍ଭ

ସ୍ବସ୍ତି ପ୍ରିମିୟମ୍‌ରେ ଲେଟ୍‌ ଅସ୍‌ ଗୋ…ଅନ୍‌ଲିମିଟେଡ୍‌, ମସ୍ତି, ମଜା, ନାଚ, ଗୀତ ସହ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ସହ ଜମିବ ନୂଆବର୍ଷ ସେଲିବ୍ରେଶନ। ଗୁରୁବାର ରାତିରୁ ସେଲିବ୍ରେଶନ ଆରମ୍ଭ ହୋଇଥିବାବେଳେ ଜିରୋ ନାଇଟ୍‌ ବା ମଧ୍ୟ ରାତ୍ରିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫାୟାର କ୍ରାକର ଜଳାଯିବ। କପଲ୍‌ଙ୍କ ଲାଗି ୮ହଜାର ଟଙ୍କା ରହିଥିବାବେଳେ ସିଙ୍ଗଲ୍‌ ପାଇଁ ୬ହଜାର ଓ ୬ରୁ ୧୨ବର୍ଷ ପିଲାଙ୍କ ପାଇଁ ୪ହଜାର ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri