ପୁଣି କୋଟିଆକୁ ଜିଲାପାଳ ୱାସନଙ୍କ ଗସ୍ତ : ତଦାରଖ କଲେ ରଥ ନିର୍ମାଣ କାର୍ଯ୍ୟ ବିଦ୍ୟାଳୟ ବ୍ୟବସ୍ଥା…

ପଟ୍ଟାଙ୍ଗି,୨୪।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ପୁଣି ଜିଲାପାଳ ଭି କିର୍ତ୍ତୀ ୱାସନ ଗସ୍ତ କରି ଶିକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ତଦାରଖ କରି ଫେରିଛନ୍ତି ।

ସୂଚନା ମୁତାବକ, ଆସନ୍ତା ୨୭ ତାରିଖରେ ସାରା ରାଜ୍ୟରେ ରଥଯାତ୍ରା ହେବାକୁ ଥିବାବେଳେ ଏହାର ଗୋଟିଏ ଦିନ ପରେ ରାଜ୍ୟର ତିନୋଟି ସ୍ଥାନରେ ରଥଯାତ୍ରା ହେଉଛି। ସେଥିମଧ୍ୟରୁ ଉକ୍ତ ଜିଲାର କୋଟିଆରେ ଦିନକ ପରେ ରଥଯାତ୍ରା ପ୍ରତିବର୍ଷ ପାଳନ ହୋଇ ଆସୁଛି। ଏହି ରଥଯାତ୍ରା ଯେପରି ଚଳିତ ବର୍ଷ ଶାନ୍ତିଶୃଙ୍ଖଳାରେ ପାଳନ ହୋଇପାରିବ ସେନେଇ ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ କ୍ଷେତ୍ରରେ ଦେଖାଦେଇଛି ତପ୍ତରତା । ଯାହାକୁ ନେଇ ଜିଲାପାଳ ୱାସନ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ କୋଟିଆ ପଞ୍ଚାୟତରେ ପହଞ୍ଚି ନିର୍ମାଣାଧିନ ରଥ କାର୍ଯ୍ୟ ତଦାରଖ କରିଛନ୍ତି। ସେ ପଞ୍ଚାୟତ ସଦର ମହକୁମାରେ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ହେଉଥିବା ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ତଥା ଉକ୍ତ କେନ୍ଦ୍ର ପରିଦର୍ଶନ କରି ତିନି ଠାକୁରଙ୍କ ପୂଜାର୍ଚ୍ଚନା ସମ୍ପର୍କରେ ଉପସ୍ଥିତ ବିଡିଓ ରାମକୃଷ୍ଣା ନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜିଲାପାଳ ୱାସନ ସୱାସ୍ଥ୍ୟ କେନ୍ଦ୍ର ନିକଟରେ ଜଙ୍ଗଲ ବିଭାଗ ପକ୍ଷରୁ ୬୧ ଲକ୍ଷ ଅନୁଦାନ ରୁ ର୍ନିମାଣ ହୋଇଥିବା ଗେଷ୍ଟ ହାଉସ ପରିଦର୍ଶନ କରି ପାରିପାଶ୍ୱିକ ସ୍ଥିତି ଅନୁଧ୍ୟାନ କରି ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ସେଠାକାର ବ୍ୟବସ୍ଥା ଅନୁଧ୍ୟାନ କରି ଉପସ୍ଥିତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ଜିଲାପାଳ ୱାସନ କୋଟିଆ ପଞ୍ଚାୟତ ରୁ କୋରାପୁଟ ଫେରିବା ବାଟରେ ପଞ୍ଚାୟତ ର ଅନ୍ୟତମ ଥୁରିଆ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ପାରିପାଶ୍ୱିକ ସ୍ଥିତି ଅନୁଧ୍ୟାନ କରି ଛାତ୍ରଛାତ୍ରୀଙ୍କୁ ପଢା ଯାଉଥିବା ବହି ଏବଂ ନୋଟ ବୁକ ଯାଞ୍ଚ କରି ଉପସ୍ଥିତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରି ଫେରି ଯାଇଥିଲେ । ଜିଲାପାଳଙ୍କ ଉକ୍ତ ଗସ୍ତ ସମୟରେ ପ୍ରଭିଜନାଲ ଆଇଏଏସ ଉପସ୍ଥିତ ରହିଥିବା ସହ ବ୍ଲକର ଏଇଇ ବିଶ୍ୱନାଥ ମାଦଲି , କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ , ଏପିଓ ସୈମେନ୍ଦ୍ର ନାୟକ, ପିଇଓ କଣ୍ଡା ଗଲୋଲି ପ୍ରମୁଖ ଉପସ୍ଥିତ ରହିଥିଲେ । ଏଠାରେ ସୂଚନା ଥାଉକି ଚଳିତ ରଥଯାତ୍ରା ରେ କୋଟିଆ ପଞ୍ଚାୟତକୁ ଦୁଇ ମନ୍ତ୍ରୀ ଏବଂ କିଛି ଉଚ୍ଚ ପଦାଧିକାରୀଙ୍କ ଗସ୍ତ ରହିଥିବା ନେଇ ସୂଚନା ରହିଥିବା ବେଳେ ଜିଲାପାଳ ୱାସନ ଗତ ୮ ଦିନ ମଧ୍ୟରେ ପଞ୍ଚାୟତକୁ ଦୁଇ ଦୁଇଥର ଗସ୍ତ କରିବା ଅନେକ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମଦନମୋହନପୁରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସ୍ଥିତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପଣ୍ଡିତ ଗୋପବନ୍ଧୁ...

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ: ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କଲେ ମୁଖ୍ୟ ଅତିଥି

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର...

ପଦ୍ମନାଭପୁର ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ‘ଶ୍ରୀଧାମ’ ଆବାସିକ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri