ବ୍ରାହ୍ମଣୀ ନଦୀରୁ ଜଳ ନମୁନା ସଂଗ୍ରହ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ରାହ୍ମଣୀ ଏବଂ ଏହାର ଶାଖା ଖରସ୍ରୋତା ନଦୀତଟବର୍ତ୍ତୀ ଅଞ୍ଚଳର ୯ଟି ସ୍ଥାନରୁ ଗୁରୁବାର ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ(ସିପିସିବି) ପକ୍ଷରୁ ନଦୀଜଳ ନମୁନା ସଂଗ୍ରହ କରାଯାଇଛି। କବାଟବନ୍ଧ, ମାର୍ଥାପୁର, ଦେଉଳକଣା, କୁସୁମପୁର, ଯୋକଡିଆ ଆଦି ସ୍ଥାନରୁ ଉକ୍ତ ଜଳ ନମୁନା ସଂଗ୍ରହ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିପିସିବିର ଏକ ୪ ଜଣିଆ ବିଶେଷଜ୍ଞ ପ୍ରତିନିଧି ଦଳ ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିବା ସୂଚନା ମିଳିଛି।
ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଗର୍ଭରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଗଣ୍ଡାନାଳ ସମେତ ରନତ୍ଗର୍ଭ,ସୁକିନ୍ଦାର ଡମଶାଳା ନଦୀ ମିଶିଛି। ଗଣ୍ଡାନାଳ ଓ ଡମଶାଳା ନଦୀ ପାଣିରେ ଉଭୟ ଖଣି ଓ ଶିଳ୍ପର ବର୍ଜ୍ୟବସ୍ତୁ ମିଶି ବ୍ରାହ୍ମଣୀ ନଦୀକୁ ପ୍ରଦୂଷିତ କରୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ଏହାବାଦ ଉପରମୁଣ୍ଡରେ ଅନୁଗୋଳ ଓ ରାଉରକେଲାର ସହର ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକର ବର୍ଜ୍ୟବସ୍ଥୁ ମିଶିବା ଫଳରେ ଏହାର ପାଣି ତୀବ୍ର ଜହର ହେଉଛି। ଏହାର ପ୍ରତିବାଦରେ ଜନ ଆନ୍ଦୋଳନ ହେବା ସହିତ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଗତ ୨୮ା୮ା୨୦୧୫ ତାରିଖରେ ହାଇକୋର୍ଟ ସେହି ଜନସ୍ବାର୍ଥ ମାମଲାର ବିଚାର କରି ଗଣ୍ଡନାଳର ଜଳ ପ୍ରଦୂଷଣକୁ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ, ଶିଳ୍ପ, ଖଣି, ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ ସଚିବଙ୍କ ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ଅଧ୍ୟକ୍ଷ, ସିପିସିବିର ଅଧ୍ୟକ୍ଷ ଏବଂ ଝାରସୁଗୁଡ଼ା, ଯାଜପୁର, ତାଳଚେର ଓ କେନ୍ଦୁଝର ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଥିଲେ। ବ୍ରାହ୍ମଣୀ ଓ ଏହାର ଶାଖାନଦୀଗୁଡ଼ିକର ଜଳ ପ୍ରଦୂଷଣ ମୁକ୍ତ କରିବାକୁ ହାଇକୋର୍ଟ ପକ୍ଷରୁ ହୋଇଥିବା ରାୟରେ ପ୍ରକାଶ ପାଇଥିଲା। ଏହି କ୍ରମରେ ଗତ ୨୪ା୯ା୨୦୧୫ରେ ଗଣ୍ଡନାଳାର ଜଳ ପ୍ରଦୂଷଣକୁ ରୋକିବାକୁ ତାହାର ତଟବର୍ତ୍ତୀ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସିଇଟିପି(ସେଣ୍ଟ୍ରାଲ ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ଲଗାଇବାକୁ ଏସ୍‌ପିସିବି ପକ୍ଷରୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏହାକୁ କେହି ମାନି ନ ଥିଲେ। ଏହାପରେ ନିୟମିତ ବ୍ୟବଧାନରେ ସିପିସିବି ଓ ଏସ୍‌ପିସିବି ପକ୍ଷରୁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବିଭିନ୍ନ ସ୍ଥାନରୁ ନଦୀଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ଉକ୍ତ ପରୀକ୍ଷାରେ ବ୍ରାହ୍ମଣୀ ନଦୀଜଳରେ ଉଦ୍ଦିଷ୍ଟ ପରିମାଣଠାରୁ ଢେର ଗୁଣ ଅଧିକ ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ(ବିଓଡି), ଟୋଟାଲ କୋଲିଫର୍ମ(ଟିସି), ଡିଜଲଭଡ୍‌ ଅକ୍ସିଜେନ(ଡିଓ) ପ୍ରଭୃତି ମାରାତ୍ମକ ଦ୍ରବ୍ୟ ବାହାରୁଥିବା ଜଣାପଡିଛି। ଏହିକ୍ରମରେ ୨୦୨୩ ଜାନୁଆରୀଠାରୁ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ପ୍ରବାହିତ ୧୧ ନଦୀ ସମୂହ ମଧ୍ୟରୁ ୧୨୯ ସ୍ଥାନରେ ଜଳର ବ୍ୟବହାରିକ ଗୁଣବତ୍ତାକୁ ପରୀକ୍ଷା କରାଯାଇଥିଲା। ସେଥିରୁ ୧୩ଟି ସ୍ଥାନରେ ବିଓଡି ଓ ଟିସି, ଗୋଟିଏ ସ୍ଥାନରେ ବିଓଡି, ୨ଟି ସ୍ଥାନରେ ଡିଓ ଓ ୧୦ଟି ସ୍ଥାନରେ ସିଟି ଉର୍ଦ୍ଦିଷ୍ଟ ମାନରୁ ଅଧିକ ଥିବା ଜଣାପଡିଛି। ଏହାପୂର୍ବରୁ ଗତ ୨୦ା୯ା୨୦୧୮ରେ ନଦୀଜଳର ପ୍ରଦୂଷଣ ନିରାକରଣ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରିବାକୁ ଏନ୍‌ଜିଟି ରାୟରେ ନିର୍ଦ୍ଦେଶ ଜାରି ହୋଇଥିଲା। ହାଇକୋର୍ଟ ଓ ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ଉପରୋକ୍ତ ଅଞ୍ଚଳରେ ଏଯାଏ ସିଇଟିପି ଲାଗି ପାରିନାହିଁ। ତେଣୁ କଳିଙ୍ଗନଗର ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ କାରଖାନା ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରୁ ନିର୍ମଳ ପାଣି ନେଇ ସ୍ଥାନୀୟ ଅଞ୍ଚଳକୁ ଗରଳ ଛାଡ଼ୁଛି। ଏହାବାଦ୍‌ ରନତ୍ଗର୍ଭା ସୁକିନ୍ଦା ଖଣି ପରିସରର ବର୍ଷା ପାଣି ଡମଶାଳା ଦେଇ ବ୍ରାହ୍ମଣୀରେ ମିଶୁଛି। ତେଣୁ ଏହିସବୁର ପ୍ରତିକାର ପାଇଁ ସିବିସିବି ପକ୍ଷରୁ ଜଳ ନମୁନା ସଂଗ୍ରହ ହୋଇଥିବା ଅନୁମାନ କରାଯାଇଛି। ତେବେ ସିପିସିବି କମିଟିରେ ସ୍ଥାନୀୟ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର କୌଣସି ଅଧିକାରୀ ସାମିଲ ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri