କଲେଜରେ ରହିବ ଏନ୍‌ସିସି ଜିଇ ପାଠ୍ୟକ୍ରମ

ଭଞ୍ଜନଗର,୧୪।୨(ଡି.ଏନ.ଏ): ଏନ୍‌ସିସି ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ସ୍ନାତକରେ ଏନ୍‌ସିସି ଜେନେରାଲ ଇଲେକ୍ଟିଭ୍‌ (ଜିଇ) ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ନିଷ୍ପତ୍ତିି ନେଇଛନ୍ତି । ଏଥିଲାଗି ଆଗାମୀ ପଦକ୍ଷେପ ନେବାପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନ୍‌ସିସି ଥିବା ମହାବିଦ୍ୟାଳୟଗୁଡ଼ିକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଯୁକ୍ତ ୩ କଳା, ବାଣିଜ୍ୟ ଏବଂ ବିଜ୍ଞାନ ଛାତ୍ରୀଛାତ୍ର ଏହି ସୁବିଧା ପାଇପାରିବେ । ପ୍ରତ୍ୟେକ ପେପରରେ ମିଡ୍‌୍‌ ସେମିଷ୍ଟାର ୧୫ ମାର୍କ, ପ୍ରାକ୍ଟିକାଲ ୨୫ ମାର୍କ ଏବଂ ଏଣ୍ଡ ସେମିଷ୍ଟାର ୬୦ ମାର୍କ ରହିବ।
ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ବିଡ଼ିପୁରସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟରେ ଏନ୍‌ସିସି ଜିଇ ପାଠ୍ୟକ୍ରମ ଖୋଲିବା ସମ୍ଭାବନା ରହିଛି। ଏହି ଦୁଇ କଲେଜରେ ଅନେକ ଛାତ୍ରୀଛାତ୍ର ଏନ୍‌ସିସି ନେବାକୁ ଆଗ୍ରହ ରଖୁଥିଲେ ମଧ୍ୟ ସିଟ୍‌ କମ୍‌ ଯୋଗୁ ବଞ୍ଚିତ ହେଉଥିଲେ। ଜିଇ ପାଠ୍ୟକ୍ରମ ଖୋଲିଲେ କିଛି ମାତ୍ରାରେ ଆଶା ପୂରଣ ହେବ। ତେବେ ଏନସିସି କ୍ୟାଡ଼େଟ୍‌ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଯେଉଁଭଳି ସଂରକ୍ଷଣ ବ୍ୟବସ୍ଥା ଅଛି, ଜିଇ ଛାତ୍ରୀଛାତ୍ରଙ୍କୁ ତାହାର ସୁବିଧା ମିଳିବ କି ନାହିଁ ସେ ନେଇ ଚିଠିରେ କିଛି ଉଲ୍ଲେଖ କରାଯାଇନାହିଁ । ସୋମବାର ଜିଇ ପାଠ୍ୟକ୍ରମ ସମ୍ପର୍କିତ ନିର୍ଦ୍ଦେଶନାମା ଭଞ୍ଜନଗର କଲେଜରେ ପହଞ୍ଚିବା ପରେ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଏନସିସି ଆର୍ମି ଅଫିସର ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ ଏବଂ ଏନସିସି ନାଭାଲ ଅଫିସର ଡ଼.ରବୀନ୍ଦ୍ର କୁମାର ମିଶ୍ରଙ୍କ ସହ ପରବର୍ତ୍ତି ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଅପରପକ୍ଷେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ପ୍ରତିଷ୍ଠା ହେଉଥିବା ସରକାରୀ ଆଇଟିଆଇ କୋଠା କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ କୋଠା କାର୍ଯ୍ୟ କିଭଳି ତୁରନ୍ତ ସରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ବାରମ୍ବାର ସମୀକ୍ଷା କରୁଛନ୍ତି । ୨୦୨୩-୨୪ ଶିକ୍ଷା ବର୍ଷରୁ ଭଞ୍ଜନଗର ସରକାରୀ ଆଇଟିଆଇ ଖୋଲିବା ପାଇଁ ଯୋଜନା ଚାଲିଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri