Categories: ଫୁରସତ

ଦୃଷ୍ଟିଶକ୍ତି ଫେରି ପାଇବା ପରେ ଏମିତି ପ୍ରତିକ୍ରିୟା ଦେଲେ ଦୃଷ୍ଟିହୀନ ଯୁବକ, ଭିଡିଓ ଦେଖିଲେ ହେବେ ଭାବୁକ

ଯଦି କାହାର ଆଖି ନଷ୍ଟ ହୋଇଯାଏ ବା ସେ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ହରାଇ ବସନ୍ତି ତେବେ ପୂରା ଜୀବନଟା ଅନ୍ଧକାର ମଧ୍ୟକୁ ଚାଲିଯାଏ। ସେହି ସମୟରେ ଆଖିର ମୂଲ୍ୟ କେତେ ବୁଝାପଡ଼େ। ସେମିତି ଏକ ଘଟଣା ଘଟିଛି ଜଣେ ଦୃଷ୍ଟିହୀନ ଯୁବକଙ୍କ କ୍ଷେତ୍ରରେ। ଜନ୍ମରୁ ତାଙ୍କ ଆଖି ଭଲ ଥିଲା। ହଠାତ୍‌ ତାଙ୍କ ଆଖିକୁ ଆଉ କିଛି ଦେଖାଗଲା ନାହିଁ। ଯେତେବେଳେ ପ୍ରଥମଥର ସେ କଲର ବ୍ଲାଇଣ୍ଡ୍‌ ଚଷମା ପିନ୍ଧିଲେ ଆଉ ପୂରା ଦୁନିଆ ତାଙ୍କୁ ରଙ୍ଗୀନ ଦେଖାଗଲା ସେତେବେଳେ ତାଙ୍କ ପ୍ରତିକ୍ରିୟା ଦେଖିଲେ ଆପଣ ବି ଭାବୁକ ହୋଇଯିବେ।

ଏହି ଦୃଷ୍ଟିହୀନ ଯୁବକଙ୍କ ନାମ ମକ୍‌ନିଲେ(ମୈକ)। ଏହି ସପ୍ତାହରେ ତାଙ୍କର କିଛି ବନ୍ଧୁ ତାଙ୍କୁ କଲର ବ୍ଲାଇଣ୍ଡ୍‌ ଚଷମା ଗିଫ୍ଟ କରିଥିଲେ। ଏହା ପରେ ମୈକ ଏତେ ଭାବବିହ୍ବଳ ହୋଇଯାଇଥିଲେ ଯେ, ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖି ୟୁଜରମାନଙ୍କ ଆଖିରେ ବି ଲୁହ ରହୁନି। ମୈକ କଲର ବ୍ଲାଇଣ୍ଡନେସ ରୋଗରେ ପୀଡ଼ିତ ଥିଲେ। ଏହା ଏପରି ଏକ ରୋଗ ଯାହା ରଙ୍ଗ ଚିହ୍ନିବାରେ କଷ୍ଟ ହୁଏ। ଏହି କାରଣରୁ ମୈକଙ୍କ ବନ୍ଧୁମାନେ ତାଙ୍କ ଏକ କଲର ବ୍ଲାଇଣ୍ଡ୍‌ ଚଷମା ଉପହାର ଦେବାକୁ ନିଷ୍ପତ୍ତି ନେଇଥିଲେ। ଯାହା ସାହାଯ୍ୟରେ ସେ ରଙ୍ଗୀନ ଜିନିଷ ଦେଖିପାରିବେ।

ଏହାକୁ ଲଗାଇବା ପରେ ମୈକ ପୂରା ସ୍ତବ୍ଧ ହୋଇଯାଇଥିଲେ। ସେ କହିଛନ୍ତି, ତାଙ୍କୁ ଚାରିଆଡ଼େ ଖାଲି ଅଲଗା ଅଲଗା ଲାଗିଲା। ସେ ସବୁ ଜିନିଷର ରଙ୍ଗ ଚିହ୍ନିପାରିଲେ। ସେ କହିଛନ୍ତି, ତାଙ୍କ ଆଖିରେ ଲୁହ ଚାଲି ଆସିଲା ଯେ, ଦୁନିଆରେ ଏତେ ସବୁ ଭଲ ଜିନିଷ ଅଛି? ସେ କହିଛନ୍ତି ମୋ’ ବନ୍ଧୁମାନେ ବହୁତ ଭଲ। ସେମାନେ ମୋ’ ପାଇଁ ଜୀବନ ବି ଦେଇଦେବେ। ମୈକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୨ ମିଲିୟନରୁ ଅଧିକ ଲୋକ ତାଙ୍କ ଭିଡିଓକୁ ଦେଖିଛନ୍ତି। ଏହା ସହିତ ଲକ୍ଷେରୁ ଅଧିକ ୟୁଜର ଲାଇକ୍‌ ମଧ୍ୟ କରିଛନ୍ତି।

Share