ମେ’ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ

ଭୁବନେଶ୍ୱର,୧।୫(ବ୍ୟୁରୋ): ମେ’ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ରବି ଧାନ ସଂଗ୍ରହ କରାଯିବ। ଧାନ ସଂଗ୍ରହ ହେବାକୁ ଥିବା ୧୭ ଜିଲା ମଧ୍ୟରୁ କିଛି ଜିଲାରେ ଏହି କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଅନ୍ୟ ଜିଲାଗୁଡ଼ିକରେ ମେ’ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆରମ୍ଭ ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ଦ୍ୱାରା ଜିଲାରେ ରବିଧାନ ଅମଳକୁ ଦୃଷ୍ଟିରେ ରଖି ମଣ୍ଡି ଦ୍ୱାରା ଧାନ ସଂଗ୍ରହ କାର୍ଯ୍ୟର ତାରିଖ ଚୂଡ଼ାନ୍ତ କରାଯାଇଛି ା ରବିଧାନ ସଂଗ୍ରହ କାର୍ଯ୍ୟ ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ା
ଚଳିତ ରବିଧାନ ସଂଗ୍ରହ ରାଜ୍ୟର ୧୭ଟି ଜିଲାରେ କରାଯାଉଥିବା ବେଳେ ପ୍ରକୃତ ଧାନଚାଷ କରାଯାଇଥିବା ଜମିର ସର୍ଭେ କାର୍ଯ୍ୟ ସାଟେଲାଇଟ୍‌ ଇମେଜରି ମାଧ୍ୟମରେ କରାଯାଉଛି ା ମେ’ ୪ ତାରିଖ ସୁଦ୍ଧା ଓର୍‌ସାକ୍‌ ଦ୍ୱାରା ସମସ୍ତ ପଞ୍ଜୀକୃତ ଧାନଚାଷ ଜମିର ସାଟେଲାଇଟ୍‌ ସର୍ଭେ କାର୍ଯ୍ୟ ଶେଷ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି ା ସାଟେଲାଇଟ୍‌ ଇମେଜରି ମାଧ୍ୟମରେ ମିଳୁଥିବା ତଥ୍ୟ ଅନୁଯାୟୀ ସନ୍ଦିଗ୍ଧ ପ୍ଲଟଗୁଡ଼ିକର କ୍ଷେତ୍ରସ୍ତରରେ ଯାଞ୍ଚ କରାଯାଉଛି ା ସାଟେଲାଇଟ୍‌ ସର୍ଭେ ଦ୍ୱାରା ମିଳିଥିବା ତଥ୍ୟ ଅନୁଯାୟୀ ପଞ୍ଜୀକୃତ କରିଥିବା ଜମିର ୧୬ ପ୍ରତିଶତ ଜମିରେ ଧାନଚାଷ କରାଯାଇନାହିଁ ା
ରବିଧାନ ସଂଗ୍ରହ ନିମନ୍ତେ ପଞ୍ଜୀକୃତ ଚାଷୀମାନଙ୍କ ପ୍ରଦତ୍ତ ଧାନଚାଷ କରାଯାଇଥିବା ଜମିର ତଥ୍ୟ, ଜଳସେଚିତ ଜମିର ପରିମାଣ, ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ଆଦିର ଯାଞ୍ଚ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ା ଶନିବାର ଲୋକସେବା ଭବନଠାରେ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ଓର୍‌ସାକ୍‌ ଦ୍ୱାରା ସାଟେଲାଇଟ୍‌ ଇମେଜରି ମାଧ୍ୟମରେ ଚାଷ କରାଯାଇଥିବା ପ୍ରକୃତ ଧାନଜମିର ସର୍ଭେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି।
ଯେଉଁସବୁ ପ୍ଲଟ୍‌ରେ ରବିଧାନ ଚାଷ କରାଯାଇ ନାହିଁ, ସେସବୁ ପ୍ଲଟ୍‌କୁ ରବିଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍‌ ଦିଆଯାଉଛି ା ସମବାୟ, ରାଜସ୍ବ, ଜଳସମ୍ପଦ ଓ କୃଷି ବିଭାଗର ଅଧିକାରୀଙ୍କ ଦ୍ୱାରା କ୍ଷେତ୍ରସ୍ତରରେ ଯୁଗ୍ମ ଯାଞ୍ଚ କାର୍ଯ୍ୟ କରାଯାଇଛି ା ଯାଞ୍ଚ କରାଯାଇଥିବା ତଥ୍ୟଗୁଡ଼ିକ ସୋସାଇଟି ଦ୍ୱାରା ତୁରନ୍ତ ଅପ୍‌ଡେଟ୍‌ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ା
ପଞ୍ଜୀକୃତ ଚାଷୀମାନେ ଯେପରି ସହଜରେ ଏବଂ ସୁବିଧାରେ ମଣ୍ଡିରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରିପାରିବେ ସେଥିନିମନ୍ତେ ଆନୁଷଙ୍ଗିକ ସମସ୍ତ ଉପକରଣ ଓ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିବା ପାଇଁ ମନ୍ତ୍ରୀ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି ା ମଣ୍ଡି ସହିତ ସଂଯୁକ୍ତ ମିଲରମାନେ ଯେପରି ଠିକ୍‌ ସମୟରେ ମଣ୍ଡିରୁ ଧାନ ଉଠାଣ କରିବେ, ସେଥି ପ୍ରତି ଆଗୁଆ ପଦକ୍ଷେପ ନେବା ସକାଶେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଧାନ ସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛ ଓ ତ୍ୱରାନ୍ବିତ କରିବା ପାଇଁ ବିଭାଗ ଦ୍ୱାରା ପି-ପାସ୍‌ ଓ ଚାଷୀଙ୍କୁ ଆଗୁଆ ଟୋକନ୍‌ ପ୍ରଦାନ କରାଯାଉଛି ା ମଣ୍ଡିରେ ଧାନ ସଂଗ୍ରହ କାର୍ଯ୍ୟର ତଦାରଖ ଓ ନିରୀକ୍ଷଣ ନିମନ୍ତେ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଉଛି ା ଚଳିତ ରବିଧାନ ରାଜ୍ୟର ୧୭ଟି ଜିଲା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁରରୁ ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କଠାରୁ ସଂଗ୍ରହ କରାଯିବ ା ରବିଧାନ ସଂଗ୍ରହ ପାଇଁ ରାଜ୍ୟର ମୋଟ ୨ ଲକ୍ଷ ୫୮ ହଜାର ୨୩୭ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି, ଯାହାକି ଗତବର୍ଷ ଅପେକ୍ଷା ୧୧ ପ୍ରତିଶତ ଅଧିକ ା
ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ସ୍ବତନ୍ତ୍ର ଶାସନ ସଚିବ ରାଜେନ୍ଦ୍ର ମିଶ୍ର, ନିବନ୍ଧକ, ସମବାୟ ସମିତି ଉଦ୍ଧବଚରଣ ମାଝି, ସମବାୟ ବିଭାଗର ସ୍ବତନ୍ତ୍ର ସଚିବ ଭରତ ଚନ୍ଦ୍ର ବେହେରା, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍‌ ସାକ୍ସେନା, ଓର୍‌ସାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି.କେ. ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri