Posted inଫୁରସତ

‘ଓଟ’ ପିଠିରେ ଶୀତଳ ସନ୍ଧ୍ୟା

ଆଜି ଯଦି ଜଣେ ଛାତ୍ରକୁ ଇଂଲିଶ୍‌ରେ ଅନୁବାଦ କରିବା ନିମନ୍ତେ ଏମନ୍ତ ବାକ୍ୟଟିଏ ଦିଆଯିବ – ଯଥା: ”ଦେବକୀଙ୍କ ଅଷ୍ଟମ ସନ୍ତାନ ହେବ କଂସର ନିଧନକାରୀ-ହେଲା ଆକାଶବାଣୀ“-ତେବେ ସେ ହୁଏତ ଲେଖିବ, ”ଦି ଏଇଟିଥ୍‌ ଇସ୍ୟୁ ଅଫ୍‌ ଦେବକୀ ଉଡ୍‌ ବି କଂସଜ୍‌ ଆନିହିଲେଟର-ଆନାଉନ୍‌ସଡ୍‌ ଦି ଅଲ୍‌ ଇଣ୍ଡିଆ ରେଡିଓ“। ୨୮ ଜାନୁୟାରୀ ୨୦୦୭ ଆକାଶବାଣୀ କଟକର ହୀରକ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ସମାରୋହରେ ଉଦ୍‌ଘାଟକ ରୂପେ ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଅଭିଭାଷଣର ଏହା ଥିଲା କିଛି ଅଂଶ। ମଥୁରାର ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ପ୍ରତି ପୁରାଣବର୍ଣ୍ଣିତ ଆକାଶବାଣୀ ସତ୍ୟ ହୋଇଥିବା ପରି ଆଜିର ପ୍ରତିଯୋଗିତାପୂର୍ଣ୍ଣ ଯୁଗରେ ଏକ ସାଲିସବିହୀନ ଗଣମାଧ୍ୟମ ଭାବେ ଏହା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଛି। ଆକାଶବାଣୀର ବିଶ୍ୱସନୀୟତାକୁ ବର୍ଣ୍ଣନା କରିବାକୁ ଯାଇ ଏହି ବାଗ୍ମୀ ସେଦିନ ଯେଉଁଭଳି ଭାଷଣ ଦେଇଥିଲେ, ସେଠାରେ ଉପସ୍ଥିତ ଦର୍ଶକ ସ୍ତମ୍ଭୀଭୂତ ହୋଇଯାଇଥିଲେ। ଏହି ଲେଖକର ସେହିଦିନ ଅପରାହ୍ନ ଆଞ୍ଚଳିକ ସମ୍ବାଦରେ ମନୋଜ ଦାସ ଉଦ୍‌ଘାଟକ ଭାବେ ଆକାଶବାଣୀ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଖବର ପଢ଼ିବାର ସୁଯୋଗ ମିଳିଥିଲା। କାର୍ଯ୍ୟକ୍ରମ ପୂର୍ବରୁ କେତେ ଜଣ ବନ୍ଧୁ ଅଳ୍ପ ସମୟ ପାଇଁ ତାଙ୍କୁ ଭେଟିଥିଲୁ। ସନ୍ଧ୍ୟାରେ ଯେତେବେଳେ ତାଙ୍କ ଭାଷଣ ଶୁଣିବାର ଅବକାଶ ମିଳିଲା ଓ ପୁରାଣବର୍ଣ୍ଣିତ ଘଟଣାବଳୀ ସହ ଆକାଶବାଣୀକୁ ଯେଭଳି ସଂଯୋଜିତ କଲେ, ସେତେବେଳେ ହୃଦ୍‌ବୋଧ ହୋଇଥିଲା ଆଧୁନିକ ଯୁଗର ବିଷ୍ଣୁ ଶର୍ମା ବୋଲି ଯେଉଁ ଆଖ୍ୟା ତାଙ୍କୁ ଦିଆଯାଇଛି, ତାହାର ଯଥାର୍ଥତା ରହିଛି।
ମନୋଜଙ୍କ ସାହିତ୍ୟ ପଞ୍ଚତନ୍ତ୍ର ଓ କଥା ସରିତ ସାଗରର କାହାଣୀ ଭଳି ପାଠକଙ୍କ ଆଗ୍ରହକୁ ବଢ଼ାଇ ଦେଇଥାଏ। ଏମିତି ବି ସେ ରଚନା କରିଛନ୍ତି ଯେ, ଯେଉଁଠାରୁ ପଞ୍ଚତନ୍ତ୍ରର କାହାଣୀ ସରିଛି, ସେହିଠାରୁ ମନୋଜଙ୍କ କାହାଣୀର ଅୟମାରମ୍ଭ ହୋଇଥିବା ମନେହୁଏ। ‘ପଞ୍ଚତନ୍ତ୍ର’ର ବାନର-କିମ୍ଭୀର ଉପାଖ୍ୟାନ ସମସ୍ତେ ଜାଣିଥିବେ। ଏହିଠାରେ ସେ ତାହାକୁ ଏହିଭଳି ବର୍ଣ୍ଣନା କରିଛନ୍ତି: ନଦୀକୂଳବର୍ତ୍ତୀ ଏକ ଗଛରେ ସୁସ୍ବାଦୁ କୋଳି ଖାଉଥିବା ରକ୍ତମୁଖ ନାମଧ୍ୟେୟ ବାନର ଦିନ ପରେ ଦିନ ନଦୀରେ କରାଳମୁଖ ନାମକ କିମ୍ଭୀର ଉପରେ ଦୟାପୂର୍ବକ ଅସରାଏ ଲେଖାଏ କୋଳି ବର୍ଷଣ କରୁଥାଏ। ଥରେ କରାଳମୁଖ ଅମୃତପ୍ରାୟ ସେ ସୁସ୍ବାଦୁ ଫଳରୁ କିୟଦଂଶ ନେଇ ପତ୍ନୀ କରାଳୀକୁ ଦିଏ। ସୁସ୍ବାଦୁ-କୋଳି-ପୁଷ୍ଟ ବାନରର ହୃତ୍‌ପିଣ୍ଡ ଗୋଟିକ ଖାଇବା ଜିଦ୍‌ରେ ଅଟଳ ରହିଲା କରାଳୀ। କିମ୍ଭୀର ଯାଇ ବାନରକୁ କିମ୍ଭୀରାଣୀ ତାକୁ ସଙ୍ଖୋଳିବାକୁ ବ୍ୟଗ୍ର ବୋଲି କହିଥିଲା। ପରେ ବାନରକୁ ପିଠିରେ ବସାଇ ନେଇ ମଝି ନଈରେ କିମ୍ଭୀର ନିଜର ଅସଲ ଉଦ୍ଦେଶ୍ୟ ପ୍ରକଟ କରନ୍ତେ, ବାନର ନିଜ ହୃଦୟଟି ଗଛ କୋଟରରେ ସାଇତି ରଖିଛି ବୋଲି କହିଥିଲା। କିମ୍ଭୀର ପୁନରାୟ କୂଳକୁ ଆସିବା ମାତ୍ରେ ଜୀବନର ଦୀର୍ଘତମ ଲମ୍ଫ ସାଧନ ଯୋଗେ ବୃକ୍ଷାରୋହଣ କରି ବାନର ସେହି କିମ୍ଭୀରକୁ କୃତଘ୍ନ ଆଖ୍ୟା ଦେଇଥିଲା। ବିଷ୍ଣୁ ଶର୍ମାଙ୍କ କିମ୍ଭୀର ଅବଶ୍ୟ ଆତ୍ମଗ୍ଳାନିପୀଡ଼ିତ ହୋଇ ଅପସରିଗଲା, କିନ୍ତୁ ସେହିଠାରୁ ଯେମିତି ମନୋଜ ଦାସଙ୍କ ଅବୋଲକରା କାହାଣୀ ଆରମ୍ଭ ହୋଇଯାଇଛି। ତାଙ୍କର ”ବାନର-କିମ୍ଭୀର କାହାଣୀ: ଶେଷ କଥା ଯାଏ ଯିଏ ପଢ଼ିଥିବେ, ସେ ହୃଦ୍‌ବୋଧ କରିପାରିବେ ମନୋଜ କେତେ ଗଭୀରକୁ ଯାଇ ପାଠକଙ୍କ ହୃଦୟକୁ ଛୁଇଁଲା ଭଳି ପ୍ରତିଟି କାହାଣୀ ରଚନା କରିଛନ୍ତି। କାହାଣୀକୁ ଗତିଶୀଳ କରିବାକୁ ଯାଇ ଏକ ଭିନ୍ନ ଭାବନାରେ ପାଠକଙ୍କୁ ଧରି ରଖିବାର ଏ ଯେଉଁ କଳା ସେ ପ୍ରୟୋଗ କରିଥାଆନ୍ତି, ତାହା ତାଙ୍କୁ ଅନ୍ୟ କଥାକାରଙ୍କଠାରୁ ସମ୍ପୂର୍ଣ୍ଣ ନିଆରା ବୋଲି ଚିହ୍ନେଇ ଦେଇଥାଏ।
ସାଧାରଣରେ ଦେଖାଯାଇଛି, ସବୁଠାରୁ ଭଲ ଲେଖିପାରୁଥିବା ବ୍ୟକ୍ତି କଥା କିମ୍ବା ଭାଷଣ ଦେବାରେ ସିଦ୍ଧହସ୍ତ ହୋଇପାରି ନ ଥା’ନ୍ତି। ଯେଉଁମାନେ ଦୁଇଟି କଳା ହାସଲ କରିଥାଆନ୍ତି, ସେମାନେ ବିଚକ୍ଷଣ। କିନ୍ତୁ ଆହୁରି ଗୋଟେ ବର୍ଗର ସୃଜନ-ବାଗ୍ମୀ ଥାଆନ୍ତି, ଯେଉଁମାନେ ଲିଖିତ ଭାଷାକୁ କଥାରେ କହିଲା ବେଳେ ଅନୁରୂପ ଶବ୍ଦକୁ ଉପଯୋଗ କରିଥାଆନ୍ତି। ଏଇଠି ଅସଂଖ୍ୟ ପାଠକ ଓ ଶ୍ରୋତା ଏକମତ ହେବେ ଯେ, ମନୋଜ ଦାସ ଭାରତବର୍ଷରେ ସେଭଳି ଜଣେ ଅନନ୍ୟ ପ୍ରତ୍ୟୁପତ୍ନ୍ନସମ୍ପନ୍ନ କଥାକାର-ବକ୍ତା ଭାବେ ଏକ ଛାପ ଛାଡ଼ି ଦେଇଯାଇଛନ୍ତି। ପୁଣି ସୃଜନଶୀଳତାରେ ଆଧ୍ୟାତ୍ମିକତା ଯେଭଳି ସନ୍ନିବେଶିତ କରିଛନ୍ତି, ସେଭଳି ସାହିତ୍ୟଯୋଗୀ ମା’ ସରସ୍ବତୀଙ୍କ ବରପୁତ୍ର ଭାବେ କେତେ ଯୁଗରେ ହୁଏତ ଆସିବେ କହିହେବ ନାହିଁ। ଭବିଷ୍ୟତ ପିଢ଼ି ଯିଏ ତାଙ୍କ କଥା ସାହିତ୍ୟ ପଢ଼ିବା ସହ ରେକର୍ଡିଂ ଥିବା ଭାଷଣ ଶୁଣିପାରିବେ, ସେମାନେ ଏହି ସାହିତ୍ୟ ସାଧକଙ୍କ ଶବ୍ଦ କୋଣାର୍କର ସୌନ୍ଦର୍ଯ୍ୟକୁ ଅନାଇ ରହିବାକୁ ବାଧ୍ୟ ହେବେ।
ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ସେ ପ୍ରଥମେ ଇଂଲିଶ୍‌ ଶିଖିବା ଆରମ୍ଭ କରିଥିଲେ। ହେଲେ ଇଂଲିଶ୍‌ ଭାଷାରେ ଭାରତୀୟ ଲେଖକ ମୁଲକରାଜ ଆନନ୍ଦ, ଆର୍‌. କେ. ନାରାୟଣ, ରସ୍କିନ୍‌ ବଣ୍ଡ୍‌ଙ୍କ ପରି ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିଲେ। ସେ ଓଡ଼ିଆ ଓ ଇଂଲିଶ୍‌ ଭାଷାରେ ପ୍ରଚଣ୍ଡ ଦକ୍ଷତାର ଅଧିକାରୀ ଥିଲେ। ଶ୍ରୀଅରବିନ୍ଦଙ୍କ ଦର୍ଶନ ତାଙ୍କ ସୃଜନଭୂମିକୁ ଆହୁରି କର୍ଷଣ କରି ଉର୍ବର କରାଇ ଦେଇଥିଲା। ମଣିଷ ମହତ୍ତର ଲକ୍ଷ୍ୟରେ ଯାଇ ଅତିମାନସ ସ୍ତରରେ ପହଞ୍ଚତ୍ବା ଭଳି ମନୋଜ ତାଙ୍କ ସାଧନାର ସିଦ୍ଧିକୁ ପିଲାଠାରୁ ବୟସ୍କଙ୍କ ଯାଏ ବାଣ୍ଟି ଜଣେ ସାରସ୍ବତ-ସନ୍ନ୍ୟାସୀ ପାଲଟି ଯାଇଛନ୍ତି।
ଓଡ଼ିଶାରେ ସାହିତ୍ୟ ରଚନାକୁ ଅନେକେ ଅନ୍‌ପ୍ରଡକ୍ଟିଭ୍‌ ବା ଅନୁପତ୍ାଦକ ବିଷୟ ଭଳି ଦେଖିଥାଆନ୍ତି। ହେଲେ ମନୋଜଙ୍କ ରଚନାକୁ ଯିଏ ପଢ଼ିଛନ୍ତି ଓ ତାଙ୍କ ସୃଷ୍ଟିରେ ଥିବା ଦର୍ଶନକୁ ଯିଏ ବୁଝିଛନ୍ତି, ସେ କଦାପି ସାହିତ୍ୟକୁ କେବଳ ଖିଆଲି ସ୍ତରରେ ରଖିବେ ନାହିଁ। ତାଙ୍କ ଲେଖାରେ ଗୋଟେ ଓଜନ ଥାଏ। ଅବଶ୍ୟ ସେହି ଓଜନକୁ ମୁଣ୍ଡେଇବା ଲାଗି ପାଠକଙ୍କ ପାଖରେ ସେଭଳି ଶକ୍ତି ରହିଥିବା ଆବଶ୍ୟକ। ଆନନ୍ଦର କଥା, ଏହି ମହାନ୍‌ କଥାଶିଳ୍ପୀଙ୍କ ସ୍ମୃତିରେ ”ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର“ ପ୍ରଦାନ କରାଯିବ ବୋଲି ଓଡ଼ିଶା ସରକାର ତାଙ୍କ ପରଲୋକର ଠିକ୍‌ ସାତ ଦିନ ପରେ ଘୋଷଣା କରିଛନ୍ତି। ଇଂଲିଶ୍‌ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତି୍ୟକଙ୍କୁ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯିବ। ଅନୁରୂପ ଭାବେ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଓ ଇଂଲିଶ୍‌ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଉଭୟ ଭାଷାରେ ମୌଳିକ ରଚନା ପାଇଁ ହାଇସ୍କୁଲ ସ୍ତରରେ ପ୍ରତିବର୍ଷ ”ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ“ ଦିଆଯିବ। ଅତିଧନୀ ବା ଶିଳ୍ପପତିଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରେଷ୍ଠ ସାହିତ୍ୟ ପୁରସ୍କାରଠାରୁ ଜଣେ ପ୍ରଥିତଯଶା କଥାକାରଙ୍କ ନାମରେ ନାମିତ ପୁରସ୍କାର ନିଶ୍ଚିତ ଭାବେ ଲେଖକଟିଏକୁ ଅଧିକ ପ୍ରେରଣା ଦେବ।
ମନୋଜଙ୍କ ଦେହାନ୍ତ ପରେ ଜଣେ ମନୋଜପ୍ରେମୀଙ୍କ ସହ କଥା ହେଉଥିଲି। ସ୍ମୃତି ରୋମନ୍ଥନ କରିବାକୁ ଯାଇ ସେ କହିଥିଲେ, ଥରେ ଆକାଶବାଣୀରେ ‘ଓଟ’ ଗଳ୍ପର ନାଟ୍ୟ ରୂପାନ୍ତର ଶୁଣୁଥିଲେ। ଆରମ୍ଭରୁ ଅନ୍ୟମନସ୍କ ହୋଇ ମୂଳ ଲେଖକଙ୍କ ନାମ ଜାଣିପାରି ନ ଥିଲେ। ଚରିତ୍ରଗୁଡ଼ିକ ଯେତେ ଗତିଶୀଳ ହେଉଥାଏ, ଲେଖକଙ୍କ ନାମ ଜାଣିବାକୁ ସେ ବ୍ୟାକୁଳ ହୋଇଥିଲେ। ଆଦର୍ଶ ଓ ବୌଦ୍ଧିକ ଚିନ୍ତାପ୍ରସୂତ ସେଭଳି ଲେଖା ନିଶ୍ଚୟ ମନୋଜ ଦାସଙ୍କ ହୋଇଥିବ ଭାବି ଘୋଷକଙ୍କ କ୍ଲୋଜିଂ ଆନାଉନ୍ସମେଣ୍ଟକୁ ଅପେକ୍ଷା କରିଥିଲେ। ଶେଷରେ ଘୋଷକ କହିଥିଲେ ମୂଳ ଲେଖା-ମନୋଜ ଦାସ।
‘ଓଟ’ର ମୁଖ୍ୟ ନାୟକ ଶିବକୁମାର ସେହି ପ୍ରାଣୀଟିକୁ ଦେଖିବାର ସୁଯୋଗ ଜୀବଦ୍ଦଶା ମଧ୍ୟରେ ପାଇ ନ ଥିଲେ। ଏହି ଅବସୋସ ତାଙ୍କୁ ଦୁଃଖ ଦେଇ ନ ଥିଲା। କିନ୍ତୁ ସେହି ଶୀତଳ ସନ୍ଧ୍ୟାରେ ନାତି ମାଧ୍ୟମରେ ତାଙ୍କୁ ଯେଭଳି ଠକି ଦିଆଯାଇଥିଲା, ତାହା ତାଙ୍କୁ ବ୍ୟଥିତ କରିଥିଲା। ସେଥିପାଇଁ ସେ ନାତିକୁ ଜୋରରେ ପାଟି କରିଥିଲେ, ”କ’ଣ ହେଲା, ମୋତେ ବା ସେମାନେ ଫଳକ ଧରେଇ ଠକିଦେଲେ-ମୁଁ ଅତୀତ-କିନ୍ତୁ ତୁ? ସାମାନ୍ୟ ଚକୋଲେଟ୍‌ରେ ଠକିହେଲୁ ତୁ ହତଭାଗା?“
ବାସ୍ତବରେ ସତ୍ୟ, ନ୍ୟାୟ ଓ ସ୍ବାଧୀନତା ପରି ଆଦର୍ଶର ଓଟ ପଛରେ ପଡ଼ିଥିବା ପୂର୍ବସୂରୀଙ୍କୁ ସମ୍ମାନ ଓ ଉପଢୌକନ ଦେଇ କେମିତି ଥୋକେ ସ୍ବାର୍ଥପର ବ୍ୟକ୍ତି କ୍ଷମତା ହାତେଇଛନ୍ତି, ତାହା ଦ୍ରଷ୍ଟବ୍ୟ ‘ଓଟ’ ଗପରେ। କ୍ଷମତାସୀନ ବ୍ୟକ୍ତି କେମିତି ଶିଶୁ ଓ କିଶୋର ପିଢ଼ିକୁ ଚକୋଲେଟ୍‌ର ଲୋଭ ଦେଖାଇ ଆଦର୍ଶବାଦୀଙ୍କୁ ଦୂରେଇ ଦେବାକୁ ଚେଷ୍ଟା କରିଛନ୍ତି, ତାହା ପ୍ରତୀକାତ୍ମକ ଭାବେ ଦେଖାଇଛନ୍ତି କଥାକାର।

ଜିତେନ୍ଦ୍ର କୁମାର ନାୟକ
ମୋ: ୯୪୩୭୨୨୯୨୫୯


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri