Categories: Home Leftଖେଳ

କର୍ଣ୍ଣେଲ ସି.କେ ନାଇଡୁ ଟ୍ରଫି ଉଦ୍‌ଯାପିତ: ବିହାରକୁ ହରାଇ ଓଡ଼ିଶା ବିଜୟୀ

ବଲାଙ୍ଗୀର,୧୫।୧୦: ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଜିଲା କ୍ରୀଡ଼ା ସଂସଦ ବଲାଙ୍ଗୀର ଏବଂ ଓଡ଼ିଶା କ୍ରିକେଟ ଆସୋସିଏଶନର ମିଳିତ ଆୟୋଜନରେ ଆୟୋଜିତ ଟୁର୍ନାମେଣ୍ଟରେ ଓଡିଶା ଦଳ ବିହାରକୁ ହରାଇ ବିଜୟୀ ହୋଇଛି।

ଉଦ୍‌ଯାପନୀ ସମାରୋହରେ ଜିଲା କ୍ରୀଡ଼ । ସଂସଦର ସଭାପତି ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାରେ ଅନୁଷ୍ଠିତ ଖେଳରେ ସଂସଦର ଉପସଭାପତି ଡକ୍ଟର ପ୍ରହଲ୍ଲାଦ ଶତପଥୀ, ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ, ସହ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, କ୍ରିକେଟ ସମ୍ପାଦକ ଓମ୍‌ ପ୍ରକାଶ ଚାନ୍ଦ, ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ, କ୍ରୀଡ଼ା ସମ୍ପାଦକ ବିଭୁତି ଭୂଷଣ ପଣ୍ଡା, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଗୌର ପ୍ରଧାନ, ରବିନ୍ଦ୍ର ମିଶ୍ର ମଞ୍ଚାସୀନ ଥିଲେ । କ୍ରିକେଟ କୋଚ ଅରୁଣ କୁମାର ନାଏକ, ବିକ୍ରମ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ଚତୁର୍ଥ ଦିବସ ଖେଳରେ ଓଡିଶା ଦଳ ୬୬ ରନ୍‌ ବିନିମୟରେ ୨ ଉଇକେଟ ହରାଇ ଖେଳ ଆରମ୍ଭ କରିଥିଲେ । ବିଜୟ ପାଇଁ ଓଡିଶାକୁ ୪୩୮ ରନ୍‌ର ଆବଶ୍ୟକତା ଥିବା ବେଳେ ଓଡିଶା ଏହି ଲକ୍ଷକୁ ହାସଲ କରି ବିଜୟୀ ହୋଇଥିଲା।

ଓଡ଼ିଶା ପକ୍ଷରୁ ସୁଜନ ସିଂ ଅପରାଜିତ ୧୭୯ ରନ୍‌ କରିଥିଲେ। ସେହିପରି ପାଙ୍କାଲା ସସାଙ୍କ ୯୨ ରନ୍‌ କରିଥିଲେ । ସୁଜନ ସିଂଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପ୍ରଦାନ କରାଯାଇଥିବା ବେଳେ ମ୍ୟାଚ୍‌ରେ ୫ ଉଇକେଟ ଅକ୍ତିଆର କରିଥିବା ଓଡ଼ିଶା ଦଳର ଓମକାର ମହାନ୍ତିଙ୍କୁ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ମ୍ୟାଚ୍‌ ରେଫରୀ ଅମ୍ପାୟର ଏବଂ କୋଚ ମ୍ୟାନେଜରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରୀଡ଼ା ସଂସଦର ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Share