Categories: ଜାତୀୟ

୨ ବସ୍‌ ମଧ୍ୟରେ ଧକ୍କା, ୯ ମୃତ, ୪୦ରୁ ଅଧିକ ଆହତ…

ଥିରୁଭାନନ୍ତପୁରମ,୬।୧୦ : କେରଳରେ ଦୁଇଟି ବସ ମଧ୍ୟରେ ହୋଇଥିବା ଧକ୍କାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ପଲକ୍କଡ ଜିଲାର ଭଡକନଚେରୀ ଠାରେ ଦୁଇଟି ଦ୍ରୁତଗାମୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ଏର୍ନାକୁଲାମର ମୁଲାନଥୁରୁଥର ବେସେଲିଅସ ସ୍କୁଲର ପିଲାମାନଙ୍କୁ ନେଇ ଯାଉଥିବା ବସ ଏକ କେଏସଆରଟିସି ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ସ୍କୁଲ ପିଲାଙ୍କୁ ବସ ନିୟନ୍ତ୍ରଣ ହରାଇ ଏକ କାରକୁ ଓଭରଟେକ ବେଳେ କେଏସଆରଟିସି ବସ ସହିତ ଧକ୍କା ହୋଇ ନିକଟସ୍ଥ ଏକ ଜଳାଶୟରେ ପଶି ଯାଇଥିଲା।
ବସ୍‌ରେ ସ୍କୁଲ ପିଲା ଏବଂ ଶିକ୍ଷକଙ୍କ ସମେତ ମୋଟ ୪୯ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୪୧ ସ୍କୁଲ ପିଲା ୫ ଜଣ ଶିକ୍ଷକ ଏବଂ ଦୁଇଜଣ କର୍ମଚାରୀଥିଲେ।

ଗୁରୁବାର ବିଳମ୍ବିତ ରାତି ୧ ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ବାରଜଣ ଗୁରୁତର ଆହତ ହୋଇଥିବା ବେଳେ ୨୮ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share