ଭୁଶୁଡ଼ିଲା ଭିତରକନିକା ଖୋଳା ପର୍ଯ୍ୟଟନ ଜେଟି

ରାଜନଗର, ୨୬ା୧୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଖୋଳା ଏଣ୍ଟ୍ରି ପଏଣ୍ଟ ନିକଟରେ ଥିବା ଜେଟି ଶୁକ୍ରବାର ସନ୍ଧ୍ୟାରେ ସନ୍ଧ୍ୟାରେ ଭୁଶୁଡି ପଡିଛି। ପ୍ରାୟ ୨୦ ଫୁଟ ଚଉଡାର ମାଟି ଅତଡା ଧସିବା ସହ ଜେଟିର ନଦୀ ପଟରେ ଥିବା ପିଲାର ଦବି ଯାଇ ଧସେଇ ପଡିଛି। ଜେଟି ଧସେଇ ପଡିବା ପରେ ଶନିବାର ଭିତରକନିକା ଜାତୀୟ ଉଦ୍ୟାନକୁ ପରିଭ୍ରମଣରେ ଆସିବାକୁ ଥିବା ପର୍ଯ୍ୟକମାନେ କିପରି ଜଳପଥରେ ଯାତ୍ରା କରିବେ ସେ ନେଇ ଚିନ୍ତା ବଢିଛି। ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ଜଳପଥରେ ପ୍ରାକୃତିକ ଶୋଭା ଉପଭୋଗ କରିବାକୁ ପସନ୍ଦ କରିଥାନ୍ତି। କୁମ୍ଭୀର ସାଲୁବାଲୁ ବ୍ରାହ୍ମଣୀ ନଦୀରେ ପର୍ଯ୍ୟଟକମାନେ ବୋଟରେ ଚଢିବା ଓ ଓହ୍ଲାଇବା ପାଇଁ ପୂର୍ବରୁ ଥିବା ଜେଟି ଭାଙ୍ଗିଯିବା ପରେ ୨୦୧୮ରେ ନୂତନ ଜେଟି ନିର୍ମାଣ ହୋଇଥିଲା। ହଠତ୍‌ ଜେଟି ର ନଦୀ ମଧ୍ୟକୁ ଥିବା ପିଲାର ଧସିବା ସହ କିଛି ଅଂଶ ଧସି ପଡିଛି। ଜେଟିିଟି ଏପରି ଭାବେ ଧସିଛି, ବୋଟରେ ଆଉ ଯିବା ସମ୍ଭବ ନୁହେଁ। କେବଳ ଜେଟି ନୁହେଁ ନିକଟରେ ପ୍ରାୟ ୨୦ ଫୁଟର ମାଟି ଅତଡା ଧସି ଯାଇଛି। ପର୍ଯ୍ୟଟକମାନଙ୍କ ଭିଡ ଆରମ୍ଭ ହୋଇଯାଇଥିବା ବେଳେ ଜେଟି ଧସି ପଡିବା ଘଟଣା ପର୍ଯ୍ୟଟକମାନେ କିପରି ବୋଟରେ ଚଢିବେ ଓ ଓହ୍ଲାଇବେ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ଯୁଦ୍ଧକାଳୀନ ଭିତରିରେ ବହ୍ଲା ମାଧ୍ୟମରେ ଶନିବାର ସୁଦ୍ଧା ଅସ୍ଥାୟୀ ଜେଟି ନିର୍ମାଣ କରାଯିବ ବୋଲି କନିକା ରେଞ୍ଜ ଅଫିସର ମାନସ କୁମାର ଦାସ କହିଛନ୍ତି।