ପୁଣି କୋଟିଆକୁ ଜିଲାପାଳ ୱାସନଙ୍କ ଗସ୍ତ : ତଦାରଖ କଲେ ରଥ ନିର୍ମାଣ କାର୍ଯ୍ୟ ବିଦ୍ୟାଳୟ ବ୍ୟବସ୍ଥା…

ପଟ୍ଟାଙ୍ଗି,୨୪।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ପୁଣି ଜିଲାପାଳ ଭି କିର୍ତ୍ତୀ ୱାସନ ଗସ୍ତ କରି ଶିକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ତଦାରଖ କରି ଫେରିଛନ୍ତି ।

ସୂଚନା ମୁତାବକ, ଆସନ୍ତା ୨୭ ତାରିଖରେ ସାରା ରାଜ୍ୟରେ ରଥଯାତ୍ରା ହେବାକୁ ଥିବାବେଳେ ଏହାର ଗୋଟିଏ ଦିନ ପରେ ରାଜ୍ୟର ତିନୋଟି ସ୍ଥାନରେ ରଥଯାତ୍ରା ହେଉଛି। ସେଥିମଧ୍ୟରୁ ଉକ୍ତ ଜିଲାର କୋଟିଆରେ ଦିନକ ପରେ ରଥଯାତ୍ରା ପ୍ରତିବର୍ଷ ପାଳନ ହୋଇ ଆସୁଛି। ଏହି ରଥଯାତ୍ରା ଯେପରି ଚଳିତ ବର୍ଷ ଶାନ୍ତିଶୃଙ୍ଖଳାରେ ପାଳନ ହୋଇପାରିବ ସେନେଇ ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ କ୍ଷେତ୍ରରେ ଦେଖାଦେଇଛି ତପ୍ତରତା । ଯାହାକୁ ନେଇ ଜିଲାପାଳ ୱାସନ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ କୋଟିଆ ପଞ୍ଚାୟତରେ ପହଞ୍ଚି ନିର୍ମାଣାଧିନ ରଥ କାର୍ଯ୍ୟ ତଦାରଖ କରିଛନ୍ତି। ସେ ପଞ୍ଚାୟତ ସଦର ମହକୁମାରେ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ହେଉଥିବା ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ତଥା ଉକ୍ତ କେନ୍ଦ୍ର ପରିଦର୍ଶନ କରି ତିନି ଠାକୁରଙ୍କ ପୂଜାର୍ଚ୍ଚନା ସମ୍ପର୍କରେ ଉପସ୍ଥିତ ବିଡିଓ ରାମକୃଷ୍ଣା ନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜିଲାପାଳ ୱାସନ ସୱାସ୍ଥ୍ୟ କେନ୍ଦ୍ର ନିକଟରେ ଜଙ୍ଗଲ ବିଭାଗ ପକ୍ଷରୁ ୬୧ ଲକ୍ଷ ଅନୁଦାନ ରୁ ର୍ନିମାଣ ହୋଇଥିବା ଗେଷ୍ଟ ହାଉସ ପରିଦର୍ଶନ କରି ପାରିପାଶ୍ୱିକ ସ୍ଥିତି ଅନୁଧ୍ୟାନ କରି ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ସେଠାକାର ବ୍ୟବସ୍ଥା ଅନୁଧ୍ୟାନ କରି ଉପସ୍ଥିତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ଜିଲାପାଳ ୱାସନ କୋଟିଆ ପଞ୍ଚାୟତ ରୁ କୋରାପୁଟ ଫେରିବା ବାଟରେ ପଞ୍ଚାୟତ ର ଅନ୍ୟତମ ଥୁରିଆ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ପାରିପାଶ୍ୱିକ ସ୍ଥିତି ଅନୁଧ୍ୟାନ କରି ଛାତ୍ରଛାତ୍ରୀଙ୍କୁ ପଢା ଯାଉଥିବା ବହି ଏବଂ ନୋଟ ବୁକ ଯାଞ୍ଚ କରି ଉପସ୍ଥିତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରି ଫେରି ଯାଇଥିଲେ । ଜିଲାପାଳଙ୍କ ଉକ୍ତ ଗସ୍ତ ସମୟରେ ପ୍ରଭିଜନାଲ ଆଇଏଏସ ଉପସ୍ଥିତ ରହିଥିବା ସହ ବ୍ଲକର ଏଇଇ ବିଶ୍ୱନାଥ ମାଦଲି , କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ , ଏପିଓ ସୈମେନ୍ଦ୍ର ନାୟକ, ପିଇଓ କଣ୍ଡା ଗଲୋଲି ପ୍ରମୁଖ ଉପସ୍ଥିତ ରହିଥିଲେ । ଏଠାରେ ସୂଚନା ଥାଉକି ଚଳିତ ରଥଯାତ୍ରା ରେ କୋଟିଆ ପଞ୍ଚାୟତକୁ ଦୁଇ ମନ୍ତ୍ରୀ ଏବଂ କିଛି ଉଚ୍ଚ ପଦାଧିକାରୀଙ୍କ ଗସ୍ତ ରହିଥିବା ନେଇ ସୂଚନା ରହିଥିବା ବେଳେ ଜିଲାପାଳ ୱାସନ ଗତ ୮ ଦିନ ମଧ୍ୟରେ ପଞ୍ଚାୟତକୁ ଦୁଇ ଦୁଇଥର ଗସ୍ତ କରିବା ଅନେକ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri