ଟ୍ରକ୍‌ ଚାପାରେ ଚାଲିଗଲା କଲେଜ ଛାତ୍ରୀଙ୍କ ଜୀବନ

ସିନାପାଲି,୧୭।୧୧(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ସିନାପାଲି ଥାନା ଅଧୀନ ଚଟିଆଗୁଡ଼ା ନିକଟ ଫୋରୱେ ରାସ୍ତାରେ ଗୁରୁବାର ଏକ ଟ୍ରକ୍‌ ଚାପାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ରୀ ଜଣକ ଗୋର୍ଲା ଗ୍ରାମ ଭରୋପଡାର ବେଦମତୀ ମାଝି(୧୬)। ଗୁରୁତର ହେଲେ କମଳାକାନ୍ତି ମାଝି। ଛାତ୍ରୀ ଦ୍ୱୟ ସିନାପାଲି ସ୍ଥିତ ମହିଳା ମହାବିଦ୍ୟାଳୟକୁ ଗୁରୁବାର କ୍ଲାସ କରିବାକୁ ଆସିଥିଲେ। କଲେଜରୁ ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଅନ୍ୟପକ୍ଷେ କ୍ଷତିପୂରଣ ଦାବିରେ ପରିବାର ଲୋକେ ଘଟଣାସ୍ଥଳରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ ଚଳାଇଛି। ପରିବାର ଲୋକେ କ୍ଷତିପୂରଣ ଦାବିରେ ଅଡି ବସିଥିବା ବେଳେ ପ୍ରଶାସନିକ ଅଧିକାରୀ କିମ୍ବା ଟ୍ରକ୍‌ ମାଲିକ ପହଞ୍ଚି ନ ଥିଲେ।

ମିଳିଥିବା ସୂଚନା ମୁତାବକ, ଛାତ୍ରୀମାନେ ସାଇକେଲରେ ଘରକୁ ଫେରୁଥିଲେ। ଏକ ଟ୍ରକ୍‌ (ସିଜି୦୪ଏମଜି୮୮୦୮) ଚଟିଆଗୁଡା ନିକଟରେ ଛାତ୍ରୀଙ୍କୁ ଧକ୍କା ଦେଇ ଡ୍ରାଇଭର ଟ୍ରକକୁ ସିନାପାଲି ପେଟ୍ରୋଲ ପମ୍ପ ନିକଟରେ ଛାଡି ଫେରାର ହୋଇଯାଇଥିଲେ। ଜଣେ ଛାତ୍ରୀ ଟ୍ରକରେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ମୃତ୍ୟ ଘଟିଥିଲା। ଅନ୍ୟ ଜଣକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri