ଡିବିରି ନିଆଁରେ ଜଳିଗଲେ କଲେଜ ଛାତ୍ରୀ

ବଣାଇଁ,୧୪।୧୨(ସ୍ବ.ପ୍ର. ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଧୀନ ଭାଲୁଡୁଙ୍ଗୁରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗିଯିବାରୁ ଯୁକ୍ତ ତିନି ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ବପ୍ନେଶ୍ୱରୀ ମୁଣ୍ଡା। ଖବର ପାଇ ବଣାଇଁ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୧/୨୧) ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।

ସୋମବାର ରାତିରେ ସ୍ବପ୍ନେଶ୍ୱରୀ ଘରେ ଜଳୁଥିବା ଏକ ଡିବିରି ଧରି ଗୋଟିଏ କୋଠରୀରୁ ଅନ୍ୟ ଏକ କୋଠରୀକୁ ଯାଉଥିଲେ। ଏହି ସମୟରେ ଅସାବଧାନତା ବଶତଃ ତାଙ୍କ ଉପରେ ଡିବିରିରୁ କିରୋସିନ ଢାଳି ହୋଇ ଡ୍ରେସରେ ନିଆଁ ଲାଗିଯାଇଥିଲା। ସେ ସିଲ୍କ ବସ୍ତ୍ର ପରିଧାନ କରିଥିବାରୁ ନିଆଁ ଦେହସାରା ବ୍ୟାପିଯାଇଥିଲା। ଚିତ୍କାର ଶୁଣି ତାଙ୍କ ମା’ ଚନ୍ଦ୍ରାବତୀ ମୁଣ୍ଡା ଗାଁ ଲୋକଙ୍କ ସହାୟତା ଲୋଡିଥିଲେ। ଗ୍ରାମବାସୀ ସ୍ବପ୍ନେଶ୍ୱରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀଙ୍କୁ ଖୋଜୁଥିବା ବେଳେ ଦଳିଦେଲେ

ଜୁନାଗଡ଼,୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ରେଞ୍ଜ ଅଧୀନ ଘନା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀର ଗତିବିଧି ଲକ୍ଷ୍ୟ କରିବାକୁ ଯାଇଥିବା...

ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀ ଅସନ୍ତୋଷ: ଶସ୍ୟବୀମା ସହାୟତା ରାଶି ମିଳିନି

ବୋଲଗଡ଼,୨୦ା୭(ଡି.ଏନ.ଏ.): ବୋଲଗଡ଼ ବ୍ଲକ ସଂପୁର ପ୍ରାଥମିକ ସେବା ସମବାୟ ସମିତି ଧାନ ମଣ୍ଡିରେ ଧାନ ବିକ୍ରି ହୋଇ ନ ପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି...

ନୀଳଚକ୍ରରେ ଉଡ଼ିଲା ଧଳାବାନା: ସ୍ବାଭାବିକ ବର୍ଷା, ପବନର ସୂଚକ

ପୁରୀ ଅଫିସ,୮।୬: ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତିଦିନ ଧ୍ୱଜା ବା ବାନା ବନ୍ଧାଯାଏ। ଚୁନରା ସେବକମାନେ ଅପରାହ୍ନରେ ଏହି ବାନା ବାନ୍ଧିଥାନ୍ତି। ନୀଳଚକ୍ର ଅଗ୍ରଭାଗରେ ଗୋଟିଏ ମୁଖ୍ୟ...

ମୋବାଇଲ ଚୋର ଗିରଫ

ଧାମନଗର,୧୨।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଦୋବଲ ବଜାରରେ ମୋବାଇଲ ଦୋକାନ କରିଥିବା ସେକ୍‌ ଇଝାରଙ୍କୁ ମୋବାଇଲ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ପୋଲିସ ଗିରଫ କରିଛି। ଇଝାର ଚୋରା...

ସାମାନ୍ୟ ଥଣ୍ଡାଜ୍ୱରକୁ ନେଇ ମାନସିକ ଚାପଗ୍ରସ୍ତ କନ୍ଧମାଳବାସୀ

କନ୍ଧମାଳ,୧ା୮: କନ୍ଧମାଳ ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏଥିରୁ ବାଦ୍‌ ପଡ଼ିନାହିଁ ଜିଲାର କୌଣସି ବ୍ଲକ। ବର୍ତ୍ତମାନ ବାଲିଗୁଡ଼ା ସହର ସମେତ...

ପୋଲିଂ ବୁଥ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ: ଆପତ୍ତି ଉଠାଇଲେ କେନ୍ଦ୍ରମନ୍ତ୍ରୀ

ବାରିପଦା ଅଫିସ,୧୬।୨-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଖୁଣ୍ଟାପାଳ ବୁଥ୍‌ରେ ଆଚରଣ ବିଧି ଉଲ୍ଲଂଘନ କରାଯାଇଛି। ଏନେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ....

ପାରଳା ମହାରାଜାଙ୍କ ପରଲୋକ, ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ବ୍ରହ୍ମପୁରର ପୂର୍ବତନ ଏମ୍‌ପି ତଥା ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ପରଲୋକ ଘଟିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ...

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୭ ଗିରଫ

ଗୋପାଳପୁର/କନିଷି,୧୭ା୪(ଡି.ଏନ.ଏ.)-ଗୋଳନ୍ଥରା ଥାନା ପୋଲିସ ସୋମବାର ରାତିରେ ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁନା ବେହେରା, ସୁରଜ...

Advertisement
Archives

Model This Week