Advertisement

ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ

ସୋନପୁର,୩୧।୧୦(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ରବିବାର ବ୍ୟତୀତ ସପ୍ତାହକୁ ୬ଦିନ ମଣ୍ଡି ଖୋଲା ରହିବ । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଷୀଙ୍କ ଧାନ ସଂଗୃହୀତ ହେବ ଏବଂ ଅପରାହ୍ନରୁ ଉଠାଣ ଆରମ୍ଭ ହେବ । ପୂର୍ବଭଳି ଟୋକନ ମାଧ୍ୟମରେ ଚାଷୀଙ୍କ ଧାନ କିଣାଯିବ। ଟୋକନର ବୈଧତା କେତେ ଦିନ ରହିବ ତାହା ରାଜ୍ୟ ସରକାର ଚୂଡାନ୍ତ କରିବେ ବୋଲି ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କିମିଟି ବୈଠକରେ ସୂଚନା ଦିଆଯାଇଛି । ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଚଳିତ ଖରିଫରେ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୦୪୦ଟଙ୍କା ଦରରେ ଚାଷୀଙ୍କ ଠାରୁ କିଣା ଯିବ ।
ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ବୈଠକରେ ଅଧ୍ୟକ୍ଷତା କରିଥିଲେ । ୬୩ଟି ପ୍ୟାକ୍ସ ଓ ୩୮ଟି ଏସ୍‌ଏଚ୍‌ଜି ଜରିଆରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଜିଲାର ଚାଷୀଙ୍କ ଧାନ କ୍ରୟ କରିବ । ଗତ ଖରିଫରେ ସୁବର୍ଣ୍ଣପୁର ଜିଲାର ୪୭ଟି ଓ ସମ୍ବଲପୁର ଜିଲାର ୪ଟି ମିଲର୍ସ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଏଥର ଅକ୍ଟୋବର ୩୧ ତାରିଖ ସୁଦ୍ଧା ୧୦୦ପ୍ରତିଶତ କଷ୍ଟମ ମିଲିଂ ଚାଉଳ ସରକାରଙ୍କୁ ପ୍ରଦାନ କରିଥିବା ମିଲର୍ସଙ୍କୁ ହିଁ ସୁଯୋଗ ମିଳିବ ବୋଲି ସୂଚନା ଦିଆ ଯାଇଥିଲା । ଜିଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଧାନ କ୍ରୟ ପାଇଁ ଜିଲାରେ ୧୦୭ଟି ମଣ୍ଡି ଖୋଲାଯିବ । ଧାନ ବିକ୍ରି କରିବା ପାଇଁ ଚଳିତ ଥର ୬୫ହଜାର ୫୨୩ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି ଯାହାକି ଗତ ବର୍ଷ ଠାରୁ ପ୍ରାୟ ୧ ହଜାର ଅଧିକ। ସେଥିମଧ୍ୟରୁ ସମବାୟ ବିଭାଗ ପକ୍ଷରୁ ୬୫ହଜାର ୩୬୦ଜଣ ଚାଷୀଙ୍କ କାଗଜାତ ବିଧିସିଦ୍ଧ ହୋଇଛି। ବୈଠକରେ ସୋନପୁର ବିଧାୟକ ତଥା ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଖରିଫ ଋତୁ ଧାନ କିଣାରେ ଯେଭଳି କୌଣସି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ କହିଥିଲେ। ଧାନ ସଂଗ୍ରହ ସମୟରେ ନୋଡାଲ ଅଫିସର, ଯୋଗାଣ ଓ ସମବାୟ ବିଭାଗର ଅଧିକାରୀମାନେ ମଣ୍ଡି ବୁଲିବାକୁ ମନ୍ତ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବୈଠକରେ ଯୋଗ ଦେଇ ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ଧାନ ଆଗ କିଣିବା ସହ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ସଅଳ କିସମ ଧାନ ଅମଳ ହୋଇଥିଲେ ଆଗୁଆ କିଣିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ମଣ୍ଡିରେ ଆବଶ୍ୟକ ପାନୀୟ ଜଳ, ତାର୍ପୋଲିନ ବ୍ୟବସ୍ଥା କରିବା ପାଇଁ ଜିଲାପାଳ ନରଓ୍ବଣେ ଆରଏମସି ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀ ପ୍ରତିନିଧିମାନେ ମିଲର୍ସ ନ ଆସିଲେ ମଣ୍ଡିରୁ ଧାନ ଉଠୁ ନ ଥିବା, ଧାନର ମାନ ଠିକ୍‌ ନ ଥିବା ଆଳରେ କଟ୍‌ନି ଛଟ୍‌ନି କରା ଯାଉଥିବା ଓ ବାହାର ଜିଲାର ମିଲର୍ସ ଅଖା ବସ୍ତା ଚାଷୀଙ୍କୁ ଫେରାଉ ନ ଥିବା ଅଭିଯୋଗ କରିଥିଲେ । ଏହି ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ସୋନପୁର ଉପଜିଲାପାଳ ଡ. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ଚାଷୀ ପ୍ରତିନିଧି ସଜ୍ଜନ କୁମାର ପଣ୍ଡା, ପ୍ରକାଶ ହୋତା, ଜିଲା କୃଷକ ସଂଗଠନ ସଭାପତି ବୈକୁଣ୍ଠନାଥ ଶତପଥୀ, ସହକାରୀ ଜିଲା ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ବଲାଙ୍ଗୀର ଜିଲା ସମବାୟ ନିବନ୍ଧକ ଦମୟନ୍ତୀ ସିଂ, ଲଳିତ ମାଝୀ, ଗଜେନ୍ଦ୍ର ପଣ୍ଡା, ଉଦିତ କୁମାର ବାବୁ, ମନୋଜ କୁମାର ଜେନା, ମିଶନ ଶକ୍ତିର ଜିଲା ପ୍ରକଳ୍ପ ଅଧିକାରୀ କାର୍ତ୍ତିକ ନାୟକ ଏବଂ ମିଲର୍ସ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହାଛଡା ମିର୍ଲସ ପ୍ରତିନିଧି ମନୋଜ କୁମାର ପ୍ରଧାନ, ଆନନ୍ଦ କୁମାର ବାବୁ, ଆଶିଷ କୁମାର ବାବୁ, ସୁଶାନ୍ତ କୁମାର ସାହୁ ଓ ବଜରଙ୍ଗ ଅଗ୍ରଓ୍ବାଲା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନରେ ଥରେ ମିଳୁଛି ପାଇପ ପାଣି

ସଇଁତଳା,୨୦।୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ସଇଁତଳା ସଦର ମହକୁମାରେ ଏବେ ଉତ୍କଟ ଜଳାଭାବ ଦେଖାଦେଇଛି। ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ ଜଳାଭାବ ସଙ୍ଗୀନ ପରିସ୍ଥିତି...

ସୁସ୍ଥ ହୋଇ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର ,୧୧ା୬ (ଡି.ଏନ.ଏ )- ଅସୁସ୍ଥ ହୋଇ ପ୍ରଥମେ ଜୟପୁର ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ପଦ୍ମଶ୍ରୀ କମଳା...

ଜାତୀୟ ପୁରସ୍କାର ପାଇଲେ ଲକ୍ଷ୍ମୀପ୍ରିୟା

ରୂପସା, ୧୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ହାତିଆଡ଼ିହା ଗ୍ରାମର ଚିତ୍ରଶିଳ୍ପୀ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଜାତୀୟ ତଥା ଲଳିତକଳା ଏକାଡ଼େମୀ ଚିତ୍ରକଳାରେ ଜାତୀୟ ପୁରସ୍କାର ହାସଲ...

ଓଡ଼ିଶା ବକ୍ସିଂ ଦଳର ଉତ୍ତରାଖଣ୍ଡ ଯାତ୍ରା

ବ୍ରହ୍ମପୁର-ଅଫିସ୍‌,୫ା୬- ଉତ୍ତରାଖଣ୍ଡର ରୁଦ୍ରପୁରରେ ଆସନ୍ତା ୮ରୁ ୧୩ତାରିଖ ପର୍ଯ୍ୟନ୍ତ ତୃତୀୟ ଜାତୀୟ ୟୁଥ୍‌ ପୁରୁଷ ଏବଂ ମହିଳା ବକ୍ସିଂ ଚାମ୍ପିୟନ୍‌ଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାଗନେବା...

ଜଙ୍ଗଲରେ ଅସୁସ୍ଥ ଦନ୍ତା

କେନ୍ଦୁଝର,୨୨ା୬(ସ୍ବ.ପ୍ର.): ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟା କଟା ଜଙ୍ଗଲରେ ଏବେ ୨୫ ବର୍ଷ ବୟସ୍କ ଦନ୍ତା ହାତୀ କିଛି ଦିନ ହେଲା ଅସୁସ୍ଥ...

ପୂର୍ବତନ ଆକାଉଣ୍ଟାଣ୍ଟ, ଇନ୍‌ଚାର୍ଜ ଗିରଫ

ଭୁବନେଶ୍ୱର, (ବ୍ୟୁରୋ)/ କାମାକ୍ଷାନଗର (ଡି.ଏନ୍‌.ଏ.) ୧୯ା୫- ନିଜ ପଦବୀର ଅପବ୍ୟବହାର କରି ବ୍ୟାଙ୍କ୍‌ରୁ ୧.୧୫ କୋଟି ଟଙ୍କା ହପଡ଼ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ...

ପୁଅ ମୃତ୍ୟୁର ୭ମାସ ପରେ ମା’ଆଣିଲେ ହତ୍ୟା ଅଭିଯୋଗ

କୁଜଙ୍ଗ,୫ା୩(ଡି.ଏନ.ଏ.): ଜଣେ ଯୁବକଙ୍କ ମୃତ୍ୟୁର ୭ମାସ ପରେ ତାଙ୍କ ମା’ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଅକୁ ଯୋଜନାବଦ୍ଧଭାବେ ହତ୍ୟା କରାଯିବା ପରେ ରାସ୍ତାରେ ଫିଙ୍ଗାଯାଇ ଦୁର୍ଘଟଣାର ରୂପ...

ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)-  ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି।...

Advertisement
Archives

Model This Week