ମଣ୍ଡି ନ ଖୋଲି ମିଲରେ ଧାନ ସଂଗ୍ରହ

ଯାଜପୁର ଅଫିସ,୨୪ା୨ :ଯାଜପୁର ଜିଲାରେ ୨୦୨୨-୨୩ ଖରିଫ ବର୍ଷର ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ମଣ୍ଡିଗୁଡିକ ଉଦ୍‌ଘାଟନ କରି ପରବର୍ତ୍ତୀ ସମୟରେ ସେଠାରୁ ଧାନ ସଂଗ୍ରହ ହୋଇନାହିଁ। ଚାଷୀଙ୍କ ଧାନକୁ ସିଧାସଳଖ ମିଲଗୁଡିକୁ ପଠାଯାଉଥିବାରୁ ଚାଷୀଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ବ୍ଲକରେ ଥିବା ପ୍ରଭାବଶାଳୀ ୨ଟି ରାଇସ୍‌ ମିଲ ମାଲିକଙ୍କ ମନମାନି ଯୋଗୁ ଚାଷୀମାନେ ନାହିଁ ନ ଥିବା କ୍ଷତି ସହୁଛନ୍ତି। କୋରେଇ ବ୍ଲକର ୧୮ଟି ପାକ୍ସରେ କାଗଜ କଲମରେ ଧାନ ମଣ୍ଡି ଖୋଲିଥିବା ଦର୍ଶାଉଥିଲେ ମଧ୍ୟ ବାସ୍ତବରେ ସମ୍ପୃକ୍ତ ଚାଷୀ ଉକ୍ତ ମିଲଗୁଡିକରେ ଧାନ ବିକ୍ରୀ କରୁଥିବା ପ୍ରକାଶ କରିଛନ୍ତି। ପ୍ରାୟ ୧୫ ଦିନ ହେଲା ଧାନ ବିକ୍ରୀ କରି କେତେଜଣ ଚାଷୀ ଏଯାଏ ପ୍ରାପ୍ୟ ପାଇ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ପାକ୍ସଗୁଡିକରେ ନିଜସ୍ବ ଧାନ ମଣ୍ଡି ନ ଥିବାରୁ ଚାଷୀମାନେ ଗାଡ଼ିରେ ଧାନ ରଖି ଭଡ଼ା ବାବଦକୁ ଅଧିକ ଖର୍ଚ୍ଚାନ୍ତ ହେଉଥିବା ମତପ୍ରକାଶ ପାଇଛି।
ରାଜ୍ୟ ସେବା ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଯାଜପୁର ଜିଲାରେ ୧୨୦ ପାକ୍ସ(ପ୍ରାଥମିକ ସେବା ସମବାୟ ସମିତି) ରହିଛି। ସେଥିମଧ୍ୟରୁ ନିଜସ୍ବ ଜମିରେ ୭୫ ପାକ୍ସ ଅଛି । ୨୫୯୫ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ମାତ୍ର ୩୫ଟି ପାକ୍ସରେ ଗୋଦାମ ଗୃହ ନିର୍ମାଣ ହୋଇଛି। ଏଥିରୁ ଚାଷୀ ଧାନ ବିକ୍ରୀ କରୁଥିବା ସମୟରେ କିଭଳି ହଇରାଣ ହେଉଥିବା ତାହା ସ୍ପଷ୍ଟ ମନେ ହେଉଛି। ମିଲର୍ସଙ୍କ ମନମାନୀ ସହ ଅଧିକାଂଶ ସମୟରେ ବାହାରେ ଧାନ ପଡି ରହୁଥିବା ଦେଖିବାକୁ ମିଳୁଛି ା ଏଥିରେ ଚାଷୀ ବହୁ ସମୟରେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡବ୍ଲ୍ୟୁଆଇଏଫ୍‌(ୱେର ହାଉସ ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ)ରେ ଖାଦ୍ୟଶସ୍ୟ ଗୋଦାମ ଗୃହ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଅଥଚ ତାହା ବି ଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଆବଶ୍ୟକସ୍ଥଳେ ଧାନ ସଂଗ୍ରହ କେନ୍ଦ୍ରଠାରେ ଗୋଦାମ ଗୃହ ଭଡ଼ାରେ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ା କିନ୍ତୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ବଦଳରେ ସିଧାସଳଖ ମିଲଗୁଡିକୁ ଧାନ ପଠାଯାଉଛି। ଚାଷୀ ବିଚିତ୍ର ଶତପଥୀ କୁହନ୍ତି, ଧନେଶ୍ୱରରେ ମଣ୍ଡି ଖୋଳିବ ବୋଲି ଘୋଷଣା ହୋଇଥିଲା। ଏଥିପାଇଁ ସରକାରୀସ୍ତରରେ ଉଦ୍‌ଘାଟନ ମଧ୍ୟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନିକଟସ୍ଥ କୃପାଳୁ ଓ ଆଶୀର୍ବାଦ ରାଇସ ମିଲକୁ ଧାନ ପଠାଯାଇଥିଲା। ସେଠାରେ ଚାଷୀମାନେ ଗାଡ଼ି ଭଡା କରି ଧାନ ନେଇଥିଲେ। କିନ୍ତୁ ୨ ରୁ ୩ ଦିନ ପର୍ଯ୍ୟନ୍ତ ମିଲ କର୍ତ୍ତୃପକ୍ଷ ଧାନ କିଣି ନ ଥିଲେ। ଫଳରେ ଚାଷୀ ଗାଡ଼ି ଭଡା ବାବଦକୁ ୨ ଦିନକୁ ୩୦୦୦ ଟଙ୍କା ଲେଖାଏଁ ଦେବାକୁ ବାଧ୍ୟ ହୋଇଛନ୍ତି। ଏହାବାଦ୍‌ କଟ୍‌ନି ଛଟ୍‌ନି ନାମରେ କୁଇଣ୍ଟାଲ ପିଛା ୫ କେଜି ଲେଖାଏଁ ହ୍ରାସ କରିଥିବାରୁ ଚାଷୀ ବହୁ ଶୋଷଣର ଶିକାର ହୋଇଛନ୍ତି। ଚାଷୀ ରାମଚନ୍ଦ୍ର ଶତପଥୀ କହିଛନ୍ତି, ସେ ପ୍ରାୟ ୯୦ କୁଇଣ୍ଟାଲ ଧାନ ଦେଇଛନ୍ତି। ହେଲେ ଏଯାଏ ତାଙ୍କର ପ୍ରାପ୍ୟ ପାଇ ନାହାନ୍ତି। ଏଭଳି ଅନେକ ଚାଷୀ ଧାନ ବିକ୍ରୀ କରି ଶୋଷଣର ଶିକାର ହୋଇଛନ୍ତି। ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପୂର୍ବରୁ ପ୍ରତିବାଦ କରିଥିବାରୁ ଜିଲାପାଳ କଟ୍‌ନୀଛଟ୍‌ନୀ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେତେକ ମଣ୍ଡିରେ କଟନୀ ଅର୍ଥ ମଧ୍ୟ ଚାଷୀଙ୍କୁ ଫେରସ୍ତ କରିଛନ୍ତି। କିନ୍ତୁ ଏଠାରେ କାହିଁକି କଟନୀ ଅର୍ଥ ଫେରସ୍ତ ହେବ ନାହିଁ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, କୋରେଇ ବ୍ଲକରେ ଜହ୍ନା ଓ ଇଚ୍ଛାପୁର ମଣ୍ଡିରେ ଧାନ ସଂଗ୍ରହ କରାଯାଉଛି। ବାକି ମଣ୍ଡିଗୁଡିକରେ ଧାନ ସଂଗ୍ରହ ହେଉ ନ ଥିବାରୁ ସିଧାସଳଖ ମିଲ ଜରିଆରେ ଧାନ କିଣାଯାଉଛି। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri