ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଫି ଫୁଲ

କୋରାପୁଟ ୧ା୪(ଅମିତାଭ ବେହେରା): କୋରାପୁଟ ଜିଲାରେ ଥିବା ବିଭିନ୍ନ କଫି ବଗିଚାରେ ଏବେ କଫି ଫୁଲ ଫୁଟିବା ସମୟ ଆରମ୍ଭ କରିଛି। ଫୁଲ ଫିଟିଲେ ଏହା ଯେମିତି କଫି ଫୁଲର ଧଳା ଚାଦର ଭଳି ଶୋଭା ପାଇଥାଏ। ଯାହା ପ୍ରକୃତିପ୍ରେମୀଙ୍କୁ ବଗିଚାକୁ ଟାଣି ଆଣିଥାଏ। ମାତ୍ର ୩ ଦିନ ଏହି କଫି ଫୁଲ ଫୁଟି ପରେ ଝଡିଯାଇଥାଏ। କୋରାପୁଟ ଜିଲାର ଜଳବାୟୁ କଫି ଚାଷ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଜିଲାର କୋରାପୁଟ, ଦଶମନ୍ତପୁର, ପାଡୁଆ, ଲକ୍ଷ୍ମୀପୁର, ଅନକାଡ଼େଲି, ଲମତାପୁଟ, ସେମିଳିଗୁଡା, ପଟ୍ଟାଙ୍ଗି, ବୈପାରିଗୁଡା ଅଞ୍ଚଳରେ କଫି ଚାଷ ହୋଇଥାଏ। କଫି ବଗିଚା ସାରା ଧଳା ରଙ୍ଗର ଫୁଲର ଚାଦରରେ ଘୋଡାଇ ହୋଇ ପର୍ଯ୍ୟଟକଙ୍କୁ ଆନମନା କରିଥାଏ ବୋଲି କୋରାପୁଟ କଫି ବୋର୍ଡ ଜନସମ୍ପର୍କ ଅଧିକାରୀ ଉପେନ୍ଦ୍ର କୁମାର ଶାହା କହିଛନ୍ତି। ତାଙ୍କ କହିବାନୁଯାୟୀ ମାର୍ଚ୍ଚ ମାସରେ ହେଉଥିବା ପ୍ରଥମ ବର୍ଷାର ସପ୍ତାହକ ମଧ୍ୟରେ ପ୍ରତ୍ୟେକ କଫି ବଗିଚାରେ ଫୁଲ ଫୁଟେ। କଫି ଫୁଲର ସୁଗନ୍ଧର ମହକ ମହୁମାଛିଙ୍କୁ ଆକୃଷ୍ଟ କରିବା ସହ ଅନେକ ପକ୍ଷୀଙ୍କୁ କଫିି ବଗିଚା ଟାଣି ଆଣେ। କର୍ନାଟକ ଭଳି ଏହି ସମୟରେ କଫି ବଗିଚା ମଧ୍ୟରେ ଭ୍ରାମ୍ୟମାଣ ମହୁଚାଷ କରୁଥିବା ମହୁ ଚାଷୀଙ୍କୁ ପ୍ରୋତ୍ସାହନ ମିଳିଲେ ଏହି ଫୁଲଗୁଡିକରୁ ମଧୁ ସଂଗ୍ରହ କରୁଥିବା ମହୁମାଛିଙ୍କ ମାଧ୍ୟମରେ ଉନ୍ନତମାନର କଫି ମହୁ ପ୍ରସ୍ତୁତ ହୋଇପାରିବ ବୋଲି ପଣ୍ଡା ମତ କହିଥିଲେ। ଅନ୍ୟପକ୍ଷରେ କଫି ଫୁଲ ଫୁଟିବା ପାଇଁ ମାର୍ଚ୍ଚ ମାସରେ କୋରାପୁଟ ଜିଲାରେ ହେଉଥିବା ବୃଷ୍ଟିପାତର ଅନିୟମିତତା ଯୋଗୁ ଫୁଲ ଫୁଟିବାରେ ସମସ୍ୟା ହୋଇଥାଏ। ସରକାରଙ୍କ ପକ୍ଷରୁ ସ୍ପ୍ରିଂକଲର ଦ୍ୱାରା ଜଳସେଚନ ପାଇଁ ପଦକ୍ଷେପ ନେଲେ ଠିକ ସମୟରେ କଫି ଫୁଲ ଫୁଟିପାରନ୍ତା ଓ ଉନ୍ନତ ମାନର କଫି ଉତ୍ପାଦନ ହୋଇପାରନ୍ତା ବୋଲି ରାଜୁପୁଟ ଗ୍ରାମର କଫି ଉଦ୍ୟୋଗୀ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri