ଭୁଶୁଡ଼ିଲା ସ୍କୁଲ ପାଚେରୀ

ଦାରିଙ୍ଗବାଡି,୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୪୦ରୁ ୫୦ ଫୁଟର ଏକ ପାଚେରୀ ଭୁଶୁଡ଼ି ପଡ଼ିଛି। ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲରେ ପରିଣତ କରୁଛନ୍ତି । ଏଥିପାଇଁ  ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେବା ସହ ଛାତ୍ରୀଛାତ୍ରଙ୍କ ସାମାଜିକ ସୁରକ୍ଷା ଦେବାପାଇଁ ବିଦ୍ୟାଳୟ ଚାରିପଟେ ସୁରକ୍ଷିତ ପାଇଁ ଲକ୍ଷଲକ୍ଷ ଅନୁଦାନ ଦେଇ ପାଚେରୀ ନିର୍ମାଣ କରୁଛନ୍ତି ,ହେଲେ ନିମ୍ନ ମାନର କାର୍ଯ୍ୟପାଇଁ ଏହା ଅଧିକ ଦିନ ରହୁନାହିଁ।
ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଦଶମ ପର୍ଯ୍ୟନ୍ତ ୨୨୫ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟ ରୂପାନ୍ତିକରଣ କରାଯାଇଥିଲେ ସୁଦ୍ଧା ଏବେ ମଧ୍ୟ କିଛି ଶ୍ରେଣୀକୋଠା ଗୁଡିକରୁ ବର୍ଷା ଜଳ ଗଳୁଛି ଯାହାକି ଛାତ୍ରୀଛାତ୍ର ପାଠ ପାରେ ବ୍ୟାଘାତ ହେଉଛି ବୋଲି ଅଞ୍ଚଳବାସୀ କହିଛନ୍ତି।