Posted inଜାତୀୟ

କଲେଜିୟମ-କେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୧।୧: ବିଚାରପତି ନିଯୁକ୍ତିକୁ ନେଇ କିଛି ମାସ ହେଲା କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟରେ ଟଣାଓଟରା ଲାଗିରହିଛି। ବିଚାରପତି ନିଯୁକ୍ତି ଲାଗି କଲେଜିୟମଙ୍କ ସୁପାରିସକୁ ସରକାର ଅନେକ ସମୟରେ କାର୍ଯ୍ୟକାରୀ ନ କରି ଫାଇଲ ଫେରାଇ ଦେଉଛନ୍ତି। କଲେଜିୟମରେ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରିବା ଲାଗି ୪ ଦିନ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଥିଲେ। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ରହିଥିବା କଲେଜିୟମ ବ୍ୟବସ୍ଥା ଉପରେ କେନ୍ଦ୍ରର ହସ୍ତକ୍ଷେପକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ବରିଷ୍ଠ ଆଇନଜୀବୀ ସୌରଭ କିର୍ପାଲଙ୍କୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ କଲେଜିୟମ ୫ ବର୍ଷ ମଧ୍ୟରେ ୨ ଥର ସୁପାରିସ କରିଥିଲେ। ତେବେ କିର୍ପାଲ ଜଣେ ସମଲିଙ୍ଗୀ ଏବଂ ତାଙ୍କ ପାର୍ଟନର ଜଣେ ବିଦେଶୀ ହୋଇଥିବା କହି କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିନାହାନ୍ତି। କଲେଜିୟମ ତୃତୀୟ ଥର ପାଇଁ କିର୍ପାଲଙ୍କ ନାମ ସୁପାରିସ କରିଛନ୍ତି। ଫଳରେ ଏହାକୁ ନେଇ କେନ୍ଦ୍ର ଓ କଲେଜିୟମ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। କିର୍ପାଲଙ୍କୁ ବିଚାରପତି ନିଯୁକ୍ତି ଦେବା ପ୍ରସ୍ତାବ ଉପରେ କେନ୍ଦ୍ରର ପ୍ରତିବାଦକୁ କଲେଜିୟମ ଖାରଜ କରିଦେଇଛନ୍ତି। ଏହା ବ୍ୟତୀତ କଲେଜିୟମ ଆଉ ୪ ଜଣଙ୍କ ନାଁ ବିଚାରପତି ନିଯୁକ୍ତି ଲାଗି ସୁପାରିସ କରିଛନ୍ତି। କାଲକାଟା ହାଇକୋର୍ଟ ପାଇଁ ୨ ପ୍ରାର୍ଥୀଙ୍କ ନାମ ପୁନର୍ବାର ସୁପାରିସ କରାଯାଇଛି। କିର୍ପାଲଙ୍କ ନିଯୁକ୍ତି ଫଳରେ ବେଞ୍ଚ୍‌ ସମ୍ମାନ ବଢ଼ିବା ସହ ଏଥିରେ ବିବିଧତାର ସମାବେଶ ହୋଇପାରିବ ବୋଲି ଦର୍ଶାଇ ୨୦୨୧ ନଭେମ୍ବର ୧୧ରେ କଲେଜିୟମ କହିଥିବା ବିଷୟକୁ ଏବେ ନାମ ସୁପାରିସ ବେଳେ ପୁନର୍ବାର ଦୋହରାଇଛନ୍ତି। ସମଲିଙ୍ଗୀ ହେବା ଜଣକ ବ୍ୟକ୍ତିଗତ ଅଭିରୁଚି। ବିଚାରପତି ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ହୋଇ ମଧ୍ୟ ସେ ତାଙ୍କ ଅଭିରୁଚିକୁ ଗୋପନ ରଖିନାହାନ୍ତି। ପ୍ରାର୍ଥୀଙ୍କ ବିବାହ ଅଧିକାରକୁ ସମ୍ବିଧାନ ସ୍ବୀକୃତି ଦେଇଛି। ତେଣୁ ତାଙ୍କୁ ସମଲିଙ୍ଗୀ ଦର୍ଶାଇ ପ୍ରାର୍ଥତ୍ତ୍ୱକୁ ଖାରଜ କରିଦେବା ସାମ୍ବିଧାନିକ ନୀତିର ବିରୁଦ୍ଧାଚରଣ କରୁଛି ବୋଲି ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ୍‌.କେ. କୌଲ ଏବଂ କେ.ଏମ୍‌. ଜୋସେଫ୍‌ଙ୍କୁ ନେଇ ଗଠିତ ୩ ଜଣିଆ କଲେଜିୟମ କହିଛନ୍ତି।
ଏତଦ୍‌ବ୍ୟତୀତ ଗୋଇନ୍ଦା ବ୍ୟୁରୋ ରିପୋର୍ଟକୁ ଅଗ୍ରାହ୍ୟ କରି କଲେଜିୟମ ମାଡ୍ରାସ ହାଇକୋର୍ଟ ବିଚାରପତି ଭାବେ ଆଇନଜୀବୀ ଆର୍‌ ଜନ୍‌ ସଥ୍ୟନ ଏବଂ ବମ୍ବେ ହାଇକୋର୍ଟ ବିଚାରପତି ଭାବେ ଆଡଭୋକେଟ ସୋମଶେଖର ସୁନ୍ଦେରେସାନଙ୍କ ନାମକୁ ପୁନଃ ସୁପାରିସ କରିଛନ୍ତି। ପୂର୍ବରୁ ସଥ୍ୟନ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ସୋସିଆଲ ମିଡିଆରେ କେତେକ ପୋଷ୍ଟ କରିଥିଲେ। ସେହିପରି ସୁନ୍ଦରେସନ କେତେକ ଗୁରୁତ୍ୱପୂର୍ଣ୍ଣ ନୀତି, ପଦକ୍ଷେପ ଓ ସରକାରଙ୍କ ନିର୍ଦ୍ଦେଶନାମାକୁ ସୋସିଆଲ ମିଡିଆ ଜରିଆରେ ବିରୋଧ କରିଥିଲେ। ଜଣେ ପ୍ରାର୍ଥୀଙ୍କ ଦକ୍ଷତା, ମେଧା ଏବଂ ସାଧୁତାକୁ ଆଧାର କରି ତାଙ୍କୁ ବିଚାରପତି ନିଯୁକ୍ତି ଲାଗି ପ୍ରସ୍ତାବ ଦିଆଯାଇଥିବାବେଳେ ତାଙ୍କର ଅଭିବ୍ୟକ୍ତିକୁ ନେଇ ନିଯୁକ୍ତିରୁ ବଞ୍ଚତ୍ତ କରାଯାଇପାରିବ ନାହିଁ ବୋଲି କଲେଜିୟମ କହିଛନ୍ତି। ସେହିପରି କାଲକାଟା ହାଇକୋର୍ଟ ବିଚାରପତି ଭାବେ ଆଇନଜୀବୀ ଅମିତେଶ ବାନାର୍ଜୀ ଏବଂ ସାକ୍ୟ ସେନ୍‌ଙ୍କ ପଦୋନ୍ନତିକୁ କଲେଜିୟମ ଦ୍ୱିତୀୟ ଥର ସୁପାରିସ କରିଛନ୍ତି। ୨୦୨୧ ସେପ୍ଟେମ୍ବର୧ରେ କଲେଜିୟମ ଉପରୋକ୍ତ ନାମକୁ ପୁନଃ ସୁପାରିସ କରିଥିଲେ। ସରକାରଙ୍କ ଆପତ୍ତିକୁ ବିଚାରକୁ ନେବା ପରେ ପ୍ରାର୍ଥୀମାନଙ୍କ ନାମକୁ ପୁନର୍ବାର ସୁପାରିସ କରାଯାଉଥିବା କଲେଜିୟମ ସ୍ପଷ୍ଟ କରିଛନ୍ତି।
ପୂର୍ବତନ ସିଜେଆଇ ବି.ଏନ୍‌. କିର୍ପାଲଙ୍କ ପୁଅ ସୌରଭ କିର୍ପାଲଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ନିମନ୍ତେ ୨୦୧୭ ଅକ୍ଟୋବର ୧୩ରେ ଦିଲ୍ଲୀ ହାଇକୋର୍ଟ କଲେଜିୟମ ସର୍ବସମ୍ମତିକ୍ରମେ ସୁପାରିସ କରିଥିଲେ, ଯାହାକୁ ସୁପ୍ରିମକୋର୍ଟ କଲେଜିୟମ ୨୦୨୧ ନଭେମ୍ବର ୧୧ରେ ଅନୁମୋଦନ କରିଥିଲେ। ତେବେ କିର୍ପାଲ ଜଣେ ସମଲିଙ୍ଗୀ ଏବଂ ତାଙ୍କ ପାର୍ଟନର ସୁଇଜରଲାଣ୍ଡ ନାଗରିକ ହୋଇଥିବା ଦର୍ଶାଇ ଉକ୍ତ ସୁପାରିସକୁ ଆଇନ ମନ୍ତ୍ରଣାଳୟ ୨୦୨୨ ନଭେମ୍ବର ୨୫ରେ ଫେରାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri