ବିଜେଡି ଶୋଭାଯାତ୍ରାରେ କଲେଜ ଛାତ୍ରୀଛାତ୍ରଙ୍କ ସାମିଲ ବିବାଦ: ଅଭିଯୋଗ ପରେ ମୁହଁ ଖୋଲିଲେ ଅଧ୍ୟକ୍ଷ, କହିଲେ ମୁଁ…

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): ବ୍ରାହ୍ମଣୀଗାଁଠାରେ ଛାତ୍ରୀ ଓ ମହିଳା ନିର୍ଯାତନାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅହେତୁକ ବିଳମ୍ବ ଓ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବୁଧବାର ଏକ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କଲେଜ ନିକଟରୁ ଏହି ଶୋଭାଯାତ୍ରା ବାହାରି ଥାନାରେ ପହଞ୍ଚିଥିଲା ଏବଂ ସେଠାରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଆଇଆଇସିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତେବେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ କଲେଜ ଛାତ୍ରୀଛାତ୍ରଙ୍କୁ ସାମିଲ କରାଇବା ଏବଂ ବିରୋଧୀ ଦଳର ନେତାଙ୍କ ପୋଷ୍ଟର ପ୍ଲାକାର୍ଡ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାକୁ ଭାଜପା ନିନ୍ଦା କରିବା ସହ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଏଥିରେ ଋଷିମାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଭାସ୍କର ନାୟକ ମୁହଁ ଖୋଲି ଏକ ପ୍ରେସ୍‌ ଇସ୍ତାହାରରେ ପ୍ରକାଶ କରିଛନ୍ତି। ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଏକ ରାଜନୈତିକ ରାଲିରେ ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଉପସ୍ଥିତି ସମ୍ପର୍କରେ ମିଥ୍ୟା ପ୍ରଚାର କରାଯାଉଥିବା ଜଣାଇଛନ୍ତି। ଚଳିତ ବୁଧବାର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦ୍ବାରା ଆୟୋଜିତ ଏକ ରାଜନୈତିକ ରାଲିରେ ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟ, ବ୍ରାହ୍ମଣୀ ଗାଁର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିବା ବିଷୟ ଏବଂ ସେଥିରେ ମୋର ସମ୍ପୃକ୍ତି ଥିବା ବିଷୟ କୁହାଯାଉଥିବା ଜାଣି ମାନସିକ ଭାବେ ଅତ୍ୟନ୍ତ ମର୍ମାହତ ଅନୁଭବ କରିଥିବା ସେ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି।
ସେହିଦିନ ପ୍ରାୟ ୧.୩୦ ଅପରାହ୍ନରେ କଲେଜ ପରିସରରୁ ରାଲି ଅନୁଷ୍ଠିତ ହୋଇଥିଲା ବୋଲି ଅଭିଯୋଗରେ ସେ କହିଛନ୍ତି ଯେ, ଏହିଭଳି କୌଣସି କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇନାହିଁ। ଉକ୍ତ ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ବାରା ଦିଆଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ +୩ ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ପାଇଁ ପ୍ରାୟ ୨ ଘଣ୍ଟାର ଆବଶ୍ୟକୀୟ ପ୍ରସ୍ତୁତି ପରେ ଯାଞ୍ଚ ପ୍ରକ୍ରିୟା ଅନୁସରଣ କରି ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ହଲ୍‌ ଭିତରକୁ ପ୍ରବେଶ କରିବାକୁ ଦିଆଯାଇଥିଲା। ଅପରାହ୍ନ ୨ଟାରୁ ପ୍ରାୟ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରେରିତ ସ୍କ୍ବାଡ୍‌ ଏହି ପରୀକ୍ଷା ସମୟରେ ଉପସ୍ଥିତ ଥିଲେ। ମୁଁ ଏବଂ କଲେଜର ସମସ୍ତ କର୍ମଚାରୀ ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ନିୟୋଜିତ ଥିଲୁ। ତେଣୁ ତାଙ୍କ ମହାବିଦ୍ୟାଳୟର କୌଣସି ଛାତ୍ରୀଛାତ୍ର ସେହି ରାଜନୈତିକ ଦଳରେ ସାମିଲ ହୋଇ ନ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଭାସ୍କର ନାୟକ କହିଛନ୍ତି।

ସୂଚନାଯୋଗ୍ୟ, ଘଟଣାକୁ ନେଇ ବ୍ରାହ୍ମଣୀଗାଁ ଭାଜପା ପକ୍ଷରୁ ଅଧ୍ୟକ୍ଷଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହାର ନିରପେକ୍ଷ ତଦନ୍ତ ପାଇଁ ଭାଜପା ପକ୍ଷରୁ ପୋଲିସକୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ଲଢୁ ଲଢୁ ବିତିଗଲାଣି ୧୭ ଦିନ, ହେଲେ କିଛି ବି କରିପାରିଲେ ନାହିଁ ଟ୍ରମ୍ପ, ବିଶେଷଜ୍ଞ କହିଲେ ଇରାନ ପାଖରେ ବି ରହିଛି ବାଜି….

ଓ୍ବାଶିଂଟନ,୧୭।୩: ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାର ୧୭ ଦିନ ବିତିଗଲାଣି, ତଥାପି ଏକ ନର୍ଣ୍ଣାୟକ ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏବେ…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏବେ ଏହି ଦେଶ: ନିଜେ କଲେ ଖୁଲାସା, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବରେ ଇଙ୍ଗିତ କରିଛନ୍ତି ଯେ ତାଙ୍କର…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri